ବିଜେପିକୁ ଯିବେ କି ଭର୍ତ୍ତୃହରି ମହତାବ??

ବିଜେପିକୁ ଯିବେ କି ଭର୍ତ୍ତୃହରି ମହତାବ??

୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିଜୁ ଜନତା ଦଳ ଭିତରେ ବିଜେପିକୁ ସମର୍ଥନ କରୁଥିବା ଓ ଦରକାର ପଡିଲେ ବିଜେପିକୁ ଡେଇଁ ପଡିବା ଭଳି ନେତାଙ୍କର ଅଭାବ ନାହିଁ। ତାର ଏକ ବଡ ଉଦାହରଣ ହେଉଛନ୍ତି କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ ବିଜେପି କୁ କେବଳ ପରୋକ୍ଷ ସମର୍ଥନ ଦେଉନାହାନ୍ତି, ବରଂ ସେ ସିଧାସଳଖ ବିଜେପିର ମୁଖପାତ୍ର ଭଳି କଥାବାର୍ତ୍ତା କରୁଛନ୍ତି। ବିଜେପି ଓ ବିଜେଡି ଭିତରେ ଏକ ପ୍ରକାର ଆବଶ୍ୟକତା-ଧର୍ମୀ ବୁଝାମଣା ଅଛି ବୋଲି ବାହାରକୁ ଦେଖା ଯାଉଥିବା ବେଳେ ଭର୍ତ୍ତୃହରି ବିଜେପିର ନିଃସର୍ତ୍ତ ସମର୍ଥନରେ ଅନେକ ସମୟରେ ବାହାରିଛନ୍ତି। ସଂସଦରେ ବିଜେଡି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ନାଗରିକତା ପଞ୍ଜିକାକୁ ବିରୋଧ କରୁଥିବା ବେଳେ ଭର୍ତ୍ତୃହରି ଖୋଲାଖୋଲି ବିଜେପିର ସବୁ ପ୍ରସ୍ତାବର ସ୍ତାବକ ହେବାକୁ ଉଚିତ ମଣିଛନ୍ତି। ତେବେ ଭର୍ତ୍ତୃହରିଙ୍କ ଏ ପ୍ରକାର ମତ ପଛରେ କି କାରଣ ରହିଛି? ସେ ଭବିଷ୍ୟତରେ ବିଜେଡ଼ିର ଦ୍ଵିତୀୟ ବୈଜୟନ୍ତ ପଣ୍ଡା ହେବାକୁ ଯାଉଛନ୍ତି କି?

ଏଇ କିଛି ଦିନ ହେଲା ଭର୍ତ୍ତୃହରି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଓଡିଆ ଜନମାନସରୁ ଲିଭି ଲିଭି ଯାଉଥିବା ତାଙ୍କର ଖବର କାଗଜ “ପ୍ରଜାତନ୍ତ୍ର” ରେ ମଝିରେ ମଝିରେ ସମ୍ପାଦକୀୟ ଲେଖି ସେ ଚର୍ଚ୍ଚାରେ ରହନ୍ତିରାଜଧାନୀରେ ହିଂସ୍ର ପ୍ରଦର୍ଶନ କରି ଜେଲରେ ଥିବା ବିଜେପି କର୍ମକର୍ତ୍ତାଙ୍କ ପ୍ରତି ଭର୍ତ୍ତୃହରି ତାଙ୍କର ସମବେଦନା ବ୍ୟକ୍ତ କରିଛନ୍ତି ତେବେ ତାଙ୍କ ଲେଖାରେ ସେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ହିଂସା ବିରୋଧରେ କିଛି ଲେଖିବାକୁ ଉଚିତ ଭାବିନାହାନ୍ତି ସମ୍ପାଦକୀୟରେ ନିଜ ଦଳ ଓ ସରକାରକୁ ସମାଲୋଚନ କରି ଚର୍ଚ୍ଚାରେ ରହିବା ପରେ ଗତ ସପ୍ତାହରେ ସେ ଆଉ ଏକ ସାହିତ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଯୋଗ ଦେଇଥିଲେ ସେହି ସଭାରେ ସାହିତ୍ୟ କମ, ରାଜନୀତି ଥିଲା ଅଧିକ । ପୁସ୍ତକ ଉନ୍ମୋଚନକୁ ଆଳ କରି ସେହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରି ସମାଲୋଚକମାନଙ୍କୁ ବହେ ଗାଳି କରିଥିଲେ ସଭାର ସ୍ଥିତି ଦେଖି ଲାଗୁଥିଲା, ସେଠୁ ବୋଧେ ଭର୍ତ୍ତୃହରି ସିଧା ବିଜେପି ଅଫିସ ଯାଇ ବେକରେ ଗେରୁଆ ଗାମୁଛା ପକାଇବେ

ଓଡିଶା ରାଜନୀତିକୁ ବୁଝୁଥିବା ଲୋକେ କିନ୍ତୁ ଭଲ ଭାବରେ ଜାଣନ୍ତି, ଭର୍ତ୍ତୃହରି ସହଜରେ ବିଜେଡି ଛାଡିବେ ନାହିଁ ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ରଣନୀତି ପ୍ରାୟ ଏୟା ହିଁ ଥିଲା ସେତେବେଳେ ମଧ୍ୟ ସେ ବିଜେଡି ବିରୋଧରେ ପରୋକ୍ଷ ସମାଲୋଚନା କରିବା ଆରମ୍ଭ କରିଥିଲେ ଓ ବିଜେପି ପ୍ରତି ତାଙ୍କର ଏକ ସ୍ଵାଭାବିକ ନରମ ଆଭିମୁଖ୍ୟ ରହିଥିଲାନିଜ ଟିକଟ ଖଣ୍ଡକ ସୁରକ୍ଷିତ ରଖିବାକୁ ଭର୍ତ୍ତୃହରି ଏହାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଆସୁଛନ୍ତି ୨୦୧୯ରେ କଟକ ଲୋକସଭା ଆସନ ପାଇଁ ସବା ଶେଷରେ ତାଙ୍କୁ ଟିକଟ ମିଳିଥିଲା ସେତେବେଳେ ମଧ୍ୟ କଟକ ପାଇଁ ଭର୍ତ୍ତୃହରିଙ୍କର ଏକ ବିକଳ୍ପ ବିଜେଡି ଖୋଜୁଥିଲା । ୨୦୨୪ରେ ମଧ୍ୟ ସେ ସମାନ ସ୍ଥିତି ଆସିବ ସ୍ଵାଭାବିକ ଭାବରେ ତାଙ୍କୁ ଟିକଟ ମିଳିବ ନାଇଁ ଯଦି ସେ ବିଜେପିକୁ ଯାଆନ୍ତି ତାହେଲେ ତାଙ୍କ ଜିତିବାର ସମ୍ଭାବନା ଆଦୌ ନାହିଁ

କଟକ ଭଳି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହେବା ପରେ ମଧ୍ୟ ଭର୍ତ୍ତୃହରିଙ୍କର ନିଜସ୍ଵ ସଂଗଠନ ନାହିଁ ସେ ବାରମ୍ବାର ବିଜେଡି ହାୱାରେ କେବଳ ଜିତି ଚାଲିଛନ୍ତି ଏତେ ବର୍ଷ ଲୋକ ପ୍ରତିନିଧି ରହିବା ପରେ ମଧ୍ୟ ଏକଦା ଓଡିଶାର ଦ୍ଵିତୀୟ ଖବରକାଗଜ ଥିବା “ପ୍ରଜାତନ୍ତ୍ର”କୁ ସେ ଉଠାଇ ପାରିନାହାନ୍ତି ସାଧାରଣ ଜୀବନରେ ମଧ୍ୟ ତାଙ୍କର ବିଶେଷ ସମ୍ପର୍କ ନାଇଁ । ବିଜେଡି କର୍ମୀଙ୍କ ଲାଗି ସେ ଜଣେ ଉପରମୁହାଁ ନେତା ଯାହାଙ୍କର ବିଶେଷ ସମ୍ପର୍କ ଦଳ କିମ୍ବା ଦଳୀୟ ସଂଗଠନ ସହିତ ନାହିଁ

ବୈଜୟନ୍ତ ପଣ୍ଡାଙ୍କ ଭଳି ଭର୍ତ୍ତୃହରିଙ୍କର ଦିଲ୍ଲୀ ସମ୍ପର୍କ ଭଲ ସେ ବିଜେପି ନେତାଙ୍କ ସହିତ ସବୁବେଳେ ସୁସମ୍ପର୍କ ରଖି ଚାଲିଛନ୍ତି ତାଙ୍କ ରାଜନୀତିରେ ତିଷ୍ଠି ରହିବାର ଏକମାତ୍ର ସୂତ୍ର ହେଲା- ଦିଲ୍ଲୀରେ ବିଜେପି –ଓଡିଶାରେ ବିଜେଡି ।