ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳଙ୍କ ହୋ ହଲ୍ଲା ଭିତରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ - 

* ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟନା ଓ ଏହି ମର୍ମନ୍ତୁଦ ଘଟଣାରେ ତାଙ୍କ ପରିବାର ସହିତ ସମସ୍ତେ ଠିଆ ହୋଇଛନ୍ତି । 

*ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ତୁରନ୍ତ ଏହାର ତଦନ୍ତ ଦାୟିତ୍ଵ କ୍ରାଇମ ବ୍ରାଞ୍ଚ କୁ ଦିଆ ଯାଇଛି ଓ ତଦନ୍ତରେ ସ୍ବଚ୍ଛତା ରକ୍ଷା ଲାଗି ହାଇକୋର୍ଟଙ୍କ ପରାମର୍ଶରେ ପୂର୍ବତନ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ତତ୍ତ୍ଵାବଧାନରେ ତଦନ୍ତ ଚାଲିଛି । 

*ତଦନ୍ତରେ ଦେଶ ତଥା ବିଦେଶର ସର୍ବୋଚ୍ଚ ଫୋରେଂସିକ ସଂସ୍ଥାର ସହାୟତା ନିଆଯାଉଛି । 

*ତଦନ୍ତରେ ଆମେରିକୀୟ ସଂସ୍ଥା ଏଫବିଆଇର ସହାୟତା ମଧ୍ୟ ନିଆଯାଉଛି ।

*ଏହି ଦୁର୍ଭାଗ୍ୟଜନକ ଘଟଣାର ରାଜନୀତିକରଣ ମୋତେ ବ୍ୟଥିତ କରିଛି । 

*ଆମର ସ୍ଵାଧୀନ ବିଚାର ବ୍ୟବସ୍ଥା ଉପରେ ବିରୋଧୀ ଦଳ ଅନାସ୍ଥା ପ୍ରକଟ କରିବା ଦୁର୍ଭାଗ୍ୟର ବିଷୟ । 

*ବିଜେପି ନେତାମାନେ ଏହି ଜଘନ୍ୟ ହତ୍ୟାକାଣ୍ଡର ରାଜନୀତିକରଣ କରି ତଦନ୍ତକୁ ବାଟବଣା କରିବାର ଉଦ୍ୟମ କରୁଛନ୍ତି । 

*ବିଜେପି ରାଜ୍ୟ ପୋଲିସ ଓ ରାଜ୍ୟବାସୀଙ୍କୁ ଅପମାନିତ କରୁଛି । 

*ବିରୋଧୀଦଳ ନେତା ଭଳି ସାମ୍ବିଧାନିକ ଦାୟିତ୍ବରେ ଥାଇ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ନିନ୍ଦନୀୟ । 

*ଓଡିଶାର ଜନ ସାଧାରଣ  ମୋ ଉପରେ ବାରମ୍ବାର ଆସ୍ଥା ପ୍ରକଟ କରି ଆସିଛନ୍ତି ଓ ମୁଁ ସେମାନଙ୍କ ଆସ୍ଥା ପ୍ରତି ସବୁବେଳେ ବିଶ୍ଵସ୍ତ ରହି ଆସିଛି । 

ନବ ଦାସ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଏହି ଉତ୍ତରରେ ବିରୋଧୀ ସନ୍ତୁଷ୍ଟ ହୋଇନାହାନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଓ କଡା ଭାଷାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।