ମିଠା ପାନ
କାହାଣୀ ର ସବୁଠୁ
ସୁଖାକ୍ତ ରଙ୍ଗ ରେ
ବୁଡ଼େଇ ରଖିଛି ହୃଦୟ!
କୁହ,କେଉଁ ରଙ୍ଗ ଆଉ ଚଢ଼ିବ
ଏ ଦେହରେ!
ନଈ ତୁଠ ଗୋଲ୍ ପଥର ପରି
କେମିତି ବଛା ହୁଏ
ଅନ୍ଧାର ଭିତରୁ ଉଷ୍ମତା,
ଶିଖେଇ ଦେବି ଆସ!
ଏତେ ଟିକିଏ ଅପ୍ରେମ ରେ ମରିଯାଏ ଯିଏ
ଅଥଚ ମରଣରୁ ଖୋଜି ଆଣେ କବିତା
ତାକୁ ଅନ୍ତତଃ ଗୋଟେ ନାଁ ଦିଅ !
ତମେ ଦେଇଥିବା ସେ ବାଇଗଣୀ ପ୍ରେମ
ଗୋରା ଦେହରେ ଲାଗିଲେ
ଯେଉଁ ରଙ୍ଗ ଫିଟେ ତା ନାଁ ତ ନୀଳକଇଁ
ତମେ କିଏକି?
ଜହ୍ନ!
ଶୁଣ,କାହାର ସୁନେଲି କାନି ଟିଏ
ପଛରେ ଉଡୁ ଥିବ ନିଶ୍ଚୟ,
ବିଲେଇ ହେଇ କେହି
ବାରମ୍ବାର ବାଟ କାଟିବ
ତମ ବାଟବଣା ବେଳାରେ।
ଡରିଗଲ?
ଛାଡ ସେସବୁ
ଶବ୍ଦ ସବୁକୁ ଛାତିରେ କିଳି ଦିଅ ଆଉ
ଚାହଁ,କେବଳ ଚାହିଁ ରୁହ ତ ମତେ।
କବିତା ନିରର୍ଥକ ଲାଗିବ!
ପାଟିରୁ କାଢ଼ି ମିଠା ପାନ ଖଣ୍ଡେ
ଖୁଆଇ ଦେଲେ ତ ଶତ୍ରୁ ବି
ଆଉଜେଇ ନେବ ପାଖକୁ
ତମେ ତ ପ୍ରେମିକ!
ରଙ୍ଗ ନ ମାଖି ରହିପାରିବ?