ବୁଲ୍‌ଡ଼ୋଜର

ବୁଲ୍‌ଡ଼ୋଜର

ବୁଲ୍‌ଡ଼ୋଜର ତ ବୁଲ୍‌ଡ଼ୋଜର
ସେ ବିକାଶର ହେଉ କି ଘୃଣାର
ସେ ଭାଂଗୁ ପାହାଡ଼ର ଛାତିକି 
କା’ର ମୁଣ୍ଡକୁ ଛାତ ଦେଉଥିବା ଘର ।

ବୁଲ୍‌ଡ଼ୋଜର ର ନିନ୍ଦା ତ ହେବ
ଗାଲି ଖାଇବ ବୁଲ୍‌ଡ଼ୋଜର ଚାଳକ
ଲାଭ କିନ୍ତୁ ବୁଲ୍‌ଡ଼ୋଜର ମାଲିକର
ବାହାବା କିନ୍ତୁ ପାଇବାର ହକ୍ କେବଳ ଜଣକର
ନିର୍ଦ୍ଦେଶ ଦେଉଥିବା ଲୋକର
ସେ ନିଜେ ଚଳାଏ ନାହିଁ କି ଭାଂଗେ ନାହିଁ
ତଥାପି ସବୁ ଶ୍ରେୟ ତା’ର ।

ଗୋଟିଏ ଦୁଃଖଯେ ବୁଲ୍‌ଡ଼ୋଜର ବୁଝେ ନାହିଁ କିଛି
ଚାଳକ ବୁଝୁ ନ ବୁଝୁ ସେ ଚାଳକ 
ଯାହାର ଚାଳିକା ଶକ୍ତି ଗୋଟିଏ
କ୍ଷମତା ହେଲା ନାଁ ତାହାର
ଦେଖିପାରିଲେ ହେଲା ବୁଲ୍‌ଡ଼ୋଜର ଯିଏ ବି ବନଉ
ଯିଏ ହେଉନା ମାଲିକ ତାହାର
ତାକୁ ବସ୍ ଉଠ୍ କରଉଥାଏ କେବଳ
କ୍ଷମତାର ଅହଙ୍କାର ।