ବିଶିଷ୍ଟ କବି ତପନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ କବି ତପନ ପଟ୍ଟନାୟକଙ୍କ ପରଲୋକ

ଓଡିଶାର ପ୍ରଖ୍ୟାତ କବି, ଗୀତିକାର, କଥାକାର, ନାଟ୍ୟକାର ଏବଂ ପ୍ରକାଶକ ତପନ ପଟ୍ଟନାୟକଙ୍କର ପରଲୋକ ଘଟିଛି । "ଆସିଛି ଦେଖି ତୋ କଳାବଦନକୁ" ଭଳି କାଳଜୟୀ ଭଜନର ଲେଖକ ତପନ ପଟ୍ଟନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଓଡିଆ କବିତାର ରୋମାଣ୍ଟିକ ଧାରାରେ ସେ ଥିଲେ ବେଶ ପ୍ରଭାବଶାଳୀ କବି। ତାଙ୍କର ୨୦ ରୁ ଅଧିକ ପୁସ୍ତକ ପ୍ରକାଶିତ । ଜଣେ ଜଣାଶୁଣା ପ୍ରକାଶକ ଭାବରେ ସେ ଅସଂଖ୍ୟ ନୂଆ ଲେଖକଙ୍କର ପୁସ୍ତକ ପ୍ରକାଶ କରିଥିଲେ । ଓଡିଆ କବିତାର ଅନ୍ୟତମ ସାର୍ଥକ କବି ପଦ୍ମଚରଣ ପଟ୍ଟନାୟକଙ୍କର ସୁପୁତ୍ର ତପନ ଥିଲେ ସାହିତ୍ୟ ପ୍ରତି ଚିର ସମର୍ପିତ । ବାଲୁ ଗାଁ ରେ ତାଙ୍କର ଜନ୍ମ ।