ପଦ୍ମ ପୁରୁଷ

ପଦ୍ମ ପୁରୁଷ

ନିରଞ୍ଜନ ନିଶ୍ଚୟ ଜାଣିଦେଲା କଥାଟା।ସୁଭଦ୍ରାକୁ ବଡ ବିକଳ ଲାଗିଲା।ଚ'ଖାଇବା ବେଳେ ନିରଂଜନ ପଚାରିଲା "ତମର କଣ ହୋଇଚି ସୁଭଦ୍ରା?କିମିତି ଖାପ୍
ଛଡା ଲାଗୁଛ କେତେ ଜଣଦିନ ହେଲା।"ସୁଭଦ୍ରା କଥା ଏଡାଇ ଦେଲା।ନିରଞ୍ଜନ ଆଉ ଟିକିଏ ଆଦର କରି ପୁଣି ପଚାରିଲା"କୁହ ନା ସତ କହ"

"ହେଃ, କିଛି ହୋଇନି ପରା କାହିଁକି ପଚାରୁଛ?"ସୁଭଦ୍ରା ବିରକ୍ତି ରେ ଉତ୍ତର ଦେଲା।

ନିରଞ୍ଜନ ପୂର୍ବବତ୍ ତାର ଯୋଜନା ଗୁଡିକ ସମ୍ଭନ୍ଧରେ କହିଚାଲିଲା।

"ଶେଷରେ ମାଧୁରୀ ଓ ନିର୍ମଳ ରାଜି ହେଲେ, ବୁଝିଲ?


ମୁଁ କହିଲି ସଫା ସଫା।ତମ ପରି ରୋଗିଣୀ ସ୍ତ୍ରୀ ଓ ଅଜୟ ପରି ବାଳୁଙ୍ଗା ପୁଅ,ମୁଁ ଆତ୍ମହତ୍ୟା କରି ଦେଇଥାନ୍ତି।ସୁଭଦ୍ରା ମୋତେ ରକ୍ଷା କରିଛି।ତାକୁ ଜାଗା ଜମି ସବୁ ମୁଁ ଦେବି।ଘର ତୋଳାଇ ଦେବି।ନହେଲେ ସେ ରହିବ କେଉଁଠି?ତାର ଆଉ କିଏ ଅଛି?"ମାଧୁରୀ ଗେଁ ଗେଁ ହୋଇ ପଳାଇଲା ମୁହଁ ମୋଡି।ଯୋଉ ତ ମୁହଁ ,,ମୋଡ଼ିଲେ ସତେକି ବେଶୀ ସୁନ୍ଦର ଦିଶିବ।ବଡ ଝିଅ ଉମା ଶାଶୁ ଘରୁ ଆସିଛି ଯେ, କାଲି ଖରାବେଳେ ଗୋଡ ଘଷି ଦେଇ ଗେଲେଇ ହେଲା।"ସୁଭଦ୍ରା ମା ଙ୍କୁ କିଛି ଟଙ୍କା ଦେଇଦିଅ।ପଚାଶ ହଜାର ଟଙ୍କା ର ଜାଗା ପୁଣି ଘର ତୋଳିବ।ବାପା, ଆମେସବୁ ତମର କେହି ହେଲୁନି ଖାଲି ସେଇ ସବୁ। ମୋ ଶାଶୁ ଘର ଲୋକଙ୍କ ଆଗେ ମୁହଁ ଦେଖାଇ ପାରୁନି।ତମେ ଆମକୁ ଦୟା କର ବାପା।"କହି କାନ୍ଦିଲା ଉମା।ହେଲେ ମୁଁ କି କାହାକୁ ଖାତିର କରିଛି?"ବାହାଦୁରୀ  କଲା ନିରଞ୍ଜନ।
"ଥାଉ କହୁଚି।ମୋର କିଛି ଦରକାର ନାହିଁ।ବେଶୀ କୁହନି, ଭଲ ଲାଗୁନି।"ସୁଭଦ୍ରା ଉତ୍ତର ଦେଲା।

ନିରଞ୍ଜନ ସବୁବେଳେ ଏମିତି କହେ।ଅଧିକାର ବି ସାବ୍ୟସ୍ତ କରେ।ସୁଭଦ୍ରା କୁ ସନ୍ଦେହ ବି କରେ।ଅଥଚ ସେ ତାର ସ୍ତ୍ରୀ ନୁହେଁ।ପ୍ରେମିକା ନୁହେଁ।ସ୍ତ୍ରୀ ର ବିଶ୍ୱାସ ପ୍ରେମିକା ର ଆକୁଳତା ନେଇ ସୁଭଦ୍ରା ଦିନେ ନିରଞ୍ଜନ କୁ ନିଜ ଜୀବନ ଭିତରକୁ ଟାଣି ଆଣିଥିଲା ଅବଶ୍ୟ।କିନ୍ତୁ ସମସ୍ତେ କହନ୍ତି ସେ ନିରଂଜନର ରକ୍ଷିତା।

ରକ୍ଷିତା ଶବ୍ଦଟିର ଅଶ୍ଲୀଳତା ଏକ ବିରାଟ କଳା ମାଙ୍କଡ ସା' ଭଳି ସୁଭଦ୍ରାର ହାଡ ମଜ୍ଜା ଭିତରେ ସବୁବେଳେ କୁଟୁରୁ କୁଟୁରୁ କରୁଥାଏ।ଜାଲ ବୁଣୁଥାଏ।ବେଳେ ବେଳେ ତାର ସାମ୍ନା ସାମ୍ନି ହୋଇ ଯାଏ ସେ।ପେଟ ଗୋଳେଇ ଘାଣ୍ଟି ହୋଇଯାଏ ଓ ସେ ସଂଗେ ସଂଗେ ଯାଇ ବାନ୍ତି କରେ।ପ୍ରଥମେ ପ୍ରଥମେ ଏମିତି ହେଉ ନଥିଲା।ସେ ଭାବୁଥିଲା ନିରଞ୍ଜନ ଓ ସେ ଏକ ଅପାର୍ଥିବ ଭଲପାଇବା ରେ ବାନ୍ଧି ହୋଇଛନ୍ତି।ଆତ୍ମାର ଭଲ ପାଇବା ,ବହୁ ଆତ୍ମତ୍ୟାଗର, ଉତ୍ସର୍ଗର, ଭଲ ପାଇବା।ବଡ ବଡ କବି ମହାପୁରୁଷ ବୀରମାନଙ୍କ ଭଳି।କିନ୍ତୁ ଧୀରେ ଧୀରେ ସବୁ ଜଣାଗଲା।ସେ ପ୍ରେମିକା ନୁହଁ ସ୍ତ୍ରୀ ନୁହେଁ।ବାନ୍ଧବୀ ନୁହେଁ।ସେ କେବଳ ଜଣେ ରକ୍ଷିତା।

ଏହି ଛାଞ୍ଚ ଟି ଡେଇଁ ସେମାନଙ୍କ ସମ୍ପର୍କ ଆଉ ଅଧିକ ବାଟ ଯାଇପାରେ ନାହିଁ।ପ୍ରତ୍ୟେକ ରାତି ରେ ନିରଞ୍ଜନ ଆସିବା ଓ ଭୋରରେ ଚାଲିଯିବା ,କେବେ ସହରକୁ ଯାଇ ଏକାଠି ଖାଇବା ,ସିନେମା ଦେଖିବା, ବଜାର କରିବା- ଏତିକି ରେ  ଗଢ଼ା ଥିଲା ସେମାନଙ୍କ ସମ୍ପର୍କ।ବାକି କେତେ ମୁହୂର୍ତ୍ତ ଏ ଛାଞ୍ଚ  ଭିତରୁ ଡେଇଁ ପଡିବାକୁ ଚେଷ୍ଟା କରୁଥିଲା ତାହା ହେଲା ସୁଭଦ୍ରା ନିରଂଜନର ଛାତିରେ ମୁଣ୍ଡ ଗୁଂଜି ଅସହାୟ ଭାବରେ କାନ୍ଦିବାର ବେଳ,ଦୁହେଁ ମିଶି ରେକୋର୍ଡରେ କିଛି ପୁରୁଣା ହିନ୍ଦୀ ସିନେମା ଗୀତ ଶୁଣିବାର ବେଳ।ଆଠଦିନ ତଳେ କିନ୍ତୁ ସୁଭଦ୍ରା ଏ ସମସ୍ତ ସମୟ ରୁ ଏ  ଚିରାଚରିତ ଜୀବନ ରୁ ପାଦ ଉଠାଇ ଅନେକ ଦୂରକୁ ଚାଲି ଯାଇଥିଲା।

ସୁଭଦ୍ରା ମ୍ୟାଟ୍ରିକ ପାସ କରିଚି।ଗାଁ ସ୍କୁଲ ରେ ପଢାଏ ସେ।ନିରଞ୍ଜନ ପାଖ ଗାଁ ର କଣ୍ଟ୍ରାକ୍ଟର।ସୁଭଦ୍ରାର ସୁନାମ ଶୁଣି ସେ ତାର ସାନ ପୁଅକୁ ପଢ଼ାଇବାକୁ କହିବାକୁ ଆସିଥିଲା ଆଠ ବର୍ଷ ତଳେ।ସୁଭଦ୍ରା ଯାଇଥିଲା।କିନ୍ତୁ ସମ୍ପର୍କ ଏପରି ହେବାରୁ ଟ୍ୟୁସନ ଛାଡି ଦେଲାସେ।ନିରଞ୍ଜନ ର ସ୍ତ୍ରୀ ର ବହୁତ ରୋଗ 'ସେ ଚିଡି ଚିଡା ସ୍ଵଭାବ ର।ବଡ ପୁଅ ଅଜୟ ଗୁଣ୍ଡା ହୋଇ ଯାଇଛି।ନିର୍ମଳ ମଝିଆଁ ପୁଅ।ସାନପୁଅ କାଳେ ପାଠ ପଢ଼ିବନି ବୋଲି ସୁଭଦ୍ରାଙ୍କୁ ଡାକି ନେଇଥିଲା ନିରଞ୍ଜନ।କିନ୍ତୁ ସୁଭଦ୍ରାର ଏକୁଟିଆ ଜୀବନକୁ ନିରାପଦ କରୁ କକରୁ ଦୁଇଜଣ ଯାକ ପରସ୍ପର ଉପରେ ନିର୍ଭରଶୀଳ ହୋଇ ପଡିଲେ।ସୁଭଦ୍ରର ମା ପାଗଳୀ ହୋଇ ଗଲା।ଶେଷରେ ଦିନେ ଗାଁ ପୋଖରୀ ରେ ତାର ଶବ ଭାସୁଥିଲା।ବୁଡି ମରିଥିଲାକି?


ସେଇ ପୋଖରୀ।ନିରଞ୍ଜନ ତିନି ଚାରିଦିନ ଆସି ନଥିବାରୁ ସୁଭଦ୍ରା ଅସହାୟ ହୋଇ ପଡ଼ିଥିଲା।କାନ୍ଦି କାନ୍ଦି କଟାଇଥିଲା ସାରା ଦିନ।ସନ୍ଧ୍ୟା ବେଳେ କଣ ମନ ହେଲା ଚାଲି ଚାଲି ସେଇ ପୋଖରୀ ପାଖେ ପହଁଚିଲା।ବସି ରହିଲା ତୁଠ ପଥର ପାଖରେ।ପୋଖରୀ ର ଗୋଟିଏ ପାଖରେ ଦଳ ଓ ପଦ୍ମ ଫୁଲ ଭର୍ତ୍ତି।ବଡ ବଡ ପଦ୍ମ ଫୁଲ।ଥଣ୍ଡା ପବନ ରେ ଶିରି ଶିରି ହେଉଥିଲା ପାଣି।ସନ୍ଧ୍ୟା ର ଲାଲ ଧୂଳି ଓ ଧୂଆଁ ଜମି ଯାଇଥିଲା ସେ ପାଣି ଉପରେ, ପଦ୍ମ ପତ୍ର ଓ ପାଖୁଡା ଉପରେ।ଘଣ୍ଟା ବାଜୁଥିଲା ଦେଉଳ ରେ ,ସେ ଘଣ୍ଟା ଓ ଶଙ୍ଖ ଧ୍ୱନି ଭିତରେ ଧୀରେ ଧୀରେ ଓଲ୍ହାଇ ଆସିଲା କି ଗୋଟିଏ ଅଦ୍ଭୁତ ପରିବେଶ ତାର ଚାରି ପାଖରେ।ପାଣି କୁଆ ଉଡୁଥିଲେ ପୁଣି ବସୁଥିଲେ, ଦଳେ ଚଢେଇ ବସୁଥାନ୍ତି ପୁଣି ହଜି ଯାଉଛନ୍ତି ରଙ୍ଗ ବେରଙ୍ଗ ମେଘ ଭିତରେ।ସୁଭଦ୍ରା ମୋହିତ ହୋଇ ବସି ରହିଲା।

ତିନି ଦିନ ତଳେ ନିରଂଜନ ପ୍ରଚୁର ମଦ ପିଇ ଆସିଥିଲା।ସେଦିନ ସୁଭଦ୍ରା ପିନ୍ଧିଥିବା ଏତେ ପତଳା ବୋଲି ଅଶ୍ଳୀଳ ଗାଳି ଦେଇଥିଲା।ଜୋର ଜବରଦସ୍ତ କରିଥିଲା ତା ଉପରେ।ଅଭଦ୍ର ଭାଷା କହି କହି ତା କାନ ମୋଡି ଥାପଡ଼ ମାରିଥିଲା।ନିରଞ୍ଜନ କୁ ସେଦିନ  ଲକ୍ଷ କଲା ସୁଭଦ୍ରା।ଦେଖିଲା ତାର ପାଚି ଆସୁଥିବା ନିଶ,ନାଲି ନାଲି ଆଖି, ରୁକ୍ଷ ମୁହଁ, ମୋଟା ଓଠ ତଳୁ ଉଙ୍କି ମାରୁଥିବା କୁତ୍ସିତ ପୌରୁଷକୁ।ସୁଭଦ୍ରାର ମନେ ହେଲା ସେ ନିରଞ୍ଜନ ଠାରୁ ବୟସ ରେ ଅନେକ ସାନ ହେବ।ତାର ମୁଣ୍ଡରେ ଅଳ୍ପ ଧଳା କଳା ବାଳ, ଗୋଡି ପଥର ସିମେଣ୍ଟ ରେ ଗଢ଼ା ତାର ଦେହ,ହାତ ପାଦ।ଅତୀତ ରେ ସେ ତାକୁ କେଉଁ କାରଣରୁ ଭଲ ଲାଗିଥିଲା?ଛି, ସେ ପୁଣି ଏଇ ଲୋକଟାର, ସାରା ଜୀବନ ଏଇ ଲୋକ ଟାର ....।ନିରଞ୍ଜନ କୁ ଠେଲି ଦେଲା ସେ ଖଟ ଉପରୁ।ସେ ଖଟରୁ ତଳକୁ ପଡିଗଲା।କିଛି କହିଲା ନାହିଁ।ସୁଭଦ୍ରା ବାଥ ରୁମ ରେ ବାନ୍ତି କଲା।

ସେଦିନୁ ରାଗି ନିରଞ୍ଜନ ତିନି ଦିନ ଧରି ଆସିନାହିଁ।ସୁଭଦ୍ରା କୁ ଅସହାୟ ଲାଗୁଛି।ଯଦି ସେ ଜମା ନ ଆସିବ?ମନ ଭାରି ଖରାପ ବୋଲି ସେ ପୋଖରୀ କୂଳରେ ବସିଚି।ଏଠି ତା ମାଆ ର ଶବ ଭାସୁଥିଲା ଦିନଟେ।ଏଠି କେଉଁଠି ଥାଇ ପାରେ ତାର ମାର ଭୂତ।

ସୁଭଦ୍ରା ଚାହିଁଲା ଚାରି ଆଡକୁ।ଘଞ୍ଚ କିଆ ବଣ ଟିକିଏ ଦୂରରେ।ଆକାଶ ରେ ଚିକ ଚିକ ତାରା।ଗାଁ ରୁ ଆଲୁଅ ଦିଶୁଚି।କେତେ ଦୂର ଦିଶୁଚି ଗାଁ, ଛୋଟ ଗୋଟିଏ ରୁମ ବିଶିଷ୍ଟ ଘର।


ଚୁପ ଚାପ ବସି ରହିଲା ସେ।ଘନୀଭୂତ ହୋଇ ଆସିଲା ଅନ୍ଧାର।ହଠାତ ପାଣି ଭିତରେ ଛପ ଛପ ଶବ୍ଦ ହେଲା।କିଏ?ହାତ ଗୋଡ ଥଣ୍ଡା ହୋଇ ଗଲା ତାର।କିଏ?
ଆରେ, ପଦ୍ମ ଫୁଲ ର ଗହଳି ରୁ ଉଠି ଆସୁଚି ଗୋଟିଏ ଛାଇ।ସୁଭଦ୍ରା ଦଉଡି ଦଉଡି ପଳାଇବାକୁ ଭାବିଲା।ପାରିଲା ନାହିଁ।ସେ ଛାଇ ପାଣି ଉପରେ ପାଦ ପକାଇ ପକାଇ ତାର ନିକଟତର ହେଲା।ତୁଠ ପଥର ର ନିକଟ ହେଲାରୁ ସୁଭଦ୍ରା ଜାଣି ପାରିଲା ସେ ନିଶ୍ଚୟ ଜଣେ ପୁରୁଷ।ସାରା ଦେହରେ ତାର ପଦ୍ମ ଫୁଲ ଗୁଡେଇ ହୋଇ ରହିଚି।ପଦ୍ମ ନାଡ଼ ରେ ଗଢ଼ା ତାର ହାତ ଗୋଡ।ଆଉ କିଛି ଜଣା ଯାଉ ନାହିଁ।କେଉଁ ଠି ନାକ ଆଖି ପଦ୍ମ ଫୁଲରେ ତିଆରି ଏମତି ଗୋଟିଏ ପୁରୁଷ।ଏ କିଏ?ସୁଭଦ୍ରା ତଥାପି ପଳାଇ ପାରିଲା ନାହିଁ।ବସି ରହିଲା ଆଖି ବୁଜି।


"ଆସ, ମୋ ସାଙ୍ଗରେ ଆସ"ଭାଷାରେ ନୁହେଁ, ନୀରବତା ରେ ହିଁ ଏକଥା କହିଲା ପଦ୍ମ ପୁରୁଷ।ସୁଭଦ୍ରା ଅବଶ ହୋଇ ପଡ଼ିଲା କିଛି କାଳ ପାଇଁ।ପଦ୍ମ ବାସ୍ନା ସଂଚରି ଯାଉଛି ଚାରିଆଡେ।ତାପରେ ସେ ପଦ୍ମ ପୁରୁଷ ତାର ହାତ ଧରି ଉଠାଇ ନେଲା।ସମ୍ମୋହିତ ହୋଇ ସେ ଚାଲିଲା ତା ପଛେ ପଛେ।ଘଞ୍ଚ କିଆ ବଣ ଚନ୍ଦ୍ରଲୋକ ରେ ଓଦା କିଆ ବଣରେ ପହଁଚିଲେ ଦୁହେଁ।ବସିଲେ ସେଠାରେ।ସୁଭଦ୍ରା ପଦ୍ମ ପୁରୁଷ ର କିଛି ଗୋଟାଏ ପ୍ରଶ୍ନର ଉତ୍ତର ଦେଲା।ସେ ଉତ୍ତର ର ପ୍ରତିଧ୍ୱନି ଶୁଭିଲା ପୋଖରୀ ଭିତରୁ ଆକାଶ ଭିତରୁ, ଶୁଭିଲା ଦୂର ଗାଁ ର ବିଜନ ତାର କୋଠରୀ ଭିତରୁ। ତା ଆଖିରୁ ଝର ଝର ଲୁହ ବୋହି ଗଲା।ଅନେକ ଅପୂର୍ଣ କାମନା ଘୁଙ୍ଗୁର ଭଳି ବାଜିଲେ ।


ସୁଭଦ୍ରା ପଦ୍ମ କେଶର ର ରେଣୁ ଭଳି ଝରି ପଡିଲା ସେ ପଦ୍ମ ପୁରୁଷ ର ଦେହରୁ ପୁଣି ଝରି ସୁଭଦ୍ରା ର ଅଙ୍ଗ ପ୍ରତ୍ୟଙ୍ଗ ରେ ବୋଳି ହୋଇ ଗଲା।ପଦ୍ମ ପୁରୁଷ ସୁଭଦ୍ରା ଭିତରେ ମାଡି ଯାଇଥିବା ଅତୀତ ଓ ବର୍ତ୍ତମାନ କୁ ଟାଣି ଆଣି  ଫିଙ୍ଗି ଦେଲା ପୋଖରୀ ଭିତରକୁ।କେତେ ନୂଆ ଲାଗୁଚି ନୂଆ ଲାଗୁଚି ଭାବୁ ଭାବୁ କେତେ ବେଳ ବିତି ଗଲା,ପଦ୍ମ ପୁରୁଷ ଠାରୁ ସେ କିମିତି ବିଦାୟ ନେଇ ଘରକୁ ଫେରିଲା ତାର କିଛି ମନେ ରହିଲା ନାହିଁ।

ନିରଞ୍ଜନ ଆସିଲା ତା ପରଦିନ ରାତିରେ।କ୍ଷମା ମାଗିଥିଲା ତାର ଆଚରଣ ପାଇଁ।କିନ୍ତୁ ସେସବୁ ଆଉ ମନେ ନଥିଲା ସୁଭଦ୍ରା ର।ଏଇପରି ପାଞ୍ଚ ଦିନ ଧରି ସୁଭଦ୍ରା ଯାଉଥିଲା ସନ୍ଧ୍ୟାବେଳେ ସେଇ ପୋଖରୀ କୂଳକୁ।ସେ ସେଠାରେ ବସିବାର କିଛି ବେଳପରେ ପାଣି ଭିତରୁ ଉଠି ଆସୁଥିଲା ପଦ୍ମ ପୁରୁଷ।ତାକୁ ଦେଖୁ ନ ଦେଖୁଣୁ ସୁଭଦ୍ରା ଆଖି ବୁଜି ଦେଉଥିଲା।ନୀରବତା ଭିତରେ ସେମାନେ କଥା କହୁଥିଲେ।ପରସ୍ପର କୁ ସ୍ପର୍ଶ କରୁଥିଲେ।ତାପରେ ସେ ସୁଭଦ୍ରା ର ହାତ ଧରି ବାଟ କଢାଇ ନେଉଥିଲା  ଗହନ କିଆ ବଣକୁ।

ଯେତେ ଚେଷ୍ଟା କଲେବି ଆଖି ଖୋଲି ପାରୁନଥିଲା  ସୁଭଦ୍ରା।କେତେ କଥା ପଚାରିବ ବୋଲି ଭାବିଲେ ବି କଥା ଅଟକି ରହୁଥିଲା ତଂଟି ପାଖରେ।ପଦ୍ମ ପୁରୁଷ କିଏ?କୌଣସି ଦେବତା, ଅପ ଦେବତା, କାହାର ଆତ୍ମା?ତାର କଥା ଭାବି ଭାବି ସେ ଆଉ କିଛି କାମ ଠିକରେ କରି ପାରୁନି।ଘଣ୍ଟାଏ ବା ଦୁଇଘଣ୍ଟା ର ସମୟ ଯୁଗ ଯୁଗ ପରି ଲମ୍ବା ହୋଇ ଯାଉଥିଲା।ବିଚିତ୍ର ମିଳନ ର ଉତ୍ସବ ସେ ସମୟ। ବିଦାୟ ନେବାର ବେଳ ଆସୁଥିଲା ଯେତେବେଳେ ପଦ୍ମ ପୁରୁଷ ତାର ବେଣୀରେ ଗୋଟିଏ ପଦ୍ମ ଫୁଲ ପିନ୍ଧାଇ ଦେଉଥିଲା।ଛୁଇଁ ଦେଉଥିଲା ତାର ବୁଜା ଆଖିପତା,ଓଠ ବେକ ପିଠି ,ଧୀରେ ଧୀରେ ଅପସରି ଯାଉଥିଲା ତା ପରେ।
ସୁଭଦ୍ରା ଚାଲି ଚାଲି ଫେରୁଥିଲା ମୁଗ୍ଧ ଆବେଗରେ।ପଦ୍ମ ଫୁଲଟିକୁ ବେଣୀ ରୁ ଖୋଲି ଶେଜ ପାଖ ଟେବୁଲ ରେ ପାଣି ରେ ରଖୁଥିଲା।


ତା ପରେ କେତେ ରାତିରେ ନିରଞ୍ଜନ ଆସୁଥିଲା,କଣ କହୁଥିଲା ତାକୁ, କଣ କରୁଥିଲା?ସେ କିଛି  ଜାଣି ପାରୁନଥିଲା।ତାର ସାଧାରଣ ବୋଧ ଶକ୍ତି ହରାଇ ପକାଉଥିଲା ସେ ।


ମଉଳା ଫୁଲଟିକୁ ଦିନ ସାରା ଖୋଲି ଦେଖୁଥିଲା, ଗେଲ କରୁଥିଲା।ସେଦିନ ନିରଞ୍ଜନ ପଚାରିଲା"ଏ  ଫୁଲ କେଉଁଠୁ ଆସୁଛି।"ସେ ମିଛରେ  କହିଲା କାମ ବାଲି ଶାନ୍ତି ଆଣି ଦେଇଛି।ନିରଞ୍ଜନ ବିଶ୍ୱାସ କରିନଥିଲା ,।ଶେଷରେ ରାତିରେ ସେ ଜାଣିଲା ଭକି କହିଲା "ଏଇ, ମୋତେ ଲୁଚାଉଛ।ତମେ ନିଶ୍ଚେ ଆଉ କାହା ପାଲ