ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

ଟିକେ ରୁହ !
ଗାରେ ଇନ୍ଦ୍ରଧନୂ
ତୄଷିତ ମାଟିର ଅନୁଭଵ ମଝିରେ
ଯେତିକି ଶ୍ୟାମଳ ଶୂନ୍ୟତା ଅଛି
ତା' ଭିତରେ ।

କିଏ ଜାଣେ
ଏ ଆଷାଢ଼ଆଷାଢ଼ ଗନ୍ଧ
ଲିଭି ଯାଇପାରେ ଘୋଡାଟାପୁ ରେ
ଦୀର୍ଘଶ୍ବାସରୁ ଖସୁଥିଵା ଶିଉଳିରେ
ପୋତି ହେଇଯାଇପାରେ ସମୟ,
ଆଉ ଏକ ପ୍ରଳୟର
ସାମ୍ନା କରିଵା ପାଇଁ
ଆଙ୍ଗୁଠି ହୁଏତ ହଜେଇ ଦେଇପାରେ
ପାହାଡ଼ ଟେକିଵାର ସାମର୍ଥ୍ୟ,

ରୁହ !
ଦଣ୍ଡେ ଅଟକି ଯାଅ,
ଆମ ମୁଣ୍ଡ ଉପରେ ଯାହା ଝୁଲୁଚି
ତାହା ମସ୍ତଵଡ ପଥର ଖଣ୍ଡେ ହେଲେଵି
ତା'ର ଖୋସା ରେ
ତୄଣର ଚନ୍ଦ୍ରିକା କେରାଏ
ଖଞ୍ଜିଦେବା ନିଶ୍ଚୟ,
ନା କଣ କହୁଚ? ।।