ଫାଇଭ ଟି ସଚିବ ଭିକେ ପାଣ୍ଡିୟାନଙ୍କ ମୟୂରଭଞ୍ଜ ଗସ୍ତ

ଫାଇଭ ଟି ସଚିବ ଭିକେ ପାଣ୍ଡିୟାନଙ୍କ ମୟୂରଭଞ୍ଜ ଗସ୍ତ

ଗତକାଲି ଓଡିଶା ସରକାରଙ୍କ ଫାଇଭ ଟି ସଚିବ ଭିକେ ପାଣ୍ଡିୟାନ ମୟୂରଭଞ୍ଜ ଜିଲା ଗସ୍ତରେ ଯାଇ ବିଭିନ୍ନ ପର୍ୟଟନ ସ୍ଥଳର ବିକାଶ ପାଇଁ ଆଲୋଚନା କରିଛନ୍ତି । ଜିଲାର ପ୍ରମୁଖ ପର୍ୟଟନ କେନ୍ଦ୍ର ଖିଚିଙ୍ଗ, ଦେବକୁଣ୍ଡ ଏବଂ ଭୀମକୁଣ୍ଡ କ୍ଷେତ୍ରର ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଥିବାର ଜଣାପଡିଛି । ରାଜ୍ୟ ପର୍ୟଟନ ସଚିବ ସୁରେନ୍ଦ୍ର କୁମାରଙ୍କ ସହିତ ଶ୍ରୀ ପାଣ୍ଡିୟାନ ସାନ୍ତାଳୀ ଲିପିର ପ୍ରବର୍ତ୍ତକ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ । ରାଇରଙ୍ଗପୁର, କରଞ୍ଜିଆ ଇତ୍ୟାଦି ଅଞ୍ଚଳ ବୁଲିବା ସହିତ ସେ ଜିଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଜିଲାର ବିଭିନ୍ନ ଆଦିବାସୀ ସଂଗଠନ ଓ ଛାତ୍ରଛାତ୍ରୀ ଫାଇଭ ଟି ସଚିବଙ୍କ ସହିତ ଆଲୋଚନା କରିଥିଲେ ।