ଅକୁହା ଯନ୍ତ୍ରଣା

ଅକୁହା ଯନ୍ତ୍ରଣା

ମୁଁ ତୁମକୁ 
କିଛି କହିବାକୁ ଚାହୁଁଛି
ହେଲେ ଅବିକା ସମୟ ଯେମିତି
ସେଥିରେ ମନକଥା କହିବାକୁ
ମୋତେ ଭୟ ଲାଗୁଛି।

ହୋଇପାରେ
ମୋ କଥାକୁ ତୁମେ
ବୁଝି ପାର ଅବା ନ ବୁଝି ବି ପାର
ହେଲେ ସବୁଠାରୁ ବଡ଼ ଭୟ ହେଉଛି
ମୋ କହିବା କଥାକୁ ତୁମେ
ଅନ୍ୟଥା ବା ଓଲଟା ଯେମିତି ନ ବୁଝ
ତେଣୁ ମୁଁ ଏବେ ମୌନ ରହୁଛି ।

ଏହି ଭୟଙ୍କର ସମୟରେ
ମୋ ପାଖରେ କହିବାକୁ କିଛି ନାହିଁ
ନିଅ ତୁମକୁ ଗୋଟାଏ
ଲାଲ ଗୋଲାପ ଦେଉଛି
ତା'କୁ ଦେଖ, ବୁଝ
ମୋତେ, ମୋ ମନକୁ 
ଆମର ଏଇ ଭୟଙ୍କର ସମୟକୁ
ଓ ସେଇ ଲାଲ୍ ଗୋଲାପରେ
ଲୁଚିରହିଥିବା ସମସ୍ତ ରହସ୍ୟକୁ।