ମାର୍ଚ୍ଚ ୧୩ରେ ରାଜଭବନ ଘେରାଉ କରିବ କଂଗ୍ରେସ

ମାର୍ଚ୍ଚ ୧୩ରେ ରାଜଭବନ ଘେରାଉ  କରିବ କଂଗ୍ରେସ

ଭାରତବର୍ଷର କୋଟି କୋଟି ଜନସାଧାରଣଙ୍କ ଏଲଆଇସିରେ ସଂଚିତ ଅର୍ଥ ଏବଂ ବ୍ୟାଙ୍କ ମାନଙ୍କରେ ଜମାରାଶିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାପ ଯୋଗୁଁ ଅତି ଚଂଚକତା କରି ଆଦାନୀ ଗ୍ରୁଫ ଅଫ କମ୍ପାନୀ ମାନଙ୍କରେ ହଜାର ହଜାର କୋଟି ପୁଞ୍ଜି ବିନିଯୋଗ କରାଯାଇଛି । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଜି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍ର ସମସ୍ତ ସେୟାର ଗୁଡ଼ିକ ବହୁ କମ୍ ମୂଲ୍ୟରେ ଖରିଦାରୀ ହେଉଛି । ଏପରିକି ଏହି ସମସ୍ତ କମ୍ପାନୀର ସେୟାର ଗୁଡ଼ିକର ମୂଲ୍ୟ ଏତେ ହ୍ରାସ ପାଇଛି ଯଦ୍ୱାରା କି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ମାନଙ୍କ ସହିତ ଏଲଆଇସି ର ହଜାର ହଜାର କୋଟି ଟଙ୍କା କ୍ଷତି ସହିଲେଣି । ଆଶଂକା କରାଯାଉଛି ଏହି କ୍ଷତି ଆସନ୍ତା ଦିନମାନଙ୍କରେ ଆହୁରି ବହୁତ ଅଧିକ ହୋଇଯିବ । ଏହାଦ୍ୱାରା ଭାରତ ବର୍ଷର କୋଟି କୋଟି ଜନାତଙ୍କର ବହୁ ଆର୍ଥିକ କ୍ଷତି ଘଟିବ ଏସବୁ ଜାଣି ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ଏ ବାବଦରେ ପାଟି ଖୋଲୁ ନାହାନ୍ତି ।

୨୦୧୪ ମସିହା ବେଳକୁ ଆଦାନୀ ବିଶ୍ୱ ଧନୀ ତାଲିକାରେ ୬୦୯ ନମ୍ବର ଥିଲା ବେଳେ ୨୦୨୨ ମସିହା ଜାନୁଆରୀ ମାସ ୨୪ ତାରିଖ ସୁଦ୍ଧା ଆଦାନୀ ବିଶ୍ୱର ବର୍ଷର ଦ୍ୱିତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । କିନ୍ତୁ ତାଙ୍କର ବେନାମୀ କାରବାର ଏବଂ ତାଙ୍କ କମ୍ପାନୀ ଗୁଡ଼ିକର ଆର୍ଥିକ ସ୍ଥିତିର ସଂପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବାପରେ ତାଙ୍କର ସ୍ଥାନ ଆଜି ୪୦ତମ ସ୍ଥାନରେ ପଂହଚିଛି ଏପରିକି ସେ ଯେଉଁ ସ୍ୱଳ୍ପମିଆଦି ଋଣ ଏବଂ ଦୀର୍ଘ ମିଆଦି ଋଣର ପରିଷୋଧ କରିବାପାଇଁ ତାଙ୍କ ପାଖରେ ଆବଶକୀୟ ଅର୍ଥ ନାହିଁ ବୋଲି ଜଣାପଡ଼ିଲାଣି । ଆଜି ପ୍ରଦେଶ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପୌରହିତରେ ଆସନ୍ତା ମାର୍ଚ୍ଚମାସ ୧୩ ତାରିଖ ଦିନ ରାଜ୍ୟ କଂଗ୍ରେସ ଆଦାନୀ-ମୋଦି ସଂପର୍କ ଯୋଗୁଁ ଭାରତ ବର୍ଷର ଅର୍ଥନୀତି ଏବଂ ଭାରତୀୟ ବ୍ୟାଙ୍କ ଓ ଏଲଆଇସିର ପ୍ରଚୁର କ୍ଷତି ଯୋଗୁଁ ଭାରତ ବର୍ଷର କୋଟି କୋଟି ଜନସାଧାରଣଙ୍କ ଅର୍ଥ କିଭଳି ମୋଦି ସରକାର ନିଜର ବନ୍ଧୁ ଆଦାନୀଙ୍କୁ ଟେକି ଦେଇଛନ୍ତି ତାହାକୁ ବିରୋଧ କରି ରାଜଭବନ ଘେରାଉ କରାଯିବା ନିଷ୍ପତିକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହା ସହିତ ଗ୍ୟାସର ଅହେତୁକ ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଦୁଷ୍କର୍ମ ଇତ୍ୟାଦି ସମସ୍ୟାକୁ ନେଇ କଂଗ୍ରେସ ଦଳ ରାଜ ଭବନ ଘେରାଉ କରିବ ବୋଲି ନିଷ୍ପତି ନିଆଗଲା । ଏହି ପ୍ରସ୍ତୁତି ବୈଠକରେ ଶିବାନନ୍ଦ ରାୟ, ରବି ମଲ୍ଲିକ, ବିଭୁତି ମିଶ୍ର, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।