ମୋଦୀ ସରକାରର ଆଇନ ବଦଳ : ଏକ ସମୀକ୍ଷା

ମୋଦୀ ସରକାରର ଆଇନ ବଦଳ : ଏକ ସମୀକ୍ଷା

ଗତ ପାର୍ଲିଆମେଣ୍ଟ ଅଧିବେଶନର ଶେଷ ଦିନରେ ଓ ଶେଷ ଘଣ୍ଟାରେ ମୋଦୀ ସରକାର ଦେଶରେ ଏପର୍ଯ୍ୟନ୍ତ ଥିବା ତିନୋଟି ଫୌଜଦାରୀ ଆଇନ ବଦଳାଇବା ପାଇଁ ତିନୋଟି ନୂଆ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ତିନୋଟି ବିଲ୍ ଉପରେ ଅଧିକ ବିଚାର ପାଇଁ ସେସବୁକଙ ଷ୍ଟାଣ୍ଡିଂ କମିଟିକୁ ପଠା ଯାଇଛି । 

ବନ୍ଧୁଗଣ । ଏହା ଏକ ବିଶାଳ ବିଷୟ ।  ଏହାର ପ୍ରତ୍ୟେକ ବିଷୟରେ ଟିକିନିଖି ଲେଖିବାକୁ ହେଲେ ବହୁତ ସମୟ ଲାଗିବ । ତେଣୁ ସେ ବିଷୟରେ ଏଠାରେ ଯେତିକି ଆଲୋଚନା ହେବାକୁ ଯାଉଛି, ତାହା ବାଦ୍ ବି ଆହୁରି ଅନେକ ଗୁରୁତ୍ତ୍ୱପୂର୍ଣ ଦିଗ ଥିବ, ଯାହା ମୁଁ ଏଠାରେ ଆଲୋଚନା କରୁନାହିଁ ।  

Indian Penal Code,  1860 = ଭାରତୀୟ ନ୍ୟାୟ ସଂହିତା 
Code of Criminal Procedure (CrPC), 1973 = ଭାରତୀୟ ନାଗରିକ ସୁରକ୍ଷା ସଂହିତା

Indian Evidence Act 1872 = ଭାରତୀୟ ସାକ୍ଷ ବିଲ୍ ।

ଯେହେତୁ ଏବେ ନୂଆ ନୂଆ ଉପାୟରେ ଅପରାଧ ହେଉଛି ତେଣୁ ପରିବର୍ତ୍ତନର ଆବଶ୍ୟକତା ଥିଲା । ଅପରାଧର ସଂଜ୍ଞା ବଦଳିବାର ଆବଶ୍ୟକତା ମଧ୍ୟ ଥିଲା । ଟେକ୍ନୋଲୋଜି ଆସିବା ପରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି ସହଜ କରିବା ମଧ୍ୟ ଆବଶ୍ୟକ ଥିଲା । କିନ୍ତୁ କୈାଣସି ଆଇନ୍ ଯେପରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ସଙ୍କୁଚିତ ନ କରେ ସେହି କଷଟି ପଥରରେ ତାହାର ତର୍ଜମା ହେଉ । 


ହିନ୍ଦୀ ନାମକରଣ ସମ୍ବିଧାନର ଧାରା ୩୪୮ର ଭାବନାର  ବିରୁଦ୍ଧାଚରଣ କରୁଛି, ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଯେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସମସ୍ତ କାର୍ଯ୍ୟବିଧି ଇଁରାଜୀରେ ହେବ । ନୂଆ ଆଇନରେ ସବୁକିଛି ଇଂରାଜୀରେ ଥିବା ବେଳେ ଆଇନର ନାମ ହିନ୍ଦୀରେ ଅଛି । ଏହାଦ୍ବାରା ଦକ୍ଷିଣ ଭାରତୀୟଙ୍କୁ ଉତ୍ତେଜିତ  କରାଗଲା ।

କ'ଣ ଏଣିକି ଶୀଘ୍ର ନ୍ୟାୟ ମିଳିବ ?

ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଅନେକ ଗୁଡ଼ିଏ ନ୍ୟାୟିକ କାମ ପାଇଁ ସମୟସୀମା ନିର୍ଦ୍ଧାରିତ ହୋଇଛି। କେତେ ଦିନରେ ଯାଞ୍ଚ ସରିବ, କେତେ ଦିନରେ ଚାର୍ଜସିଟ୍ ଦାଖଲ ହେବ, କେତେ ଦିନରେ ବିଚାର ସରିବ, କେତେ ଦିନରେ ମାଜିଷ୍ଟ୍ରେଟ ରାୟ ଶୁଣାଇବେ, ଏସବୁ ପାଇଁ ସମୟ ସୀମା ସ୍ଥିର ହୋଇଛି । ଏକଥା ସତ ଯେ ଏହି ନୂଆ ଆଇନରେ ଅଧିକ ଟେକ୍ନୋଲୋଜି ବ୍ୟବହାର ହେବାର ବ୍ୟବସ୍ଥା ଥିବାରୁ, ଏସବୁ ଶୀଘ୍ର ହେବାର‌ ସମ୍ଭାବନା ରହିଛି । କିନ୍ତୁ ତରବରରେ ଯାଞ୍ଚର ଗୁଣବତ୍ତା ଓ ଶୁଣାଣିର ଗୁଣବତ୍ତା କ୍ଷତିଗ୍ରସ୍ତ ହେବନାହିଁ ତ ? ଅଭିଯୁକ୍ତ ଏହା ଦ୍ବାରା ନିଜକୁ ରକ୍ଷା କରିବା ପାଇଁ ଯଥେଷ୍ଟ ସମୟ ପାଇବ ତ ? ସେଥିପାଇଁ ଦେଶରେ ଯଥେଷ୍ଟ ପୋଲିସ ଓ ବିଚାରପତି ଅଛନ୍ତି ତ ? ବ୍ୟାଙ୍କ ଋଣ ସମ୍ବନ୍ଧୀୟ କେଶ୍ ବିଚାର ପାଇଁ ସରକାର NCLT ଗଠନ କରି ସମୟ ସୀମା ନିର୍ଦ୍ଧାରଣ କରିଥିଲେ । କିନ୍ତୁ କ'ଣ ହେଲା ? ଏମିତି ନୁହେଁ ଯେ କୋର୍ଟ ଆଗରୁ ଏ ବିଷୟରେ ଇଣ୍ଟରନାଲ ସର୍କୁଲାର କରି ନଥିଲେ । କିନ୍ତୁ ବାସ୍ତବତାର ଚାପରେ ସେସବୁ ସମୟ ସୀମା କାମ ଦେଉନି । 

ବ୍ୟବସ୍ଥା ବଦଳିବାର ଆବଶ୍ୟକତା

ସେହି ପୋଲିସ ଅଛି । ସେହି ମାଜିଷ୍ଟ୍ରେଟ ଅଛନ୍ତି । ସେମାନଙ୍କ ମାନସିକତା ସେଇଆ ଅଛି ‌। ତେଣୁ ନୂଆ ଆଇନ୍ ସହ ସିଷ୍ଟମ ମଧ୍ୟ ବଦଳିବା ଦରକାର । ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ସୁପ୍ରିମକୋର୍ଟ ପ୍ରକାଶ ସିଂ ରାୟ ଆଧାରରେ ରାଜ୍ୟ ସରକାର ମାନଙ୍କୁ ଯେଉଁ ନିର୍ଦ୍ଦେଶାବଳୀ ଦେଇଥିଲେ ତାହାକୁ ସେମାନେ କାର୍ଯ୍ୟକାରୀ କଲେ ନାହିଁ।  

ଏବେ ଆଇପିସି ବାଦ୍ ବି ବହୁତ ଗୁଡ଼ିଏ ସ୍ବତନ୍ତ୍ର ଆଇନ୍‌ ତିଆରି ହୋଇଛି । ଯେମିତିକି Prevention of Corruption Act, PMLA . ଏସବୁ ଆଇନ୍ ବହୁତ କଠୋର ଓ ମନମୁଖୀ ଅଛି ଯଦ୍ବାରା ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ।

  ପୋଲିସ ହାଜତ 

ଭାରତୀୟ ନ୍ୟାୟ ସଂହିତାର ବିଲ୍ ଧାରା ୧୮୭(୧)ରେ  ଲେଖା ଯାଇଛି - ଜଣେ ଲୋକକୁ ସର୍ବାଧିକ ୬୦ ରୁ ୯୦ ଦିନ ହାଜତରେ ରେ ରଖାଯିବ - ସାଧାରଣ ଅପରାଧରେ ୬୦ ଦିନ ଓ ଅନ୍ୟଥା ୯୦ ଦିନ । ଏହା ଭିତରୁ ପୋଲିସ ହାଜତରେ ହେଉଛି ୧୫ ଦିନ - ଯାହା ପୋଲିସ ଥର ଥର କରି କିମ୍ବା ଏକା ବେଳକେ ମାଗି ପାରିବ । ଅବଶିଷ୍ଟ ହେଉଛି ଜୁଡିସିଆଲ କଷ୍ଟୋଡି ବା ଜେଲ୍ । ଏହି ୧୫ ଦିନ ପୋଲିସ କଷ୍ଟୋଡି , ସମୁଦାୟ କଷ୍ଟୋଡିର ପ୍ରଥମ ୪୦ ଦିନ କିମ୍ବା ୬୦ ଦିନ ମଧ୍ୟରେ ପୋଲିସ ନେଇ ପାରିବ । 

ତଥାପି ସବସେକ୍ସନ ୩ରେ ଲେଖା ଯାଇଛି ଯେ ଯଦି ମାଜିଷ୍ଟ୍ରେଟ ଯଥେଷ୍ଟ କାରଣ ରହିଥିବାର ଦେଖିବେ,  ତେବେ ସେ ଏହି ୧୫ ଦିନ ପୋଲିସ କଷ୍ଟୋଡି ସମୟ ବଢାଇ ପାରିବେ । 

ତେଣୁ ନୂଆ ଆଇନରେ କେବଳ ଗୋଟିଏ କଥା ପରିଷ୍କାର ହୋଇଛି ଯେ ପୋଲିସ ଅଭିଯୁକ୍ତର ଏକାବେଳକେ ୧୫ ଦିନ କିମ୍ବା ଥର ଥର କରି ମୋଟ ୧୫ ଦିନ କଷ୍ଟୋଡି ନେଇ ପାରିବ । 

ରାଜଦ୍ରୋହ 


ରାଜଦ୍ରୋହ ବା ଏବେ ଥିବା Sedition Act 124A ଉପରେ ଆଗରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହା ହଟାଇବାକୁ ସମସ୍ତେ ଚାହିଁଥିଲେ । ବ୍ରଟିଶମାନେ ତାଙ୍କ ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ୍ ରଖିଥିଲେ। ସେଡିସନ୍ ମାନେ ହେଉଛି ସରକାର ବିରୁଦ୍ଧରେ ଅପରାଧ । ଅମିତ୍ ଶାହା କହିଲେ ଭାରତୀୟ ନ୍ୟାୟ ସଂହିତାରେ ଆମେ ଆଉ ସେଡିସନ୍ ରଖିନୁ । କିନ୍ତୁ ଏହା ହେଉଛି ଅର୍ଦ୍ଧସତ୍ୟ । କାରଣ ପୁରୁଣା ସେଡିସନ୍ ରେ ଯାହା ସେମାନେ ରଖିଥିଲେ ତାହା ମଧ୍ୟରୁ ଅନେକ ଗୁଡ଼ିକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୦ରେ  ରଖି ତାକୁ ଦେଶଦ୍ରୋହ କରି ଦେଇଛନ୍ତି । ରାଜଦ୍ରୋହ ଅପେକ୍ଷା ଦେଶଦ୍ରୋହ ଅପରାଧ ଆହୁରି ସାଂଘାତିକ ।   


ନୂଆ ଧାରାକୁ ପୁରାପୁରି ଏଠାରେ ଲେଖିବା ସମ୍ଭବ ନୁହେଁ । ତଥାପି ସେଥିରେ ଥିବା କେତେକ ମୂଖ୍ୟ ଶବ୍ଦ ବିଷୟର ଅର୍ଥ କ'ଣ ହୋଇ ପାରିବ ସେ ବିଷୟରେ ଏଠାରେ ଉଲ୍ଲେଖ କରାଯାଉ । 

Whoever, purposely or knowinglyର ଅର୍ଥ ଅପରାଧୀ ଉଦ୍ଦେଶ୍ୟ ରଖି ଓ ଜାଣିଶୁଣି ଅପରାଧ କରିଥିବା । …..by words, either spoken or written - ଉଚ୍ଚାରଣ କରି ହେଉ କିମ୍ବା ଲିଖିତ ଭାବେ ହେଉ । ମନେରଖନ୍ତୁ, ପୁରୁଣା ଆଇନରେ ଥିଲା by action । କିନ୍ତୁ ନୂଆ ଆଇନରେ ଅଛି by word । ….or by signs - କିମ୍ବା ସଙ୍କେତ ଓ ଇସାରା ଦ୍ବାରା । …..or by visible representation, or by electronic communication - କିମ୍ବା ହ୍ବାଟସପ ଓ ମେସେଜ୍ ଦ୍ବାରା ହେଉ ଅବା ୟୁଟ୍ୟୁବରେ କିମ୍ବା ଟିଭି ଚ୍ୟାନେଲରେ ହେଉ । ଏହା ନୂଆ ଯୋଡ଼ା ଯାଇଛି । 

ଏଥିରେ ଅନେକ ଟିଭି ପତ୍ରକାର ଫସି ପାରନ୍ତି ଯେଉଁମାନେ ସରକାରଙ୍କୁ ସବୁବେଳେ ପ୍ରଶ୍ନ କରୁଥିବେ । କାରଣ ସରକାର କହିପାରନ୍ତି ଏ ଯେଉଁ ହିଂସା ହେଲା କିମ୍ବା ହେବାକୁ ଯାଉଥିଲା , ସେଥିପାଇଁ ତମେ ଯେଉଁ ସେଦିନ ଟିଭିରେ ଏମିତି କହିଥିଲ ତାହା ଉତ୍ତେଜିତ କରିଛି । 

or by use of financial mean, or otherwise - କିମ୍ବା ଟଙ୍କା ଦିଆନିଆ ଦ୍ବାରା ହେଉ ( ଆପଣ ମୋତେ ୧୦ ହଜାର ଟଙ୍କା ମାଗିଲେ । ମୁଁ ଆପଣଙ୍କୁ ଫୋନ୍ ପେ ମାଧ୍ୟମରେ ଦେଲି । ଆପଣ ମନେ କରନ୍ତୁ ଏଭଳି କୈାଣସି ଅପରାଧ କଲେ, କିମ୍ବା କରିବା ପାଇଁ ଉତ୍ତେଜିତ ହେଲେ ବା ଉତ୍ସାହିତ ହେଲେ  । ସେଥିରେ ମୁଁ ବି ଫସିବି । କାରଣ ମୁଁ financial mean ବ୍ୟବହାର କରିଛି । )

Or otherwise - କିମ୍ବା ଅନ୍ୟ କୌଣସି ଉପାୟରେ ହେଉ । ଏଥିରେ ବହୁତ କଥା ଆସିଯିବ । ଅନ୍ୟ ଯାହା କରିଥିଲେ ବି ପୋଲିସ ଏହାକୁ or otherwiseରେ ପକେଇଦେବ ।

……excites or attempts to excite । ପୁରୁଣା 124A ଧାରା ଠାରୁ ଏହା ଏକ ବଡ଼ ପରିବର୍ତ୍ତନ । ଆଗରୁ ଥିଲା ଯେ ଜଣକୁ ରାଜଦ୍ରୋହୀ ବୋଲି ପ୍ରମାଣିତ କରିବାକୁ ହେଲେ ଅଭିଯୁକ୍ତ ଦ୍ବାରା ହିଂସା ହୋଇଥିବା ଆବଶ୍ୟକ । ଏ ବିଷୟରେ ବଲବନ୍ତ ସିଂ ଜଜମେଣ୍ଟରେ ପରିଷ୍କାର କରି ଦିଆଯାଇଥିଲା । ତଥାପି ଅନେକ ଲୋକ ଏଥିରେ ଗିରଫ ହୋଇ ବର୍ଷ ବର୍ଷ ଧରି ଜେଲରେ ଷଢୁଛନ୍ତି  ଓ ପରେ ନିର୍ଦୋଷରେ  ଖଲାସ ହେଉଛନ୍ତି । ଏବେ ଏହାକୁ ଆହୁରି ଶକ୍ତ କରାଯାଇ ଏଥିରେ ଯୋଡ଼ାଗଲା excites or attempts to excite । ମାନେ ହିଂସା ଘଟଣା ନହେଲେ ମଧ୍ୟ, ସେଥିପାଇଁ ଯଦି କେହି ଉତ୍ସାହିତ କରିଥିବ କିମ୍ବା ଉତ୍ସାହିତ କରିବାକୁ ଚେଷ୍ଟା କରିଥିବ ତେବେ ସେ ଦୋଷୀ ହେବ । ପୁଣି ଏହାର ଉପଯୁକ୍ତ ସଂଜ୍ଞା ନିରୁପଣ କରାଯାଇ ନାହିଁ ।  ଏହା ସ୍ଥିର କରିବା ପୋଲିସ ହାତରେ ଛାଡି ଦିଆ ଯାଇଛି ।

……secession or armed rebellion or subversive activities..। ଏଇଟା ଠିକ୍ ଅଛି, କାରଣ ଏଥିରେ ପ୍ରକୃତ crime ହୋଇଥିବା କଥା ଲେଖା ହୋଇଛି । କିନ୍ତୁ ସବଭରସିଭ୍ ଆକ୍ଟିଭିଟିଜ୍ କ'ଣ ତାହା ନୂଆ ଆଇନରେ ନାହିଁ । 

….or encourages feelings of separatist activities..। ଏଇଟା ମଧ୍ୟ ସମସ୍ୟା ସୃଷ୍ଟି କରିବ ।‌ separitist activities କଥା ବୁଝି ହେଉଛି । କିନ୍ତୁ କାହାର feelings encourage ହେଲା କି discourage ହେଲା କେମିତି ପ୍ରମାଣ ହେବ ? ଏଥିରେ session, rebellion ଆଦି ନ ହୋଇଥିଲେ ମଧ୍ୟ ସେଥିପାଇଁ ଯଦି କିଏ ଉତ୍ସାହିତ କରିଥିବ ସେ ବି ଦୋଷୀ ହେବ । 

……or endangers sovereignty or unity and integrity of India; - କିମ୍ବା ଦେଶର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବ । କିନ୍ତୁ ଏହି ତିନୋଟିର ସଂଜ୍ଞା କ'ଣ ତାହା ଉଲ୍ଲେଖ ନାହିଁ । ଆମେ ଯଦିବା ସାଧାରଣ ଅର୍ଥରେ ଏହାର ମାନେ ବୁଝୁଛୁ, ତଥାପି ଆଇନ୍ ଏହାର ନିର୍ଦ୍ଦିଷ୍ଟ ଅର୍ଥ ଉଲ୍ଲେଖ କରିବା ଉଚିତ୍ । ଆମେ ଯାହା ବୁଝୁଛୁ ଏହାର ଅର୍ଥ ସେଇଆ ନା କପିଲ୍ ମିଶ୍ର, ଅନୁରାଗ ଠାକୁର ଯେଉଁ ଦେଶ୍ କୀ ଗଦ୍ଦାର ସ୍ଲୋଗାନ ଦିଅନ୍ତି ଏହାକୁ ସେହି ଅର୍ଥରେ ନିଆଯିବ ? 

……or indulges in or commits any such act shall be punished with imprisonment for life or with imprisonment which may extend to seven years and shall also be liable to fine.

ପୁରୁଣା sedition ପାଇଁ ଦଣ୍ଡବିଧାନ ସର୍ବନିମ୍ନ ୩ ବର୍ଷରୁ ବଢାଇ ୭ ବର୍ଷ କରା ଯାଇଛି । ଏହା ଦ୍ବାରା  ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢିବ । ଏଥିରେ ଅନେକ ନେତା ଫସି ପାରନ୍ତି । ଯଦି କିଛି କହିବେ ତେବେ ତାକୁ sedition  କୁହାଯିବ ।

#ଆତଙ୍କବାଦ 
ଆଗରୁ ଆତଙ୍କବାଦର ସଂଜ୍ଞା Unlawful Activities Prevention Act ( UAPA) ରେ ଥିଲା । ସାହିନବାଗ ଘଟଣାରେ ଅନେକ ଏଥିରେ ବୁକ୍ ହୋଇଥିଲେ । ସେତେବେଳେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ terrorism କ'ଣ UAPAରେ  ତାହାର defini ଭଲଭାବେ ନାହିଁ । ଏବେ ତେଣୁ terrorism କୁ ସାଧାରଣ penal code ବା ସଂହିତାର ଧାରା ୧୧୧ ମଧ୍ୟକୁ ଅଣା ଯାଇଛି । 


 ଏଥିରେ ନିର୍ଦ୍ଦିଷ୍ଟ ଭାବେ ଲେଖା ଯାଇଛି ଜଣେ ଯଦି ବମ୍ , ଡିନାମାଇଟ୍ ଆଦି ବ୍ୟବହାର କରି ହିଂସାକାଣ୍ଡ ସୃଷ୍ଟି କଲା ସେସବୁ କାମକୁ ଆତଙ୍କବାଦ କୁହାଯାଉ । କିନ୍ତୁ ସବୁବେଳେ ହିଂସାକାଣ୍ଡ ଆନ୍ଦୋଳନକାରୀଙ୍କ ତରଫରୁ ହୋଇ ନଥାଏ । କୃଷକ ଆନ୍ଦୋଳନ ସମୟରେ ବିଜେପି ସମର୍ଥକ ଢେଲା ପକାଉଥିଲେ । ସାହିନବାଗ୍ ରେ ଜଣେ ବାହାର ଲୋକ ଆସି ବିକ୍ଷୋଭ ଉପରେ ଗୁଳିମାଡ଼ କରିଥିଲା । ପୋଲିସ ଉପସ୍ଥିତିରେ । ସେ କ୍ଷେତ୍ରରେ ଆନ୍ଦୋଳନକାଳୀଙ୍କୁ ଏହି ସବୁ ହିଂସା ପାଇଁ ଦାୟୀ କରି ସେମାନଙ୍କୁ ଏହି ଆତଙ୍କବାଦ ଧାରାରେ‌ ପକାଇ ଦିଆଯିବ ନାହିଁ ତ ? ଏହା ନୁହେଁ ଯେ ଆଗରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଜନତାଙ୍କୁ ଫସା ଯାଉ ନଥିଲା । କିନ୍ତୁ ନୂଆ ଆଇନ୍‌ ଲାଗୁ ହେଲେ ଏଣିକି ସେମାନଙ୍କୁ ଆତଙ୍କବାଦ ଧାରାରେ ଗିରଫ କରାଯିବ ।

ନୂଆ ଆଇନରେ ସରକାରୀ ଓ ବେସରକାରୀ ସମ୍ପତ୍ତିକୁ କ୍ଷତି ପହୁଞ୍ଚାଇବା କଥା ଲେଖା ଯାଇଛି । ଏଥିରେ କାହାର ଆପତ୍ତି ନାହିଁ। କିନ୍ତୁ ଯେଉଁଠି ନିଜେ ସରକାର ବିନା କୋର୍ଟ ବିଚାରରେ ଲୋକଙ୍କ ଘର ଉପରେ ବୁଲଡୋଜର ଚଲାଉଛି, ସେତେବେଳେ ବେସରକାରୀ ସମ୍ପତ୍ତିକୁ କ୍ଷତି ପହୁଞ୍ଚାଇବା  ବିଷୟରେ କାନୁନ ଆଣିବା ଆଶ୍ଚର୍ଯ୍ୟ ଲାଗୁଛି । 

UAPA ଠାରୁ ଏଥିରେ ଯେଉଁ କଥା ଅଧିକ ଲେଖା ଯାଇଛି ତାହା ହେଲା disruption of supplies. 
ଏଥିରେ ବହୁତ କଥା ଆସିଯିବ । ରବିଶ କୁମାର ତାଙ୍କ ଭିଡିଓରେ ଏଭଳି ବହୁତ ସମ୍ଭାବନା କଥା କହିଛନ୍ତି । ଆପଣ ରାସ୍ତାରେ ଜୁଲୁସ୍ ନେଇ ଯିବା ବେଳେ ସପ୍ଲାଏ ବାଧାପ୍ରାପ୍ତ ହେଲା ବୋଲି କହି ତାକୁ ଆତଙ୍କବାଦ ବୋଲି କୁହାଯାଇ ପାରିବ । ଏହା ଦ୍ବାରା ରାସ୍ତା କଡ଼ରେ ଶାନ୍ତିପୁର୍ଣ୍ଣ ପ୍ରତିବାଦ ସଭା କରିବା କିମ୍ବା ସେଥିପାଇଁ ପୋଲିସ ଅନୁମତି ମିଳିବା କଷ୍ଟକର ହୋଇଯିବ ।

ଏହି ଧାରାର ଉପଧାରା (୩) ଓ (୪)ରେ ଯାହା ଅଛି ତାହାର ଅର୍ଥ ହେଉଛି ଯଦି କୌଣସି ସରକାରୀ କର୍ମଚାରୀ ବା ପୋଲିସକୁ ଧମକ ଦେଇ ରଗେଇବ କିମ୍ବା ପ୍ରଭାବିତ କରିବ, ମାରିଦେବାକୁ କିମ୍ବା ଆହତ କରିବାକୁ ଧମକେଇବ, ପୁଣି କେବଳ ଧମକ ଦେବା ନୁହେଁ, ଯଦି ସରକାରୀ କର୍ମଚାରୀକୁ ଅଟକ ରଖି ତାକୁ ମାରିଦେବାକୁ ଓ ଆହତ କରିବାକୁ ଭୟଭୀତ କରିବ,
ଯାହା ଫଳରେ ସରକାରକୁ କୈାଣସି କାମ କରିବାକୁ କିମ୍ବା ନ କରିବାକୁ ବାଧ୍ୟ କରିବ ତାହେଲେ ସେ ଆତଙ୍କବାଦୀ ବୋଲି କୁହାଯିବ ।

ଏମିତି ହେଲେ ତ ଆପଣ କୈାଣସି ସମସ୍ୟାକୁ ନେଇ କେଉଁ ସରକାରୀ ଅଫିସକୁ ଯାଇ ସେଠାରେ ବଡ଼ ପାର୍ଟିରେ କଥା କହି ହେବନି । ସେ କହିବ ଆପଣ ତାକୁ ଧମକ ଦେଇଛନ୍ତି । 

ପୁଣି ନୂଆ ଆଇନରେ ଅଛି ଯଦି ଏସବୁ ଦ୍ବାରା  ଦେଶର ରାଜନୈତିକ, ଆର୍ଥିକ ଓ ସାମାଜିକ ଢାଞ୍ଚାକୁ ଅସ୍ଥିର କିମ୍ବା ଧ୍ବଂସ ହେଉଥିବ …ତାହେଲେ ତାକୁ ଆତଙ୍କବାଦ କୁ଼ହାଯିବ । ଏହି ଶବ୍ଦର ଉପଯୁକ୍ତ ସଂଜ୍ଞା ନିରୁପଣ ହୋଇ ନଥିବାରୁ ଏହି ଧାରାର ଦୁରୁପଯୋଗ ହେବା ପାଇଁ ବାଟ ଖୋଲିଗଲା । 

ଘୃଣା ଅପରାଧ/ Hate Crime

ଭାରତୀୟ ବିଚାର ସଂହିତାରେ ଧାରା ୧୦୧ରେ ଏ ପ୍ରକାର ଅପରାଧ  ପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ ରଖାଯାଇଛି ।‌ ଏହା ଏକ ନୂଆ ଧାରା । ଏଥିରେ ଅଛି ଯେ ଯଦି ପାଞ୍ଚ ଜଣ କିମ୍ବା ତାଠାରୁ ଅଧିକ ଲୋକ ମିଶି କରି; ଜାତି, ଧର୍ମ, ଲିଙ୍ଗ, ଭାଷା, ଜନ୍ମସ୍ଥାନ କିମ୍ବା ବ୍ୟକ୍ତିଗତ ବିଶ୍ବାସ କାରଣରୁ କାହାକୁ ହତ୍ୟା କରନ୍ତି, ତେବେ ଏପରି ହତ୍ୟାରେ ସାମିଲ ଥିବା ପ୍ରତ୍ୟେକଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳିବ କିମ୍ବା ଅତି କମରେ ୭ ବର୍ଷ କାରାଦଣ୍ଡ ମିଳିବ । ଏବଂ ଏଥି ସହିତ ଜୋରିମାନା ବି ଲାଗିବ । କିନ୍ତୁ ଯେହେତୁ ଏଥିରେ ମୃତ୍ୟୁଦଣ୍ଡ ରଖାଯାଇଛି ତେଣୁ ଏହି ଅପରାଧର ସଂଜ୍ଞା ବହୁତ ସୁନିର୍ଦ୍ଦିଷ୍ଟ ହେବା ଉଚିତ୍ । କେତେକ ଏହି ଆଇନକୁ ମବ୍ ଲିଞ୍ଚିଂ ବିରୁଦ୍ଧରେ ଏକ ଶକ୍ତ ଆଇନ୍ ବୋଲି କହୁଛନ୍ତି। କିନ୍ତୁ ବର୍ତମାନ ମଧ୍ୟ ଯେଉଁ କାନୁନ ରହିଛି ତାହା ଏଭଳି ଅପରାଧ ପାଇଁ ଯଥେଷ୍ଟ ଥିଲା । ତେବେ ସବୁକିଛି ନିର୍ଭର କରେ ପୋଲିସ ଉପରେ ।

ମହିଳାଙ୍କ ବିରୁଦ୍ଧରେ ଅପରାଧ 
    
Section 73ରୁ ଆରମ୍ଭ କରି section 78 ପର୍ଯ୍ୟନ୍ତ ମହିଳାଙ୍କ ଉପରେ ଆକ୍ରମଣ କଥା ଲେଖା ଯାଇଛି । Section 79ରୁ Section 85 ମଧ୍ୟରେ ବିବାହ ସମ୍ବନ୍ଧୀୟ ଅପରାଧ ବିଷୟରେ ଲେଖା ଯାଇଛି । ଆଗରୁ ଏଥିମଧ୍ୟରୁ ଅନେକ ଗୁଡ଼ିଏ ଅପରାଧ କେବଳ ମହିଳାଙ୍କ ବିରୁଦ୍ଧରେ ହେଲେ ତାକୁ ଅପରାଧ ରୁପେ ଗଣାଯାଇ ଦଣ୍ଡ ମିଳୁଥିଲା । ଏବେ ତାହା ଲିଙ୍ଗ ନିରପେକ୍ଷ ହୋଇଛି । ଅର୍ଥାତ୍ ଏଥିରେ ପୁରୁଷ ମଧ୍ୟ ଆହତ ହୋଇ ପାରିବ । 

ବିବାହ, ଚାକିରି କିମ୍ବା ପ୍ରୋମୋସନର ପ୍ରତିଶ୍ରୁତି ଦେଇ ଯଦି କେହି ମହିଳାଙ୍କ ସହ ଦୁଷ୍କର୍ମ କରେ ତାକୁ ଆଗରୁ ଅପରାଧ ବୋଲି ଗଣା ଯାଉଥିଲା । ଏବେ ନୂଆ ଧାରା ୬୯ରେ ସେଥିରେ ଯୋଡାଗଲା ଯେ ନିଜର ପରିଚୟ ଲୁଚାଇବା ମଧ୍ୟ ଅପରାଧ ହେବ । 

ଆତ୍ମହତ୍ୟା 


ପୂର୍ବ Indian Penal Codeର Section 309ରେ  ଥିଲା , ଯଦି କେହି ଆତ୍ମହତ୍ୟାରୁ ବଞ୍ଚିଯାଏ ତେବେ ତାହା ବିରୁଦ୍ଧରେ କେଶ୍ ହେବ । ଏବେ ଏହା ଉଠାଇ ଦିଆଗଲା । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । 

#ଅପରାଧିକ ମାନହାନି/ criminal defamation

ଭାରତୀୟ ନ୍ୟାୟ ସଂହିତାର Section 354(2) ରେ ଲେଖା ଯାଇଛି ଯେ ଏଥିରେ  ଦଣ୍ଡ ସ୍ଵରୁପ ଆଗ ଭଳି ସର୍ବାଧିକ ୨ ବର୍ଷ ଜେଲ୍ କିମ୍ବା ଜୋରିମାନା କିମ୍ବା ଉଭୟ ରହିବ । କିମ୍ବା ଏଥିରେ ଦୋଷୀ କମୁନିଟି ସର୍ଭିସ୍ କରିବ । ଏ ଦଣ୍ଡ ଏଥିରେ ନୂଆ ଯୋଡ଼ା ଯାଇଛି । ଏ ପ୍ରକାର ଆଇନ୍ ବ୍ୟକ୍ତିର ବାକ୍ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଥିବାରୁ ମାନହାନିକୁ ଅପରାଧିକ ପରିଧି ମଧ୍ୟରୁ ବାହାର କରିବା ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ ସରକାର ନୂଆ ଆଇନରେ ଆହୁରି କେତେକ ନିରୀହ କାର୍ଯ୍ୟକଳାପକୁ ଏହି ଆଇନର ପରିସରକୁ ଆଣି ଅଭିବ୍ୟକ୍ତି ପ୍ରକାଶର ଅଧିକାରକୁ ଆହୁରି ସଙ୍କୋଚନ କରିଛନ୍ତି ।

ନ୍ୟାୟିକ ବ୍ୟବସ୍ଥା ଉପରେ ଅଙ୍କୁଶ
__________
255. Whoever, being a public servant, corruptly or maliciously makes or pronounces in any stage of a judicial proceeding, any report, order, verdict, or decision which he knows to be contrary to law, shall be punished with imprisonment of either description for a term which may extend to seven years, or with fine, or with both.

ନୂଆ ଆଇନରେ ଧାରା ୨୫୫ ଅନୁଯାୟୀ ଯଦି କେଉଁ ପବ୍ଲିକ ସରଭ୍ୟାଣ୍ଟ ଜାଣିଶୁଣି ଓ ଦୁର୍ଭାବନା ସହ, ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ଆଇନର ବିପରୀତ କୈାଣସି କୈାଣସି ରାୟ, ଆଦେଶ କିମ୍ବା ନିଷ୍ପତ୍ତି ଦିଅନ୍ତି ତେବେ ତାଙ୍କୁ ୭ ବର୍ଷ ଜେଲଦଣ୍ଡ ମିଳିବ । ଏହା ଏକ ବିପଦଜନକ ଧାରା । ଏଥିରେ ବିଚାରପତି ମଧ୍ୟ ପବ୍ଲିକ ସର୍ଭାଣ୍ଟ ମଧ୍ୟରେ ଆସୁଛନ୍ତି । ଏହା ଦ୍ବାରା ବିଚାରପତି ଏବଂ ଆଉ କେହି ବି ନିଜସ୍ବ ମୁକ୍ତ ଓ ନିସ୍ପକ୍ଷ  ବ୍ୟାଖ୍ୟା ଅନୁସାରେ କାମ କରିବା ପାଇଁ କରିବେ ।

ଏହି ଡ୍ରାଫ୍ଟ ଯେଉଁ ୫ ଜଣ ବନେଇଛନ୍ତି ସେମାନେ ସମସ୍ତେ ହିନ୍ଦୁ ସବର୍ଣ ଜାତିର । ଏଥିରେ ମହିଳା, ଦଳିତ , ଆଦିବାସୀ  ଓ ଅଳ୍ପସଂଖ୍ୟକଙ୍କ ବର୍ଗରୁ କେହି ନାହାନ୍ତି । ରଣବୀର ସିଂ ସାହାଣେ, ଜି ଏସ ବାଜପେୟୀ, ମହେଶ ଜେଠାମାଳିନି, ବଲରାଜ ଚୈହାନ ଓ ଜି ପି ଥନେଜା । କୌଣସି ମାନବାଧିକାର କର୍ମୀ ଏଥିରେ ନାହାନ୍ତି । 

ଏବେ ଏହା ପାର୍ଲ୍ୟାମେଣ୍ଟରେ ପାଶ୍ ହୋଇଗଲେ ଆଇନ୍ ହୋଇଯିବ । ଲୋକସଭାରେ ସରକାରଙ୍କର ସଂଖ୍ୟା ଅଛି । ରାଜ୍ୟସଭାରେ ବିଜେଡି ଭଳି ଦଳ ସମର୍ଥନ ଦେଇଦେବେ ।