ନବକୃଷ୍ଣ ଚୌଧୁରୀଙ୍କୁ ଚିହ୍ନିନାହାନ୍ତି ଯଦି ଚିହ୍ନନ୍ତୁ !!

ନବକୃଷ୍ଣ ଚୌଧୁରୀଙ୍କୁ ଚିହ୍ନିନାହାନ୍ତି ଯଦି ଚିହ୍ନନ୍ତୁ !!

ଅନୁଗୁଳ ଜିଲା ପ୍ରଶାସନ ଏବଂ ସେଠିକାର ପୌର ପାଳିକା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ସ୍ଵାଧୀନତା ଆଂଦୋଳନର ଅନ୍ୟତମ ମହାରଥି ନବକୃଷ୍ଣ ଚୌଧୁରୀଙ୍କର ଯେଉଁ ବିକୃତ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି, ତାହା ସେମାନଙ୍କୁ ଇ ନିନ୍ଦିତ କରୁଛି । ନବ ବାବୁଙ୍କ ବ୍ୟକ୍ତିତ୍ବ କୌଣସି ମୂର୍ତ୍ତି କି  ସରକାରୀ ସଭାରେ ସୀମିତ ନୁହେଁ। ସେ ଆଧୁନିକ ଓଡିଶାର ଅନ୍ୟତମ ନିର୍ମାତା । ତାଙ୍କୁ ଯଦି ତାଙ୍କ କର୍ମଭୂମିର ପ୍ରଶାସନିକ କଳ ଜାଣିନାହିଁ, ସେଟା ସେମାନଙ୍କର ଦୁର୍ଭାଗ୍ୟ । ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଅନୁଗୁଳ ପୌରପାଳ ଲେଖିଛନ୍ତି ଯେ, "ଅନେକ ବୁଦ୍ଧିଜୀବୀଙ୍କର ପରାମର୍ଶ ନିଆଯାଇଥିଲେ ମଧ୍ୟ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିନଥିଲା"। ପୌରପାଳ କଣ ଜାଣନ୍ତି ନାହିଁ ଯେ ନବକୃଧ୍ନ ଚୌଧୁରୀ ଏବଂ ମାଳତୀ ଦେବୀଙ୍କ ସୁପୁତ୍ରୀ କୃଷ୍ଣା ମହାନ୍ତି ତାଙ୍କ ସହରରେ ରହନ୍ତି ବୋଲି ? ନବ ବାବୁଙ୍କ ଅସଂଖ୍ୟ ଫଟୋ ସହଜରେ ଉପଲବ୍ଧ । ତାକୁ ଦେଖିନଥିବା ପୌରପାଳ କେଉଁ ମୁହଁ ରେ ଏ କଥା କହୁଛନ୍ତି ? 

ଆମର ପାଠକଙ୍କ ଲାଗି ପରମ ସମ୍ମାନନୀୟ ନବକୃଷ୍ଣ ଚୌଧୁରୀଙ୍କର କେତୋଟି ଫଟୋ ଆମେ ଉପସ୍ଥାପିତ କରୁଛୁ । 

ସୌଜନ୍ୟ - ବାଜି ରାଉତ ଛାତ୍ରାବାସ ଓ କୃଷ୍ଣା ମହାନ୍ତି ।