ନାହିଁ ନାବ, ନାହିଁ କାତ

ନାହିଁ ନାବ, ନାହିଁ କାତ

ଉଦ୍ଦେଶ୍ୟ ଯାହାର ଯାହା ବି ହେଉ
ଯାହା କହେ କିଂବା ଲେଖେ
ସେହି ଶବ୍ଦ ସବୁ ଦୁନିଆ ଶୁଣେ
ଅଥବା ପୃଷ୍ଠାରେ ଦେଖେ

ଅନ୍ୟକୁ ଆହତ, ତାଚ୍ଛଲ୍ଯ ନ କରି
ନିଜ ମନୋଭାବ କହି
ସଂଯତ ଆଉ ଶାଂତ ଭାବରେ 
ସଂସାରେ ହୁଏ ରହି

ଭର୍ତ୍ସନାକାରୀ ଓ ବଂଦନାକାରୀ
ବୃଥା ହୋଇ ଦୁଇ ଦଳ
ଅଯଥା ଶାଂତିଭଂଗ କରୁଥାଂତି
ତା ସହିତ କୋଳାହଳ 

ଏହି କୋଳାହଳ ପ୍ରଚାରିତ କରି
ଦେଶର ଗଣମାଧ୍ୟମ 
ଅନବରତ ପ୍ରମାଣ କରଂତି
କେହି ନୁହଂତି ଉତ୍ତମ 

ଅନୁତ୍ତମ ଏହି ସଂବାଦଦାତାଂକ
ପାଲରେ ଏବେ ପଡ଼ି
ଏହି ଦେଶବାସୀ ଚର୍ଚାରତ ହୋଇ
ପାରଂତିନି ପାଦେ ବଢ଼ି

କରିବାକୁ ଅଛି ବହୁବିଧ କାମ
କେହି ଚଳାଂତିନି ହାତ
ସଂବାଦ-ସ୍ରୋତରେ ଭାସିଯାଉଥାଂତି
ନାହିଁ ନାବ, ନାହିଁ କାତ