ଆମେ ଓ ଆମ ମଣିପୁର

ଆମେ ଓ ଆମ ମଣିପୁର

ବିଖ୍ୟାତ କବି ,ଔପନ୍ୟାସିକ ସାମାଜିକ କର୍ମୀ ମୀନା କଣ୍ଡାସ୍ୱାମୀ ହାଥରସ ମାମଲା ପରେ ““Rape Nation.” ଶୀର୍ଷକ ଏକ କବିତାରେ  କବିତାରେ ଲେଖିଥିଲେ:

 This has happened before, this will happen again.

Sanatana, the only law of the land that’s inforce,

Sanatana, where nothing, nothing will change,

always, always a victim- blaming slut- template,

a rapist- shielding police- state,m a caste- deying forth estate.

This has happened before, this will happen again.

ଠିକ୍ ସେହି ପରି ଆମ ଓଡ଼ିଶା ମାଟିର ଜନବାଦୀ କବି ସ୍ୱପ୍ନା ମିଶ୍ରଙ୍କ ‘ନଗ୍ନ ସତ୍ୟ’ କବିତାରେ ଲେଖିଛନ୍ତି-

                “ନିଅ

                ଆମେ ଫିଙ୍ଗି ଦଉଚୁ ଆମର ଲୁଗା

                ସେଥିରେ ପୋଛ ପାପର ପଚା ରକ୍ତ

                ଆମେ ମେଲେର ଦଉଚୁ ଜଘଂ ସେଠି ପୋତି ଦିଅ ଗେରୁଖା ପତାକା

                ଆମର ସୁଅ।।ଦିଆ ମାଂସ ସହ ମିଶେଇ ଖାଅ ତୁମ ସଢ଼ା ତନ୍ତ୍ରର ରୁଟି ।”

                କାର୍ଗିଲ ଯୁଦ୍ଧରେ ନିଜ ଦେଶ ମାତୃକାକୁ ରକ୍ଷା କରିଥିବା ଜଣେ ଜବାନ ମଣିପୁରରେ ନିଜ ସ୍ତ୍ରୀକୁ ନର ରାକ୍ଷାସ ମାନଙ୍କ କବଳରୁ ରକ୍ଷା କରି ପାରିନଥିଲେ । ସେହି ଘଟଣାରେ ଦୁଇଜଣ ଯୁବତୀକୁ ଉଲଗ୍ନ ଲଙ୍ଗଳା କରି ଶହ ଶହ ମୈତେୟୀ ଲୋକ ବିଚ ରାସ୍ତାରେ ଚଲେଇ ଚଲେଇ ନେଲେ  ଓ ଚାଲିବା ଭିତରେ ସେମାନଙ୍କୁ ଅସଦ ଆଚରଣ କରୁଥିଲେ । ପରେ ସେମାନଙ୍କୁ ଗଣଧର୍ଷଣ କରି ହତ୍ୟା କରାଯାଇଛି ବୋଲି ଖବର ପ୍ରସାରିତ ହୋଲା । ଅନ୍ୟ ଅସହାୟ ମହିଳା ମାନେ କାନ୍ଦି କାନ୍ଦି ନିଜର ଅସହାୟତା ପ୍ରକାଶ କରୁଥିଲେ ଓ ପୁରୁଷମାନେ ଏହି ନାରକୀୟ ଦୃଶ୍ୟକୁ ବେଶ ଉପଭୋଗ କରୁଥିଲେ । ଏହା କେବଳ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନୁହେଁ ବଂର ଅମଣିଷ, ହିଂସ୍ର ଓ ଅସଭ୍ୟ । ଏହି ଭଳି ସମ୍ବେନଶୀଳ ଘଟଣାକୁ ଦବାଇ ଦେବାକୁ ଯାଇ କେନ୍ଦ୍ର ସରକାର ଯେତେବେଳେ ସବୁ ଦିଗରୁ ଟ୍ରୋଲ ହେବା ଆରମ୍ଭ ହେଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀମତି ସ୍ମୃତି ଇରନୀ ନିଜ ବୟାନ ରଖିଲେ, ‘ମଣିପୁରରେ ଯାହା ହେଲା ତାହା ଦୁର୍ଭାଗ୍ୟଜନକ, ହେଲେ ଏମିତି ଘଟଣାତ ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ବି ଘଟିଛି, ଆପଣ ପ୍ରଥମେ ଅନ୍ୟ ରାଜ୍ୟ କଥା କୁହନ୍ତୁ ।’ ଏଭଳି କଥା ଶାସକ ଦଳର ସମର୍ଥକ ମାନେ ଉନ୍ନାଓରେ, କାଠୁଆରେ, ହାଥରସରେ ବି ସରକାରକୁ ସୁରକ୍ଷା ଦେବା ପାଇଁ କହିଥିଲେ । ସେଥିପାଇଁ ମଣିପୁରର ମୁଖ୍ୟମନ୍ତ୍ରୀ ଅତି ହମ୍ଭର ସହ କହିଲେ, ‘ଏମିତି ଶହଶହ ଘଟଣା ମଣିପୁରରେ ଘଟିଛି । ଏ ଗୋଟିଏ ଘଟଣାକୁ ନେଇ ଏତେ ହୋ ହାଲା କାହିଁକି?’ ରାଜ୍ୟପାଳ ଅନୁସୂୟା ଭକିଏ ନିଜ ବକ୍ତବ୍ୟରେ କହିଲେ , ‘ତାଙ୍କ ଜୀବନକାଳରେ ସେ ମଣିପୁର ଭଳି ହିଂସା କେଉଁଠି ଦେଖି ନାହାନ୍ତି ।’ ଶାସକ ଦଳର ଆ.ଟି. ସେଲ କହୁଛି ମଣିପୁରରେ ସବୁ ଅଛି ବାକି ଯାହା ହେଉଛି ସେଥିପାଇଁ କଂଗ୍ରେସ ଦାୟୀ । ମଣିପୁରରେ ଯେଉଁ ବିଚାର ଓ ବର୍ବର କାଣ୍ଡ ଘଟିଛି ତାହା ଅନ୍ୟ ରାଜ୍ୟରେ ମଧ୍ୟ ଘଟିଛି । ଏହି ସବୁ ବର୍ବର କାଣ୍ଡ କେଉଁଠି ଧର୍ମ ପାଇଁ ତ କେଉଁଠି ଜାତି ପାଇଁ ତ କେଉଁଠି ନିଜ ଭିଟାମାଟିର ସୁରକ୍ଷା ପାଇଁ । ଯେତେବେଳେ ଶାସକ ବଳକୁ ମଣିପୁର ହିଶାଂ ବିଷୟରେ ପ୍ରଶ୍ନ କରାଯାଉଛି, ସେତେବେଳେ ସେମାନେ ନିଜ ଭୋଟ ଓ ଦୁର୍ବଳତାକୁ ଲଢ଼େଇବାକୁ ଯାଇ ଓ ନିଜକୁ ରକ୍ଷା କରିବାକୁ ଯାଇ ପ୍ରଶ୍ନ କରୁଛନ୍ତି । ଆପଣ କାଶ୍ମୀର ପଣ୍ଡିତଙ୍କ କଥା କାହିଁକି କହୁନାହାନ୍ତି ? ଏହା ବୋଧ ହୁଏ ଶାସକ ଦଳର ସବୁଠାରୁ ବଡ଼ ସାର୍ଥକତା । ମହିଳା ମାନଙ୍କ ବିରୁଦ୍ଧରେ ଯେତେ  ଅନ୍ୟାୟ, ଅତ୍ୟାଚାର ଓ ଯୌନ ଶୋଷଣ ହେଲେ ମଧ୍ୟ, ସେମାନେ ନିଜ ସରକାର କୁ ସୁରକ୍ଷା ଦେବେ ଓ ସେମାନଙ୍କର ମୁଖ୍ୟ ପ୍ରାଥମିକତା ରହିବ ରାଜନୈତିକ ଅନୁରକ୍ତି ।  ନିଜ ବିଫଳତା ଓ ନିଜ ଅପାରଗତାର ଉତ୍ତର ଦେବା ପରିବର୍ତ୍ତେ ନିଜ ବିଫଳତା କୁ ଲୁଚେଇବା ପାଇଁ ବ୍ୟସ୍ତ । ଏଭଳି ଘଟଣା ମଧ୍ୟ ଆମ ରାଜ୍ୟ ଓଡ଼ିଶାରେ ଘଟିଛି ୨୦୦୮ କନ୍ଧମାଳ ଦଙ୍ଗା ସମୟରେ ଘଟିଛି କିନ୍ତୁ ସେତେବେଳେ ସାମାଜିକ ଗଣମାଧ୍ୟମର ପ୍ରଭାବ ଓ ବ୍ୟବହାରିତା ଏତେ ମାତ୍ରାରେ ନଥିଲା । ଏଣୁ  କନ୍ଧମାଳ ଦଙ୍ଗା ସମୟରେ ଯେଉଁ ଭଳି ଭାବେ ଘରପୋଡ଼ି ହତ୍ୟା, ଲୁଣ୍ଠନ ଓ ଧଷର୍ଣ ର ଦୃଶ୍ୟ ପ୍ରସାରିତ ହୋଇ ପାରିଲା ନାହିଁ । ଓଡ଼ିଶାରେ ଇତିଶ୍ରୀ ଘଟଣା ହେଉକି କୁନ୍ଦୁଲି ଘଟଣା ହେଉ କି ମମୀତା ମେହର ଘଟଣା ହେଉ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ହୋଇଥିଲା ଓ କ୍ଷମତାରେ ଥିବା ଶାସକ ଦଳ ନିଜର ଦୋଷକୁ ଲୁଚେଇବା ପାଇଁ ଗଣମାଧ୍ୟମ ସମ୍ମୁଖର ଆସି କୁହାଥିଲେ ଦୋଷୀ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ଓ କଠୋର ଶାସ୍ତି ପ୍ରଦାନ କରାଯିବ । ଦୋଷୀକୁ ଦଣ୍ଡ ମିଳନ୍ତା କି ନାହିଁ ତାହା ବଡ଼ କଥା ନାହିଁ, ବଡ଼କଥା ହେଲା ନିଜର ଭୂଲ କୁ ସ୍ୱୀକାର କରିବା ଓ ନିଜ ଅପାରଗତା କୁ ସ୍ୱାକାର କରିବା । ସାଧାରଣ ଜନତାଙ୍କର ହକ ଅଛି ସରକାରକୁ ଅନ୍ୟାୟ ବିରୁଦ୍ଧରେ ପ୍ରଶ୍ନ କରିବା । ବିରୋଧୀକୁ ନୁହେଁ । କ୍ଷମତା ପାଇଁ ନିଜ ବିବେକ ଓ ନିଜ ସ୍ୱାଭିମାନକୁ ଯେଉଁମାନେ ବନ୍ଧା ପକାନ୍ତି କିମ୍ବା ବିକିଦିଅନ୍ତି, ସେଭଳି ପ୍ରଶ୍ନ କରୁଥିବା ବ୍ୟକ୍ତିକୁ ଅମଣିଷ କହିବା ଛଡ଼ା ଆଉ କିଛି ନାହିଁ ।

                ମୋର ଜଣେ ବନ୍ଧୁ, ୨୦୦୪ ମସିହାରେ ଆସାମ ରାଇଫଲର ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ଘଟିଥିବା ଘଟଣାକୁ ବର୍ଣ୍ଣନା କଲେ । ତତ୍‌କାଳୀନ ଘଟଣାଟି ହେଉଛି ଆସାମ ରାଇଫଲର ମୁଖ୍ୟ କାର୍ଯ୍ୟାଳୟ ଆଗରେ ୨୨ ଜଣ ବୟସ୍କା ସ୍ତ୍ରୀ ଲୋକ ବିବସ୍ତ୍ର ହୋଇ “ଇଣ୍ଡିଆନ ଆର୍ମି ରେପ୍ ଆସ” ବ୍ୟାନର ଧରି ଲଙ୍ଗଳା ହୋଇ ପ୍ରତିବାଦ କରିଥିଲେ । ମନୋରମା ଧର୍ଷଣ ଓ ହତ୍ୟାର ପ୍ରତିବାଦ ସ୍ୱରୂପ ୨୨ ଜଣ ସ୍ତ୍ରୀଲୋକ  ଏଭଳି ବ୍ୟାନର ଧରି ପ୍ରତିବାଦ କରିଥିଲେ । ସେ ଏହି ଘଟଣାକୁ ଦୁଇ କୁକି ମହିଳାକୁ ଲଙ୍ଗଳା କରି ରାସ୍ତାରେ ନେବା ଘଟଣା ସହ ଯୋଡ଼ିଥିଲେ । ଭାରତର ଲୌହ ମାନବୀ କୁହାଯାଉଥିବା ବିଶିଷ୍ଟ ସାମାଜିକ କର୍ମୀ ଇରୋମ ଶର୍ମିଲା କହିଛନ୍ତି “ଯଦି କେନ୍ଦ୍ର ସରକାର ପୂର୍ବରୁ ହୋଇଥିବା ହିଂସା ପ୍ରତି ଧ୍ୟାନ ଦେଇଥାନ୍ତେ, ତେବେ ଏଭଳି ଘଟଣା ସାମ୍ନାକୁ ଆସିନଥାନ୍ତା । ହିଂସା ପଛରେ ମୁଖ୍ୟ କାରଣ ରାଜ୍ୟରେ ବଢ଼ିଥିବା ନିଶା ଓ ବେକାରୀ ସମସ୍ୟାକୁ ଦର୍ଶାଇଛନ୍ତି” ।

                ୨୦୨୩ ମଇ ୪  ଦିନ କୁକି ଜନଜାତିର କିଛଇ ଲୋକଙ୍କୁ ମଣିପୁର ପୋଲିସ କାବୁ କରି ଥାନାକୁ ନେଉଥାଏ । ସେହି ସମୟରେ ମୈତୈୟୀ ଗାଁରେ ସେହି ପୋଲିସ୍ ଗାଡ଼ିକୁ ଅଟକାଯାଇ, କୁକି ଜନଜାତିର ଲୋକଙ୍କୁ ତଳକୁ ଓହ୍ଲାଇ ଦିଆଯାଏ । ସେହି ସମୟରେ କୁକି ଦଳରେ ସହି ଦୁଇ ମଧ୍ୟ ଥାଏ । ସେମାନଙ୍କୁ ଦଳରୁ ଅଲଗା କରି ପ୍ରଥମେ ଉଲଗ୍ନ କରାଯାଏ ଓ ସେ ଝିଅର ଭାଇ ଯେତେବେଳେ  ନିଜ ଭଉଣୀକୁ ରକ୍ଷା କରିବା ପାଇଁ ଆଗକୁ ଆସେ, ସେତେବେଳେ ତାକୁ ହତ୍ୟା କରାଯାଏ । ପରେ ପରେ ସେହି ଉଲଗ୍ନ ଝିଅଙ୍କୁ ଉଲଗ୍ନ କରି ଗାଁ ରାସ୍ତାରେ ଚଲେଇ ଚଲେଇ ନିଆଯାଏ । ସେହି ଚାଲିବା ଅବସ୍ଥାରେ କିଛି ଅସାମାଜିକ ଯୁବକ ଝିଅଙ୍କ ଶରୀରକୁ ଆପତ୍ତିଜନକ ଭାବେ ଛୁଉଁଥାନ୍ତି । ପରେ ସେମାନଙ୍କୁ ଲହୁଲୁହାଣ ଅବସ୍ଥାରେ କ୍ଷେତରେ ଛାଡ଼ି ଚାଲିଯାଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ପୋଲିସ ଗାଡ଼ିରୁ  ସେମାନଙ୍କୁ ଯୋର ଜବରଦସ୍ତି କରି  ଓହ୍ଲାଇ ଦିଆଗଲା । ପୋଲିସ୍ ଯଦି ନିଜଆଡ଼ୁ ଆଗ୍ରହ ଦେଖାଇଥ।।ନ୍ତା, ତେବେ ଏତେବଡ଼ ଘଟଣାକୁ ଅଟକାଇ ଦିଆଯାଇପାରନ୍ତା । ପୋଲିସ୍ ନିଜ ଆଡ଼ୁ ମାମଲା ଦାୟର ନକରି ଚୁପ୍ ରହିବାର କାରଣ କଣ ? ଦୀର୍ଘ ୧୫ ଦିନ ପରେ ଅର୍ଥାତ୍ ମଇ ୧୮ ତାରିଖ ଦିନ ଏଫ୍‌.ଆଇ.ଆର୍ ମାମଲା ରୁଜୁ କରିଥିଲା । ଏଭଳି ଏକ ଭୟଙ୍କର କାଣ୍ଡର ଖବର ରାଜ୍ୟ ପୋଲିସ୍‌, ରାଜ୍ୟ ସରକାର, କେନ୍ଦ୍ର ଗୃହ ମନ୍ତ୍ରଳାୟ ପାଖରେ ଖବର ଥାଇ, ସେମାନେ ଚୁପ୍ ରହିବା କାରଣ କଣ?  ଏ କଥା ସତଯେ ରାଜ୍ୟ ଭିତରେ ଏକ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ଭାବରେ କୁହାଯାଇ ପାରେ ଯେ ଏହା ଏକ ସରକାରୀ ପ୍ରାୟାଜିତ ଦଙ୍ଗା । ମଇ ୧୮ ରେ ଏଫ୍‌.ଆଇ.ଆର୍ ଦର୍ଜ ହୋଇଥିଲେ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନଥିଲା । ଘଟଣା ଘଟିବାର ୩୩ ଦିନ ପରେ, ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଗଲା । ଯେତେବେଳେ ଜୁଲାଇ ୨୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ମାମଲାର ତଦାରଖ ନିଜ ହାତକୁ ନେବେ ବୋଲି ଘୋଷଣା କଲେ ଏବଂ ହିଂସାକୁ ରୋକିବା ପାଇଁ ଜୁଲାଇ ୨୮ ସୁଦ୍ଧା କଣ ପଦକ୍ଷେପ ନେଇଛନ୍ତି ଜଣାଇବା ପାଇଁ କହିଲେ, ସେତେବେଳେ ଆମ ପ୍ରଧାନମନ୍ତ୍ରୀ ମଣିପୁରକୁ ନେଇ ଏକ ୩୬ ସେକେଣ୍ଡର ବୟାନ୍ ଦେଲେ । ଆମ ପ୍ରଧାନମନ୍ତ୍ରୀ ‘ମନ୍‌କୀ ବାତ୍‌’ରେ ଘଣ୍ଟାଘଣ୍ଟା ଭାଷଣ ଦେବାରେ ସିଦ୍ଧହସ୍ତ ଓ ମାହିର ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ସେ ମଣିପୁର ପାଇଁ ମାତ୍ର ୩୬ ସେକେଣ୍ଡ ଭାଷଣ ଦେଇଥିଲେ ।

                ଏକଥା ସତଯେ ନାରୀ ନିର୍ଯ୍ୟାତନାର ସଦ୍ୟ ପ୍ରକାଶିତ ଅଘଟଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଣିପୁରବାସୀଙ୍କୁ ନ୍ୟାୟ ଦେବାରେ ବିଫଳ, ଏହା ସ୍ପଷ୍ଟ । ଯେ କୌଣସି ସଭ୍ୟ ସମାଜରେ ଯେଉଁଠାରେ ଆଇନ ଶାସନ ଚାଲିଥାଏ ସେଠାରେ ଜଘନ୍ୟ ଅପରାଧ ଘଟାଇଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା କଥା । ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ । ମଣିପୁର ସମତେ ଉତ୍ତର ପୂର୍ବାଞ୍ଚଳରର ଅନେକ ରାଜ୍ୟର ସେନା ବାହିନୀର ଉପସ୍ଥିତି ପ୍ରାୟ ସମସ୍ତେ ଜାଣନ୍ତି । ୩୭୦ ଧାରା କାଶ୍ମୀର ଉଠାଇବା ପରେ ଅଜିତ୍ ଡୋଭାଲ ଶ୍ରୀନଗରକୁ ସାମରିକ ଛାଉଣୀ କରି ଲାଲ ଚୌକ୍‌ରେ ବିଦେଶୀ ପ୍ରତିନିଧି ମାନଙ୍କ ସହ ଯାଇ ବିରିୟାନି ଖାଇ ଆସିଲେ । ଏହା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଲା, ବିଦେଶୀ ପ୍ରତିନିଧିକୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି ଜଣାଇବା । କିନ୍ତୁ ବାସ୍ତବରେ କାଶ୍ମୀର ସ୍ଥିତି ଠିକ୍ ଓଲଟା । ଠିକ୍ ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଇମ୍ଫାଲକୁ ଯାଇ ସେଠାରେ ଡେରା ପକାଇଲେ । ହିଂସାକାଣ୍ଡ କମିବା ପରିବର୍ତ୍ତେ, ବୃଦ୍ଧି ପାଇବାରେ ଲାଗିଛି ।

                ମଣିପୁରକୁ ଆମେ ରତ୍ନଭୂମି ବୋଲି ଜାଣୁ । ଅନେକଦିନ ହେଲାଣି ଖଣି ମାଫିଆ ଓ ପର୍ପୋରେଟ  ୱାର୍ଡ଼ର ଆଖି ସେଠିକାର ଖଣିଜ ପଦାର୍ଥ ଉପରେ ଥିଲା । ଆଉ ଆଖି ରହିବା ସ୍ୱଭାବିକ । ଆଦିବାସୀଙ୍କ ରକ୍ତରେ ହୋଲି ଖେଳିବାରେ ସେମାନେ ମାହିର । ସେ କଳିଙ୍ଗନଗର ହେଉକି ମାଇକଂଚ  ହେଉ ସବୁଠି ସେମାନେ ଆଦିବାସୀଙ୍କ ରକ୍ତରେ ହୋଲି ଖେଳିଛନ୍ତି । ଝିଅଙ୍କ ଇଜ୍ଜତ ଲୁଟିଛନ୍ତି । ସେମାନେ ପୃଥିବୀର ଅନ୍ତନାଡ଼ି ପର୍ଯ୍ୟନ୍ତ ସବୁକିଛି ବାହାରକୁ ଆଣିବାକୁ ଚାହାନ୍ତି , ସ୍ୱଷ୍ଟ ଦିବାଲୋକରେ ଖଣି ଲୁଟ କରିବାକୁ  ଚାହୁଁଛନ୍ତି । କିନ୍ତୁ ଅସୁବିଧା ହେଲା ନିୟମ ଅନୁସାରେ ସେଠାରେ ଆଦିବାସୀ ଜମିକୁ ଅନ୍ୟମାନେ କିଣି ପାରିବେନି । ଆଜି ମଣିପୁରର ଏ ଅବସ୍ଥା ପଛରେ ଏହି ଜମିଜମା ହିଁ ଅନ୍ତତଃ ପ୍ରମୁଖ କାରଣ । ମୈତୈୟୀମାନେ ପାହାଡ଼ି ଅଞ୍ଚଳରେ ଜମି କିଣିପାରୁନାହାନ୍ତି । ତେଣୁ ଜଣେ ଦକ୍ଷିଣପନ୍ଥୀ ନ୍ୟାୟାଧୀସ ମୈତୈୟୀମାନଙ୍କୁ ଜନଜାତିର ମାନ୍ୟତା ଦେବାକୁ ଆଦେଶ ଦେଲେ । ଆଦେଶ ଦେବାର ମୁଖ୍ୟ କାରଣ ମୈତେୟୀମାନଙ୍କୁ ଜନଜାତିର ମାନ୍ୟତା ମିଳିଗଲେ ସେମାନେ ଜଙ୍ଗଲ ଜମି ଓ ପାହାଡ଼ି ଜମିକୁ ଅକ୍ତିଆର କରିବାରେ ସୁବିଧା ହେବ ଓ ପରବର୍ତ୍ତୀ ସମୟରେ ମୈତେୟୀ ମାନଙ୍କଠାରୁ ଜମି ସବୁ ଆଣି ଖଣି ମାଫିଆ ଓ ପର୍କୋରେଟ ୱାର୍ଲଡ୍ ହାତକୁ ଟେକି ଦିଆଯିବ । ସେଥିପାଇଁ ଆମ ପ୍ରଧାନମନ୍ତ୍ରୀ ସଂସଦରେ ନୂତନ ଜଙ୍ଗଲ ଜମି ଆଇ ଆଣିଛନ୍ତି । ଏହି ଆଇନ୍ କେବଳ ଖଣି ମାଫିଆଙ୍କ ପାଇଁ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

                ମଣିପୁର ହଟଚମଟ ଭିତରେ ଲୁଚିଯାଉଥିବା ଅନ୍ୟ ଏକ ଖବର ହେଲା ସରକାରୀ ହିସାବ ଅନୁସାରେ ଗତ ଛଅମାସ ମଧ୍ୟରେ ୮୭,୦୦୦ ଭାରତୀୟ ସେମାନଙ୍କର ଭାରତୀୟ ନାଗରୀକତ୍ୱକୁ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ଆମ୍ଭେ ଏଭଳି ଭାବେ ବିଶ୍ୱଗୁରୁ ହୋଇଛେ ଯେ ଏଭଳି ପରିସ୍ଥିତି ଉପୁଜିଲା ଯେ ଲୋକେ ଦେଶ ଛାଡ଼ିବାକୁ ପସନ୍ଦ କରୁଛନ୍ତି । ମିଛ ଖବର ପ୍ରଚାର ଓ ପ୍ରସାରରେ ଯେଉଁ ଭୟଙ୍କର ଫସଲ ବୁଣାଯାଇଥିଲା ବର୍ତ୍ତମାନ ତା’ର ଅମଳ ଆରମ୍ଭ ହୋଇଗଲା । ଆଉ ସେ ଫଳ ଆଗାମୀ ଦିନ ମାନଙ୍କରେ ଆହୁରି କେତେ ଭୟଙ୍କର ହେବ, ତାହା ଆମକୁ ଦେଖିବାକୁ ବାକି ରହିଲା ।