ଭାରତ ମାଝୀର ପ୍ରେମକବିତା

ଭାରତ ମାଝୀର ପ୍ରେମକବିତା

ମୋର ଅଭିଯୋଗ –

ଭାରତ ମାଝୀ ପ୍ରେମକବିତା କାହିଁକି ଲେଖେନାଇଁ ।

 

ଭାରତର କବିତାରେ

ପ୍ରେମ ଥାଏ

ଆକାଶର ମେଘ ପରି

ଏଇନା ଅଛି, ଏଇନା ନାଇଁ  

ଭାରତର କବିତାରେ

ପ୍ରଚୁର ଶୋଧା ବକା

ଠୋ ଠୋ ହସ, ଢୋ ଢୋ ବିଷ୍ଫୋରଣ

ଭାରତର କବିତା

ଫଟା କପାଳ ଓ ଫାଟି ଯାଉଥିବା

ଗୋଟେ ପୃଥିବୀର କବିତା ।

 

ଭାରତର ପ୍ରେମ ଶୁଖୁନଥିବା ଗୋଟେ ଘା’

ପ୍ରଚୁର କଷ୍ଟ ଓ ଘା’ ଉପରେ ଯନ୍ତ୍ରଣାର ଉତ୍ସବ ।

 

ମୋର ଅପେକ୍ଷା

ଭାରତ ମାଝୀ କେବେ ଦିନେ

ମଲ୍ଲିଫୁଲର ରକତ ନିଗାଡି

ଜହ୍ନରାତିରେ

କବିତାକୁ ବେହୋସ କରିଦେବ ।

 

ଲେଖିବ, ଭାରତ ମାଝୀ ପ୍ରେମକବିତା ଇ ଲେଖିବ ।

----

(ଆଜି ଆମ ସମୟର ଅନ୍ୟତମ ଶକ୍ତିଶାଳୀ କବି ଭାରତ ମାଝୀଙ୍କ ଜନ୍ମଦିନ । ବନ୍ଧୁ ଓ ସହକବି ପାଇଁ ଏଇ ଶୁଭେଛାର କବିତା।)