ସଂସଦ ଭବନ ଉଦଘାଟନ କରିବା ରାଷ୍ଟ୍ରପତିଙ୍କ ଅଧିକାର

ସଂସଦ ଭବନ ଉଦଘାଟନ କରିବା ରାଷ୍ଟ୍ରପତିଙ୍କ ଅଧିକାର

ରାଷ୍ଟ୍ରପତି, ଲୋକ ସଭା ଓ ରାଜ୍ୟ ସଭାକୁ ନେଇ ସଂସଦ ଗଠିତ ହେବ।
(ଭାରତ ସମ୍ବିଧାନ, ଧାରା-୭୯)

ରାଷ୍ଟ୍ରପତିଙ୍କୁ ସହଯୋଗ ଏବଂ ପରାମର୍ଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଏକ ମନ୍ତ୍ରୀ ମଣ୍ଡଳ ରହିବ।
(ଭାରତ ସମ୍ବିଧାନ, ଧାରା-୭୪)


ଭାରତୀୟ ସଂସଦୀୟ ପରମ୍ପରା ଅନୁଯାୟୀ ରାଷ୍ଟ୍ରମୁଖ୍ୟ ବା ରାଷ୍ଟ୍ରପତି ହେଉଛନ୍ତି ସର୍ବୋପରି। ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳ ରାଷ୍ଟ୍ରପତିଙ୍କ ସହଯୋଗୀ ଭାବରେ କାମ କରନ୍ତି। ସେହି ପୃଷ୍ଠଭୂମିରେ ଆଜି ପ୍ରଶ୍ନ ଉଠୁଛି ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତିରେ ସଂସଦର ନୂଆ ଗୃହ ଉଦଘାଟିତ ହେବ କେମିତି? ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ କେବଳ ସଂଖ୍ୟା ଗରିଷ୍ଠ ଦଳର ନେତା। ହେଲେ ସଂସଦ ଉଭୟ ସଂଖ୍ୟା ଗରିଷ୍ଠ ଓ ସଂଖ୍ୟା ଳଘୁଙ୍କ ଗୃହ।‌ ସଂସଦରେ ଶାସକ ଓ ବିରୋଧୀଂକ ଅଧିକାର ସମାନ। ତେଣୁ ସଂସଦ ଭବନ ଉଦଘାଟନରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାହା ରହିବ, ବିରୋଧୀ ଦଳ ନେତାଙ୍କ ଭୂମିକା ମଧ୍ୟ ସେୟା ରହିବା ଉଚିତ। ଦଳୀୟ ବିଭାଜନରୁ ଉପରକୁ ଉଠି ସଂସଦର ନୂତନ ଗୃହ ଉଦଘାଟନ ପାଇଁ କେବଳ ରାଷ୍ଟ୍ରପତିଙ୍କ ନୈତିକ ଏବଂ ସାମ୍ବିଧାନିକ ଅଧିକାର ରହିଛି। ନୂତନ ସଂସଦ ଗୃହ ଉଦଘାଟନ କରିବା ପାଇଁ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରା ନଯିବା ସଂସଦୀୟ ପରମ୍ପରା ପ୍ରତି ଘୋର ଅପମାନ।

 ଆସନ୍ତା ୨୮ ତାରିଖ ସଂସଦର ନୂଆ ଘରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ୟକ୍ରମ ରହିଛି ରାଷ୍ଟ୍ରପତି ଥାଉ ଥାଉ ପ୍ରଧାନମନ୍ତ୍ରୀ ଏହାର ଲୋକାର୍ପଣ କରିବା କେବଳ ଅଶୋଭନୀୟ ନୁହେଁ, ଏହା ଅନେକାଂଶରେ ଅନୈତିକଏହି ପ୍ରସଙ୍ଗକୁ ଏବେ ବିରୋଧୀ ଦଳ ଗୁଡିକ ଉଠାଇବାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ବିଜେପି ମହାମହିମ ରାଷ୍ଟ୍ରପତିଙ୍କୁ ନିଜ ରାଜନୀତି ପାଇଁ ବ୍ୟବହାର କରିବାର ଉଦ୍ୟମ କରିଛନ୍ତିଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବରେ ସଂସଦର ନୂଆ ଭାବନା ଉଦଘାଟନ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କର ରହିଛି ।  

 ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବା ଅଧିକ ପ୍ରାସଙ୍ଗିକ ବୋଲି କହିବାକୁ ଯାଇ ମୋଦୀ ସରକାରର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯେହେତୁ ସଂସଦର ନେତା ତେଣୁ ସେ ଏହାର ଉଦଘାଟନ କରିବାର ଅଧିକାରୀ । ପୁରୀ ଙ୍କ ମତରେ –

Congress has a habit of raking controversies where none exist. While President is the Head of State, PM is the Head of Govt & leads the Parliament on behalf of the Govt, whose Policies are effected in form of Laws. The President is not a Member of either House, whereas PM is.

 ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ଏ ପ୍ରକାର ବୟାନ ବିଭ୍ରାନ୍ତିକର ସମ୍ବିଧାନ ଅନୁଯାୟୀ ସରକାର ଏବଂ ସଂସଦର ମୁଖ୍ୟ ହେଉଛନ୍ତି ମାନ୍ୟବର ରାଷ୍ଟ୍ରପତି ତାଙ୍କରି ନାଁ ରେ ସରକାର ଚାଲେ ସଂସଦ ସରକାର ନୁହେଁ । ସରକାରଙ୍କ ନୀତି ସଂସଦରେ ବିଲ ଭାବରେ ଗୃହୀତ ହୁଏ, ହେଲେ ଏହା ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଯାଇ ଆଇନରେ ପରିଣତ ହୁଏରାଷ୍ଟ୍ରପତି ସଂସଦର ସଦସ୍ୟ ନୁହନ୍ତି, ହେଲେ ସମ୍ବିଧାନର ଧାରା ୭୯ ଅନୁଯାୟୀ ସେ ସଂସଦର ଅଭିନ୍ନ ଅଙ୍ଗ ତେଣୁ ରାଷ୍ଟ୍ରପତିଙ୍କୁ ସଂସଦ ଉଦଘାଟନ ଉତ୍ସବକୁ ନ ଡାକିବା ସମ୍ବିଧାନର ସର୍ବୋଚ୍ଚ ପଦ ଓ ଗରିମା ପ୍ରତି ଅପମାନ