ଗଛ, ଗୁଣ୍ଡୁଚି ଓ କଜଳପାତି

ଗଛ, ଗୁଣ୍ଡୁଚି ଓ କଜଳପାତି

କଜଳପାତି ଶାଳଗଛରେ ବସି ତଳକୁ ଚାହିଁଥାଏ । କୋଉଠି କିଏ ମିଳନ୍ତା କି ଖେଳିବା ପାଇଁ, ମଜା ଆସନ୍ତା ।

ଗୁଣ୍ଡୁଚିମୂଷା ଗଛତଳେ ଖେଳୁଥାଏ । କେତେବେଳେ ଗଛ ଉପରକୁ ଚଢିଯାଉଥାଏ ପୁଣି ଦୌଡି ଆସୁଥାଏ ଗଛ ଡାଳରୁ ଡେଇଁ ଡେଇଁ ତଳକୁ । ଯାହା ମିଳେ ଦି ଗୋଡରେ ଧରି କୁଟ୍ କୁଟ୍ କରି ଟିକେ କାଟିଦିଏ । ପୁଣି ଦୌଡି ଗଛ ଚାରିଆଡେ ଘେରାଏ ବୁଲିଯାଏ । 


କଜଳପାତି ଡାକିଲା," ହେ ଭାଇ! ଗୁଣ୍ଡୁଚି, ଶୁଣ୍।"
ଗୁଣ୍ଡୁଚିମୂଷା ଦୌଡି ଦୌଡି ଉତ୍ତର ଦେଲା," ହଁ, କହ ।"
"
ଆରେ ଟିକେ ରହ । ଏମିତି କାହିଁକି ଦୌଡୁଚୁ । ରହ ଶୁଣୁ ।"
କଜଳପାତି କହିଲା ।


"
କହ କହ ମୁଁ ଶୁଣୁଚି।" ସେମିତି ଦୌଡ଼ାଦୌଡ଼ି କରୁ କରୁ ଗୁଣ୍ଡୁଚିମୂଷା କହିଲା ।
"
' ଆମେ ମିଶିକି ଖେଳିବା ।" କଜଳପାତି କହିଲା ।
"
ମୁଁ , ଖେଳୁଚି ପା' । ତୁ ବି ଏମିତି ଖେଳ।" କହିଲା ଗୁଣ୍ଡୁଚିମୂଷା।
"
କି ଖେଳ ୟେ? କାହା ସାଥିରେ ଖେଳୁଚୁ?" ଆଶ୍ଚର୍ଯ୍ୟର ସହିତ କହିଲା କଜଳପାତି ।
"
ଗଛ....ଗଛ ସାଥିରେ।" ପୁଣି ଦୌଡି ଗଛ ଉପରେ ଚଢୁ ଚଢୁ କହିଲା ।
"
ହେଃ, ଗଛ ସାଥିରେ କିଏ ଖେଳେ ? ଆ ....ମୋ ସାଥିରେ ଖେଳ । କେତେ ମଜା ଦେଖିବୁ ।" କଜଳପାତି କହିଲା ।
"
ମତେ ଏବେ ବି ମଜା ଲାଗୁଚି।" ଗୁଣ୍ଡୁଚିମୂଷା କହିଲା ।


"
ହଟ୍! ଏ' କି ଖେଳ । ଶୁଣ ତୁ ମତେ ଗୋଟେ କୋଳି ନହେଲେ ପତ୍ର କି, ଯାହା ବି କହ ମୁଁ ନେଇକି ଆସିବି । ପୁଣି ମୁଁ ଯାହା କହିବି ତୁ ନେଇକି ଆସିବୁ । ଏଇଟା ମଜା ହବ । ଆଉ ଖାଲି ଗଛ ଉପରକୁ ଦୌଡି ଯାଉଚୁ ପୁଣି ଦୌଡି ଆସୁଚୁ । ୟେ କ'ଣ ।"
ଗୁଣ୍ଡୁଚିମୂଷା ଘଡିଏ ଭାବିଲା ।
ପୁଣି ଗଛକୁ ଚାହିଁଲା । କଜଳପାତିକୁ ବି ଚାହିଁଲା ।
"
ହଉ ଚାଲ୍ । ତୋ ସାଥିରେ ଖେଳିବି, ତା' ପରେ ଗଛ ସାଥିରେ ଖେଳିବି ।"
ଗୁଣ୍ଡୁଚିମୂଷା କହିଲା କଜଳପାତିକୁ ।


'
ଆରେ.....ଏବେ ତ' ମଜା ଆସିବ ।' କହି କଜଳପାତି ଉପର ତଳ ଏକ କରି ଉଡିବାରେ ଲାଗିଲା ।
"
ଯା, ମୋ ପାଇଁ ଜାମୁକୋଳି ଆଣ । ମିଠାଟେ ଆଣିବୁ ।" କହିଲା ଗୁଣୁଚିମୂଷା।
"
ହେଇ ଗଲି...."କହି ଫୁର୍ ଫୁର୍ ଉଡି ଚାଲିଲା କଜଳପାତି ।
କଜଳପାତି ଯାଇ ଦେଖିଲା ଯେ, ଜାମୁକୋଳି ଗଛରେ କୋଳି ଭର୍ତ୍ତି । ପକ୍ଷୀ ବି ।
କଜଳପାତି ଗୁଡେ ଖାଇଲା କୋଳି । ସମସ୍ତଙ୍କ ସହ ଗପସପରେ ଭୁଲିଗଲା ଖେଳ କଥା ।


ମନେପଡିବା ବେଳେ ସୂର୍ଯ୍ୟ ଆସି ମୁଣ୍ଡଉପରେ ହେଲେଣି ।
କୋଳିଟିଏ ଧରି ଗୁଣ୍ଡୁଚିମୂଷା ପାଖେ ପହଞ୍ଚିଲା କଜଳପାତି ।


ଦେଖେ ତ, ଗୁଣ୍ଡୁଚିମୂଷା ପୁଣି ସେଇ ତଳ ଉପର ହଉଚି ଆଉ କେତେବେଳେ କେମିତି ଘେରାଏ ବୁଲିଯାଉଚି ।


"
ହୋ ! ମୁଁ ଭୁଲିଗଲି ।ବଣି ସାଥିରେ ଗପିକି ।" କଜଳପାତିର ଏଇ କଥାରେ ଗୁଣ୍ଡୁଚିମୂଷା କହିଲା, " ହଉ ଠିକ୍ ଅଛି । "
"
ଆଛା ! ମତେ କହ ତୁ ଦିନସାରା ଏଇ ଯୋଉ ଖେଳୁଚୁ , କୋଉ ଖେଳ?"
କଜଳପାତି ଆଶ୍ଚର୍ଯ୍ୟ ହେଇ ପଚାରିଲା ।


"
ମୁଁ ଗଛରେ ଜନ୍ମ । ଗଛରେ ରହେ । ଗଛ ମତେ ଖାଇବାକୁ ଦିଏ । ବର୍ଷା ଆଉ ଖରା ରେ ଗଛ ହିଁ ବଞ୍ଚାଏ । ମତେ ତ ଦେଖୁଚୁ । ମୁଁ କେତେ ଛୋଟିଆଟେ। ମୁଁ ଗଛର କୋଉ କାମରେ ଭଲା ଆସିବି । ସେଥିପାଇଁ ଗଛର ସବୁ ପତ୍ର କୁ ଥରେ ଥରେ ଛୁଇଁ ଧନ୍ୟବାଦ ଜଣାଏ । ଆଉ ଗଛର ଛାଇ ମାପି ଗଛକୁ କୁହେ ସେ କେତେ ବଢିଚି । କାଲିଠୁ ଆଜି ତା ଛାଇ ଟିକେ ଲମ୍ବା ହେଇଚି । ଏଇକଥା ଶୁଣି ଗଛ ବହୁତ ଖୁସି ହୁଏ ।"


କଜଳପାତି ଗୁଣ୍ଡୁଚିମୂଷାର କଥାରେ ବହୁତ ଖୁସି ହେଇ ଗୀତ ଗାଇ ଗାଇ ଆଗକୁ ଚାଲିଲା । ସେଦିନଠୁ କଜଳପାତି ଯୋଉଠିକି ଯାଇଛି ସମସ୍ତେ ଗଛ ଓ ଗୁଣ୍ଡୁଚିମୂଷାର କାହାଣୀ ଶୁଣିଛନ୍ତି।