ମୁଁ ଯେବେ ସନ୍ଧ୍ୟାରେ ଘରକୁ ପଶିଆସେ

ମୁଁ ଯେବେ ସନ୍ଧ୍ୟାରେ ଘରକୁ ପଶିଆସେ

ମୁଁ ଯେବେ ସନ୍ଧ୍ୟାରେ ଘରକୁ ପଶିଆସେ

ସାରା ଘର ମୋତେ କାମ କାମ ଦିଶେ ।

 

ଗଛମାନେ ଶୁଖି ଯାଆନ୍ତି  

ମାଛମାନେ ଖାଇ ନାହାନ୍ତି

ପରିବା ସବୁ ଫ୍ରିଜ ବାହାରେ ପଡି ରହିଛନ୍ତି

ସକାଳୁ ମୁଁ ତର ତର ହୋଇ ମୁଣ୍ଡ ଧୋଇ

ଅଫିସ ଯାଇଥିଲି

ଏ ଯାଏ ମୋ ଲମ୍ବା ଚୂଳ ସବୁ

ଘର ସାରା ଘୂରି ବୁଲୁଛନ୍ତି

ବାସନ ସବୁ ଧୁଆ ହୋଇ ଉବୁଡା ହୋଇ ରହିଛନ୍ତି

ଥାକରେ ରହିବାକୁ ମୋ ଆଡେ ଅନାଇ ଅନାଇ

ଅପେକ୍ଷା କରିଛନ୍ତି ।

 

ପାଣି ବୋଧେ ସବୁ ପ୍ରାୟ ଖାଲି

ଅନ ଅଛି ଫିଲ୍ଟର

ମୋତେ ଚାହିଁ ଆଖି ମିଟିକା ମାରୁଛି

ୱାଶିଂ ମେସିନରେ ଲୁଗା ସବୁ ଧୁଆ ହୋଇ

ମାଡିମକଚି ହୋଇ ଜଣେ ଆଉ ଜଣକୁ ଭିଡି ଧରିଛନ୍ତି

ବାହାରକୁ ଆସିବେ ବୋଲି ବାଟ ଖୋଜୁଛନ୍ତି ।

 ମୁଁ ଯେବେ ସନ୍ଧ୍ୟାରେ ଘରକୁ ପଶିଆସେ

ସାରା ଘର ମୋତେ କାମ କାମ ଦିଶେ ।

 

ଶ୍ରୀମାନ ଆଜି ଅଫିସରୁ ଡେରିରେ ଫେରିବେ

ପୁଅର ବି ଆଜି ଟ୍ୟୁସନରୁ ଡେରି ହେବ

ଏମାନେ ଫେରିବା ଆଗରୁ ମୋତେ ସବୁ ସାରିବାକୁ ହେବ

ଫେରି ଆସି ଦୁଇ ଜଣ ଭୋକ ଭୋକ ହେବେ

ଗରମ ଗରମ ରୁଟି ଲୁଗା ବଦଳଉ ନ ବଦଳଉ ଖୋଜିବେ ।

 

ଏ ସବୁକୁ ସାରିବା ଆଗରୁ

ମୁଁ ଚା କପେ କରି ପାଞ୍ଚ ମିନିଟ ଟିଭି ଆଗେ ବସେ

ମୁଁ ଯେବେ ସନ୍ଧ୍ୟାରେ ଘରକୁ ପଶିଆସେ ।