ଟ୍ବିଟର ସିଇଓ ଆସନରେ ଏଲନ୍ ମସ୍କ ଙ୍କ କୁକୁର

ଟ୍ବିଟର ସିଇଓ ଆସନରେ ଏଲନ୍ ମସ୍କ ଙ୍କ କୁକୁର

ଟ୍ବିଟର ସିଇଓ ଚଉକିରେ ବିରାଜମାନ ଏକ ସୁଟବୁଟ ପିନ୍ଧା କୁକୁର। ଟ୍ବିଟର ମାଲିକ ଏଲନ୍ ମସ୍କ ନିଜ ଟାଇମ୍ ଲାଇନରେ ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି। ଟ୍ବିଟର କୁ ଅଧିଗ୍ରହଣ କରିବା ପରଠୁଁ ଏହାର କାର୍ଯ୍ୟ ଶୈଳୀ ରେ ମସ୍କ ଙ୍କ ବାୟାପଣର ପ୍ରଚ୍ଛନ୍ନ ପ୍ରଭାବ ଦେଖିବାକୁ ମିଳିଛି। ଇତି ମଧ୍ୟରେ ଏହି ସାମାଜିକ ଗଣମାଧ୍ୟମର ଆରମ୍ଭ ରୁ କାମ କରୁଥିବା ପ୍ରମୁଖ ଅଧିକାରୀମାନେ ଇସ୍ତଫା ଦେଇ ସାରିଛନ୍ତି। ନିଜ କର୍ମଚାରୀଙ୍କ ପ୍ରତି ରୁକ୍ଷ ମନୋଭାବ ପୋଷଣ କରୁଥିବା ମସ୍କ ନିଜର ନୂଆ ଫଟୋଗ୍ରାଫରେ ସେମାନଙ୍କୁ ତୁଚ୍ଛ ଦେଖାଇବାର ପ୍ରୟାସ କରିଛନ୍ତି।