୨୦୨୪ ସାଧାରଣ ନିର୍ବାଚନ : ୟୁପିଏ ୨୬ ବନାମ ଏନଡିଏ ୩୮

୨୦୨୪ ସାଧାରଣ ନିର୍ବାଚନ : ୟୁପିଏ ୨୬ ବନାମ ଏନଡିଏ ୩୮

୨୦୨୪ ସାଧାରଣ ନିର୍ବାଚନକୁ ଯେଉଁମାନେ ନରେନ୍ଦ୍ର ମୋଦୀ ବନାମ ଅନ୍ୟ ସମସ୍ତେ ବୋଲି ଭାବୁଥିଲେ, ସେମାନେ ଏବେ ନିଜ ବୟାନ ବଦଳାଇବାକୁ ବାଧ୍ୟ। ୨୦୨୪ ନିର୍ବାଚନରେ ୨୬ ଦଳଙ୍କ ମିଳିତ ବିରୋଧୀ ଶକ୍ତି ର ମୁକାବିଲା କରିବାକୁ ବିଜେପି ୩୮ ରାଜନୈତିକ ଦଳଙ୍କୁ ଏକାଠି କରି ଏନଡିଏକୁ ପୁଣିଥରେ ଜୀବନ୍ୟାସ ଦେବାର ଉଦ୍ୟମ କରିଛି । ଏକଦା ଏନଡିଏରେ ଶିବସେନା, ଶିରୋମଣି ଅକାଳି ଦଳ, ବିଜେଡି, ତୃଣମୂଳ କଂଗ୍ରେସ, ଡିଏମକେ, ସଂଯୁକ୍ତ ଜନତା ଦଳ ଭଳି ବଡ଼ ଦଳମାନେ ସାମିଲ ଥିଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏବଂ ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ, ଏନଡିଏ ଆପେ ଆପେ ଏକ ମୃତ ପ୍ଲାଟଫର୍ମ ପାଲଟିଥିଲା। ଏବେ ହଠାତ୍ ସେହି ମୃତ ପ୍ଲାଟଫର୍ମକୁ ଜୀବିତ କରିବାର ଉଦ୍ୟମ ପଛରେ, ୨୦୨୪ ପାଇଁ ବିଜେପିର ଭୟ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି।

ବିଜେପି ସରକାର ବିରୋଧରେ ସବୁ ବିରୋଧୀ ଦଳ ଏକାଠି ହୋଇ ୟୁପିଏ ବ୍ୟାନରରେ ନିର୍ବାଚନ ଲଢ଼ିବା ମୋଦୀ ସରକାର ପାଇଁ ଗଭୀର ଚିନ୍ତାର କାରଣ ବୋଲି ଏବେ ଜଣା ପଡୁଛି। ଗତ ସଂସଦ ଅଧିବେଶନରେ "ଏକ ମୋଦୀ ସବ ପର ଭାରି" ବୋଲି ବାହାସ୍ଫୋଟ ମାରୁଥିବା ବିଜେପି ଏବେ ବିରୋଧୀ ଦଳ ଭାଙ୍ଗିଲେ ଯାଇ ଜାଣିପାରିବ ବୋଲି ଭାବୁଛି।

ଆଜି ବାଙ୍ଗାଲୋରରେ ବିରୋଧୀ ମାନେ ଏକାଠି ହୋଇ ରଣନୀତି ତିଆରି କରୁଥିବା ସମୟରେ ବିଜେପି ଦିଲ୍ଲୀରେ ଏନଡିଏ ବୈଠକ କରୁଛି। ତେବେ ବିଜେପିର ୩୮ ଦଳିଆ ଏନଡିଏ ସହଯୋଗୀଙ୍କ ଭିତରେ ପ୍ରାୟ ୩୫ ଦଳ ଏମିତି ଅଛନ୍ତି, ଯାହାଙ୍କର ଲୋକସଭାରେ କେହି ସଦସ୍ୟ ନାହାନ୍ତି । ଏହାସହିତ ଏନଡିଏରେ ଥିବା ଦଳ ଗୁଡିକ ଅନେକାଂଶରେ ବିଜେପି ଭାଙ୍ଗିଥିବା ବିଭିନ୍ନ ଛୋଟ ଛୋଟ ଦଳର ସମାହାର ଜେପି ନଡ୍ଡାଙ୍କ ବୈଠକକୁ ଆସିଥିବା ଏହିସବୁ ଦଳଙ୍କ ଭିତରେ ଅଛନ୍ତି ଶିବସେନାର ସିନ୍ଧେ ଗୋଷ୍ଠୀ, ଏନସିପିର ଅଜିତ ପାୱାର ଗୋଷ୍ଠୀ, ସ୍ଵର୍ଗତ ରାମବିଳାଶ ପାଶ୍ଵାନଙ୍କ ଭାଇ ଓ ପୁଅଙ୍କର ଦୁଇ ଗୋଷ୍ଠୀ ଓ ଆହୁରି ଅନେକ

ବିରୋଧୀ ବୈଠକକୁ ବିଜେପି ନେତାମାନେ ଦୁର୍ନୀତିଗ୍ରସ୍ତ ଓ ପରିବାରବାଦୀ ବୋଲି ଆକ୍ଷେପ କରୁଥିବା ବେଳେ ଏନଡିଏରେ ସେଇ ଅଭିଯୁକ୍ତମାନେ ଆଗୁଆ ଆସନରେ ବସିଛନ୍ତି ଏନସିପି ସରକାର ବିରୋଧରେ ବିଜେପି ଅଭିଯୋଗ କରୁଥିବା ସମୟରେ ଅଜିତ ପାୱାର ଇ ସବୁଠୁ ବେଶୀ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଉଥିଲା ଏନସିପିର ଛଗନ ଭୁଜବଲ ଦୁର୍ନୀତିର ପୋଷ୍ଟର ବୟ ବୋଲି ବିଜେପି ପ୍ରଚାର କରୁଥିଲାଆଜି ଏ ଦୁହେଁ ଏନଡିଏ ବୈଠକରେ ଏକ ନମ୍ବର ଧାଡିରେ ବସିବେ । ବିଜେପିର ଦୁର୍ନୀତି କେତେବେଳେ ସୁଯୋଗ ଦେଖି ସୁନୀତି ପାଲଟି ଯାଏ ତାହା ବୁଝିବା ସହଜ ନୁହେଁ

ତେବେ ବିରୋଧୀ ଏକତା ବିଜେପିକୁ ଏବଂ ବିଶେଷ କରି ନରେନ୍ଦ୍ର ମୋଦୀଙ୍କୁ ଯେ ଅଧିକ ଅଡୁଆରେ ପକାଇଛି, ତାହା ସ୍ପଷ୍ଟ ଜଣା ପଡୁଛି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିହାରରେ ନୀତିଶ ଏବଂ ତେଜସ୍ଵୀ ଯାଦବଙ୍କ ଭିତରେ ଫାଟ ସୃଷ୍ଟି କରାଇବାରେ ବିଜେପି ସଫଳ ହୋଇଥିଲା ସେହିପରି କର୍ଣ୍ଣାଟକରେ ମଧ୍ୟ କୁମାରସ୍ଵାମୀ ସରକାରକୁ ଭାଙ୍ଗି ରାଜନୈତିକ ଅସ୍ଥିରତା ସୃଷ୍ଟି କରାଯାଇଥିଲା , ଯାହାର ଲାଭ ବିଜେପି ଉଠାଇଥିଲା ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ୧୫୮ ଲୋକସଭା ଆସନ ୟୁପିଏ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗତଥର ଏହି ୧୫୮ ଆସନରୁ ୧୨୫ ଆସନ ବିଜେପି ଓ ଏନଡିଏ ହାତରେ ରହିଥିଲା ବିରୋଧୀ ଏକତା ଯୋଗୁଁ ଦେଢ ଶହରୁ ଦୁଇ ଶହ ଆସନରେ ଏନଡିଏର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହେବାର ସମ୍ଭାବନାକୁ ଦେଖି ବିଜେପି ବିଚଳିତ ହେବା ସ୍ଵାଭାବିକ