ଜଣେ ଯୌନ ଅପରାଧୀର ସମର୍ଥକ ଓ ଭକ୍ତଙ୍କ ପ୍ରସଙ୍ଗରେ

ଜଣେ ଯୌନ ଅପରାଧୀର ସମର୍ଥକ ଓ ଭକ୍ତଙ୍କ ପ୍ରସଙ୍ଗରେ

ଗତକାଲି ଯେତେବେଳେ ଏ ଦେଶର ସବୁଠୁ ସଫଳ ଏବଂ ଗୌରବଶାଳୀ କୁସ୍ତିଯୋଦ୍ଧାମାନେ ନିଜ ନିଜର ମେଡାଲ ଧରି ସେସବୁକୁ ଗଙ୍ଗାରେ ପ୍ରବାହିତ କରିଦେବାକୁ ବାହାରିଲେ, ତାହା ଯେ କୌଣସି ସଭ୍ୟ ଦେଶର ବିବେକକୁ ଦୋହଲାଇ ଦେବାକୁ ବାଧ୍ୟ । ତାହା ହେଲା ବିଏ ଦେଶର ଶିକ୍ଷିତ ଏବଂ ସଭ୍ୟ ଜନତାର ତୀବ୍ର ପ୍ରତିକ୍ରିୟା ସୋସିଆଲ ମିଡିଆରେ ପ୍ରକାଶ ପାଇଲା ତେବେ ଏହି ଘଟଣାରେ ଯଦି କିଏ ବିଚଳିତ ନ ହୋଇ, ଆମର ସବୁଠୁ ସମ୍ମାନୀତ ଖେଳାଳୀଙ୍କ ବିରୋଧରେ ବିଷୋଦଗାର କଲା, ସେ ଥିଲା ଏ ଦେଶରେ ସରକାରକୁ ସମର୍ଥନ କରୁଥିବା ଏକ ବିବେକହୀନ ଗୋଷ୍ଠୀ । ଗତ ୯ ବର୍ଷ ଧରି ସରକାରକୁ ସମର୍ଥନ କରୁଥିବା ଏ ଗୋଷ୍ଠୀ କେବଳ ବିବେକହୀନ ନୁହନ୍ତି, ଏମାନେ ସାଧାରଣତଃ ମୁଣ୍ଡ ନଥିବା ଗୋଟେ ବିରଳ ପ୍ରଜାତିର ମେଣ୍ଢାଏମାନେ କେବଳ ଜଣେ ନେତାଙ୍କୁ ଭକ୍ତି କରନ୍ତି ଓ ତାଙ୍କ ବିରୋଧରେ ଯିଏ କୁହେ ତାକୁ ଗାଳି କରନ୍ତି । ଏମାନେ ନିଜ ଝିଅ, ଭଉଣୀ କିମ୍ବା ମା ର ସମ୍ମାନ ଅପେକ୍ଷା ଶାସକ ଦଳର ଗୋଟେ ଗୁଣ୍ଡା ପଛରେ ଠିଆ ହେବାକୁ ନିଜର କର୍ତ୍ତବ୍ୟ ବୋଲି ଭାବନ୍ତି କହିବାରେ ଦ୍ଵିଧା ନାହିଁ, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ   ବ୍ରିଜଭୁଷଣ ଶରଣ ସିଂଙ୍କ ନାଁରେ ୪୦ ରୁ ଅଧିକ ଅପରାଧ ମାମଲା ରହିଛି ଓ ଅନେକଥର କ୍ୟାମେରା ଆଗରେ ସେ ନିଜର ହିଂସ୍ର ଚେହେରା ଓ ଚରିତ୍ର ଦେଖାଇଛନ୍ତି

ଇତିହାସରେ ଏ ସମୟ ଗୋଟେ କଳଙ୍କିତ ସମୟ ହୋଇ ଲେଖା ହେବ, କାରଣ ଜଣେ ପେଷାଦାର ଅପରାଧୀ ସପକ୍ଷରେ ଏ ଦେଶର ଶାସକ ଦଳ ଏବଂ ତଥାକଥିତ ସାଧୁସନ୍ଥ ସମର୍ଥକ ଭାବରେ ଛିଡା ହୋଇଛନ୍ତିଦେଶର ସବୁଠୁ ଗୌରବଶାଳୀ ଖେଳାଳୀଙ୍କୁ ଗାଳି କରି ଜଣେ ଅପରାଧୀ ପଛରେ ଠିଆ ହୋଇଥିବା ଏ ଜୀବମାନଙ୍କୁ ଆମେ କଣ ବୋଲି କହିବା?

ଏଠି ଆଉ ଗୋଟେ ପ୍ରସଙ୍ଗ ମଧ୍ୟ କହିବା ଜରୁରୀ ଆନ୍ତର୍ଜାତିକ ପଦକ ବିଜେତା ଏ କୁସ୍ତିଯୋଦ୍ଧାମାନେ ସରକାର ବିରୋଧୀ ଆନ୍ଦୋଳନ କରୁଛନ୍ତି କି ? ଯେମିତି କୃଷକ ଆନ୍ଦୋଳନ ସଂପୂର୍ଣ୍ଣ ଭାବରେ ସରକାର ବିରୋଧୀ ଥିଲା, ଅନ୍ତତଃ ପ୍ରଥମ ଦୁଇ ମାସ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସଂପୂର୍ଣ୍ଣ ଅଣରାଜନୈତିକ ଥିଲା ଏମାନେ ସରକାର ବିରୋଧରେ କିଛି କହୁନଥିଲେ । ଏମାନଙ୍କର ମୂଳ ଦାବୀ ଥିଲା ( ଓ ଆଜି ବି ରହିଛି) ବ୍ରିଜଭୂଷଣ ଶରଣ ସିଂ ବିରୋଧରେ କାର୍ୟାନୁଷ୍ଠାନ ଦେଶର ସବୁଠୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଖେଳାଳୀ ଯେତେବେଳେ ଏହି ପ୍ରସଙ୍ଗ ଉଠାଇଲେ, ତାକୁ ତୁରନ୍ତ ସମାଧାନ କରିବା ସରକାରଙ୍କ ଦାୟିତ୍ଵ ଥିଲା ସରକାର ସମାଧାନ ପରିବର୍ତ୍ତେ ଅପରାଧୀକୁ ସୁରକ୍ଷା ଦେଇ ଚାଲିଲେ ଯାହା ଫଳରେ ଏହି ଆନ୍ଦୋଳନକୁ ରାଜନୈତିକ ସମର୍ଥନ ମିଳିଲା, ମିଳିବା ଉଚିତ ମଧ୍ୟ । ଆଜି ମଧ୍ୟ ସରକାର ଓ ସରକାରେ ସମର୍ଥକ ଜଣେ ଅପରାଧୀ ପଛରେ ଠିଆ ହୋଇ ଆମ ଦେଶର ଖେଳାଳୀମାନଙ୍କୁ ଗାଳି କରୁଛନ୍ତି

ସବୁଠୁ ଚିନ୍ତାର ବିଷୟ ହେଉଛି ଏହି ଖେଳାଳୀମାନେ କେହି ସରକାର ବିରୋଧୀ କେବେ ନଥିଲେ ବରଂ ଏମାନଙ୍କ ମଧ୍ୟରୁ ଅନେକ ଥିଲେ ସରକାରଙ୍କ ସମର୍ଥକ । ଏମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପରିବାରର ପୁଅ ଝିଅ ବୋଲି ଡାକୁଥିଲେ ଏମାନଙ୍କ ସହିତ ବିଜେପି ସରକାରର ଜଣେ କଟ୍ଟର ସମର୍ଥକ ବାବା ରାମଦେବ ମଧ୍ୟ ଛିଡା ହୋଇଛନ୍ତିତଥାପି ଏମାନଙ୍କୁ ଏତେ ଗାଳି ସହିବାକୁ ପଡୁଛି କାହିଁକି ?

ଭାରତୀୟ ରାଜନୀତିରେ ଗୋଟେ ନୂଆ କଥା ଗତ ୯ ବର୍ଷରେ ଘଟିଛି । ଏଠି ଗୋଟେ ବର୍ଗର ଲୋକେ ଭାବି ନେଇଛନ୍ତି ଯେତେ ଯାହା ଅନ୍ୟାୟ କଲେ ମଧ୍ୟ ସରକାର ବା ସରକାରୀ ଲୋକଙ୍କ ବିରୋଧରେ କେହି ପାଟି ଖୋଳିବେ ନାହିଁ । ସରକାରୀ ଦଳର ଗୁଣ୍ଡା ଯୌନ ଅପରାଧୀ ହେଲେ ବି ତା ପଛରେ ନିର୍ଲଜ ଭାବରେ ଠିଆ ହେବାକୁ ଏମାନଙ୍କୁ ଲଜ୍ଜା ଲାଗୁନାଇଁ

ନିଜ ଦେଶର ପ୍ରତିଭାକୁ ହୀନିମାନ କରି କୌଣସି ରାଜନୀତି ବା ରାଜନେତା ମହାନ ହୁଏ ନାଇଁ ଦିନେ ନା ଦିନେ ପ୍ରତିଭା ଓ ପ୍ରଜ୍ଞା ବିରୋଧୀ ଏ ସରକାର ଇତିହାସରେ ସବୁଠୁ କଳଙ୍କିତ ସରକାର ହୋଇ ଧିକ୍କାରର ସାମ୍ନା କରିବାକୁ ବାଧ୍ୟ ହେବ    ,