ବସନ୍ତ

ବସନ୍ତ

ବସନ୍ତ ଅଟକିଯାଏ ତଣ୍ଟି ପାଖେ । ଢୋକି ହୁଏ ନାହିଁ

ଗର୍ଭରେ ବ୍ୟାପଇ ଚେର, ଫୁଲ ଫୁଟେ ଆଖିଡୋଳା ସାରା

ପିଠି ଓ ଛାତିରେ ଉଠେ ନୀଳଘାସ । ଅରଣ୍ୟର ଈର୍ଷା ଅତ୍ୟାଚାର

କୁର୍ତ୍ତା ସାରା ଲାଗିଥାଏ କିଛି ଚୈତ୍ର କିଛି ଜାଇଫୁଲ ।   

ଚରିତ୍ରହୀନର ଋତୁ ଏଣେ ଆସି ଏଣେ ଚାଲିଯାଏ

କେଉଁଠାରେ ରକ୍ତ ଜମେ, କେଉଁଠାରେ ମହୁ ଇଡିଯାଏ ।