କିପରି ଅଛି ଦେଶ

କିପରି ଅଛି ଦେଶ

ସେ ଜାଣନ୍ତି ନାହିଁ..ସେ କଣ ଏମିତି ଗୋଟେ
ସ୍ବପ୍ନମୟ ଜଗତରେ ଥିଲେ 
କିଛି ଶୁଭୁ ନ ଥିଲା କରତାଳିଙ୍କ ଗହଣରେ
ଦେଶର କାନ୍ଦ 
.
କେଉଁଠି ବାଜୁଥିଲା ନିନ୍ଦାର ନାଗରା
କେଉଁଠି ଜୟଜକାରର ଦେଶ
ଦିଶୁ ନ ଥିଲା  ହାହାକାର ନୀରିହାଙ୍କ 
ଆର୍ତ୍ତନାଦରେ ଏ ମାଟିର ଗୋଟେ ଅଙ୍ଗ
କେମିତି ହୁତୁ ହୁତୁ ଜଳୁଛି ହିଂସାର 
ଲେନିହାନ ଶିଖା
ଜାଳି ପୋଡି ଶ୍ମଶାନ କରିଛି ଭିଟାମାଟି
ରକ୍ତରେ ଭିଜିଛି ସବୁଜ ବନସ୍ତ 

ବିଶ୍ୱ ବି ଦେଖିଲା ଏ ବିଶ୍ୱ ହୃଦୟ ଭିତରେ
କେତେ  କଳଙ୍କ..
ସେ କିନ୍ତୁ ଜାଣନ୍ତି ନାହିଁ କେମିତି ଅଛି ଦେଶ..