ଅପରାଜେୟ

ଅପରାଜେୟ

ତୁମ ଜିତିବା ପାଇଁ
ମୋ ହାରିବା କ'ଣ ନିହାତି ଦର୍କାର ?

ମୋ ଛିନଛତ୍ର ହେଇଯିବା
ହତାଶ ହେଇ ଘୁରିବୁଲିବା ପାଗଳପଣରେ
ଯଦି ତୁମର ଆନନ୍ଦ
ସେଇ ହିଁ ମୋର ଶିରୋଧାର୍ଯ୍ଯ

ସବୁ ଜିତ୍ ରେ ଥାଏ ଗୋଟେ
ଅଦୃଶ୍ୟ ପରାଜୟର ସମ୍ଭାବନା
କିଏ ଜାଣେ , କାଲି
କାହା ମଥାରେ ଲାଗିବ ମୁକୁଟ
ଚାଦର ଉଡ଼ିଯିବ 
ଏ କାନ୍ଧରୁ ଆର କାନ୍ଧ
ପାରୁଚ ଯଦି ବଞ୍ଚେଇ ରଖ 
ନିଜ କାନ୍ଧକୁ କାଲି ପାଇଁ
ସାମ୍ନାରେ ଅପେକ୍ଷା କରିଛି
ଅନନ୍ତ ସମୟ ।।