ଆଜି କଣ କହି ଦେଲା କି

ଆଜି କଣ କହି ଦେଲା କି

ଆଜି କଣ ଲେଖିଦେଲା କି 
ପାପୁଲିରେ -କେତେ ଭଲ ପାଏ ବୁଝୁନ କାହିଁକି..
ତୁମେ କଣ ଜାଣି ନାହଁ ଲଜ୍ୟା ଆମ ନାରୀଙ୍କ
ଅଳଙ୍କାର, କେମିତି କହିବି -ଆସ ଖୋଲି ଦିଅ ଛାତିର ଅବରୁଦ୍ଧ ଗଣ୍ଠି..
ଏତେ ପୁଣି ଲେଖୁଛ କବିତା -ଏ ଯାଏଁ କଣ ଜାଣି ପାରିଲ ନାହିଁ କଲ୍ୟାଣୀର ମନ କଉଠି..

ଯଦି ନ ଜାଣିଛ ଏଵେ ଜାଣିନିଅ କଲ୍ୟାଣୀ ହିଁ ତମରି
ଏବେ ଯେମିତି ପାରୁଛ ଯେତେ ଅଫିଟା ଗଣ୍ଠି ନିଜେ ଖୋଲି ପାର
ଯାହା ରହିଛି ନିଷିଦ୍ଧ, ସେମାନେ ବି ତମ ସ୍ପର୍ଶ ପାଇଁ ଅଧୀର..

ଏ ସବୁ ଯଦି ତାର ମନକଥା ଆଉ କାହିଁକି ଧନ
ଖୋଲିବାକୁ କୁଣ୍ଠା ମନର ବନ୍ଦ ଦୁଆର....
ନା ଖୋଲି ଦେଲୁଣି ଯଦି ଆ ରଚିବା ଆମ ପ୍ରେମର ଅଭିସାର
ପାରିଦେଇ ମିଳନର ଶେଜ..

ଆ ଦେଖେଇ ଦେ ତୋ ପଦ୍ମ ବନ
ଦୁଇ ହଳଦୀ କଢି ତୋ ଶୋଭାର ଭଣ୍ଡାର..
ମୁଁ ତ ଅନ୍ଧ ଭଅଁର, ଅମୃତ ଶୋଷିନେବି
ଅସରା ସେ ଅମୃତ କୁମ୍ଭରୁ
ପରିତୃପ୍ତ ହେବ ଆତ୍ମା ଦୁହିଁଙ୍କର..

ଆଜି କଣ ସେ କହି ଦେଲା କି?