କବି ପ୍ରତି
ଆହୁରି ବାକି ଅଛି ସଂଳାପ
ଏମିତି ମୁହଁରେ ପରଦା ପକେଇ
ଲିଭେଇ ଦିଅନା ମରଣର ମଂଚ!
ବାକି ଅଛି
କବିର ଚିପୁଡି ଦେବାକୁ ଛାତି
ରାତି କୋଳରେ ମୁଣ୍ଡ ଗୁଞ୍ଜି
ତାକୁ ଆହୁରି ଲେଖିବାର ଅଛି
ତାରା ଦେହର କବିତା
ନିଦ ଭାଙ୍ଗିଲେ
କବି ସବୁଥର ପରି ପୁଣି ବୁଣିବ ନିଜକୁ
ନିଜ ହାଡରେ ;
ଅଳସୀ କ୍ଷେତରେ
ଉଲସେଇବ ନିଜକୁ
ଆଉ ଟିକେ ଗାଢ଼ ହଳଦୀ ରଙ୍ଗ କରି
ତାର ଗୋଟେ ଆଖିର ସୂର୍ଯ୍ୟ ଆଉ ଆର ଆଖିର ଜହ୍ନର
ସୁନା ଓ ରୂପାଗୁଣ୍ଡର ଆଲୁଅ ବିଛେଇ
କବି ତ ନିଜେ ଗୋଟେ ଦୀପ
ତା ପାଇଁ ଆଉ ଜଳାଅନି ଦୀପ ଫିପ
ଲେଖନା ଓଁ ଶାନ୍ତି;
ମୃତ୍ୟୁର ତାନପୁରାରେ
ଆହୁରି ବାକି ଅଛି କବିର ଜୀବନ ସଂଗୀତ
ପାରୁଛ ଯଦି ଶୁଣ
ସେ ଲେଖି ପାରିନଥିବା ଗୋଟେ ଦୀର୍ଘ କବିତା
କେମିତି ମାଟିରେ ଆଖି ମୁଜି
ନୀରବରେ
ଗୁଣୁଗୁଣଉଛି ଶୁଣ।
ଜେଲରୋଡ଼, ପୁରୀ
ଯୋଗାଯୋଗ-୮୨୪୯୮୦୨୮୦୯