ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ସରଳ କରାଯିବ

driving licence transport government of odisha

ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ସରଳ କରାଯିବ

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଯାନଚାଳନା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଉଭୟ ସ୍ୱଚ୍ଛତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ସଚାରୁ ରୂପେ ଲାଇସେନ୍ସ ପ୍ରଦାନ ପରୀକ୍ଷା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସ୍ୱୟଂ ଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି ଲାଗୁ କରାଯିବ । ଏହି ପଦ୍ଧତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ଓଡ଼ିଶା ରାଜ୍ୟ ସରକାର ସଡ଼କ ସୁରକ୍ଷା ପ୍ରତି ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ୫- ଫଞ୍ଚଟ୍ଟ;ଟିି୩୯; ଉପକ୍ରମରେ ଏହି ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଉତ୍ତମ ଏବଂ ଶୃଙ୍ଖଳିତ ଯାନଚାଳକମାନେ ଲାଇସେନ୍ସ ପାଇବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ।


ସଂପ୍ରତି ଯାନଚାଳନା ପାଇଁ ଲାଇସେନ୍ସ ପାଇବାକୁ ହେଲେ ଅବେଦନକାରୀଙ୍କୁ ମୋଟର ଯାନ ଇନ୍ସପେକଫରଙ୍କ ଉପସ୍ଥିତିରେ ପରୀକ୍ଷା ଦେବାକୁ ପଡ଼ୁଛି । ରାଜ୍ୟରେ ଏହି ସ୍ୱୟଂଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଯାନଚାଳନା ପରୀକ୍ଷା ସମୟରେ ଟ୍ରାକ୍‌ରେ ପ୍ରବେଶଠାରୁ ଆରମ୍ଭ କରି ଏହାର ସମସ୍ତ ପର୍ଯ୍ୟାୟ ଡିଜିଟାଲ ପଦ୍ଧତି ମାଧ୍ୟମରେ ନିର୍ଣ୍ଣୟ କରାଯିବ । ଟ୍ରାକ୍‌ରେ ଫିଟ୍‌ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡ଼ିକ ଏହା ଉପରେ ନଜର ରଖିବ ଏବଂ ଯାନଚାଳକଙ୍କ ଦକ୍ଷତାକୁ ବିଚାର କରିବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଂପୂର୍ଣ୍ଣ ଉପଯୋଗ କରାଯାଇ ଏହି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିର୍ଭୁଲ ଭାବେ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ବ୍ୟବସ୍ଥାରେ କୌଣସି ମାନବୀୟ ହସ୍ତକ୍ଷେପ ହେବାର ସୁଯୋଗ ନାହିଁ । ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବାରିପଦା, ଭଦ୍ରକ, ବଲାଙ୍ଗିର,
ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ଭଞ୍ଜନଗର, ନବରଙ୍ଗପୁର ଏବଂ ସୋନପୁର ଆଦି ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍‌ ସ୍ଥାପନ କରାଯିବ । ପର୍ଯ୍ୟାୟ କ୍ରମେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । 

ଯାନଚାଳନା ପ୍ରମାଣପତ୍ର ନିମନ୍ତେ ଆବେଦନକାରୀମାନେ ସରକାରୀ ଛୁଟିଦିନମାନଙ୍କରେ ଏହି ସ୍ୱୟଂ-ଚାଳନା ଯାନ ପରୀକ୍ଷଣ କେନ୍ଦ୍ରମାନଙ୍କରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଦେୟ ପ୍ରଦାନ କରି ଯାନ ଚାଳନାର ଅଭ୍ୟାସ କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପ୍ରକଳ୍ପକୁ ୧୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ରରେ ଉଲ୍ଲେଖରେ କରାଯାଇଛି ।