ଆମ ଘର

ଆମ ଘର

ଖିଅର ହେଵା ପାଖରୁ
ଉଠିଆସି ଵାପା,
ଚଷମା ଖୋଜୁଥିଲେ
ମୋ' ଖେଳଣା ପେଟିରୁ ।


ଖଜୁରୀ ମଶିଣା ଉପରେ
ମୋ' ଅଧାଅଙ୍କା ଛଵି ଉଡୁଥିଲା 
ପଵନରେ ଫର୍ ଫର୍ ...
ମୁଁ ମୁଣ୍ଡା ପେନସିଲ୍ କାଟିଵାକୁ
ଖୋଜୁଥିଲି ଵ୍ଲେଡପାତ
ରୁଢ ସାଲୁଵାଲୁ ବାପାଙ୍କ ରେଜରରେ  !

ଘର ଆଗ ଆମ୍ବ ଗଛରେ
ଦୋଳି ଖେଳୁଥିଲା -
କୁହୁଡି...
... ଆକାଶ ଓ ବତାସ ...
ତାରରେ ଧାଡି ଧାଡି ଶୁଖୁଥିଲା
ଵୋଉର ଓଦାଲୁଗା :
ଦିନର ଚେନା ଚେନା ଖରାଧାଁସ

 ଅଂଧାରର ଲୁଣି ଶୋଷ
ଥପ୍ ଥପ୍ ...
ମାଟି ପିଣ୍ଢା ଖୁଣ୍ଟମୂଳ
ଭିଜୁଥିଲା !

ଦାଢିଆ ଛେଳିଙ୍କ ପାକୁଳିରୁ
ବର୍ତ୍ତିଯାଇଥିଵା
ପର ଦିନର ଦର ଶୁଖିଲା ଵର, ଓସ୍ତ, କାଇଁଆ ପତ୍ର
ଧୂଳି ଓ ପଵନରେ ଘୁସୁରି ଥିଲା
ବଂଧା ହେଇ ପଘାରେ !

ରାତି ସାରା
ଗର୍ଭଵେଦନାରେ ଛଟପଟ୍
ଛେଳି ଗୁହାଳୁ
ଵୋଉ ଆଂଜୁଳା ପାତି ପୋଛି ଆଣୁଥିଲା
ରକ୍ତଜଵା ଫୁଲଟିଏ
ପାଉଁଶ ଟୋକେଇରେ !