ବାଣୀବିହାରର ସେ ଝିଅ
ସବୁ ଝିଅ ତା ପରି ନୁହେଁ
ଇଞ୍ଚେ ବି ହସେନି ସେ
କେବେ ନଜରରେ ନଜର ମିଶିଲେ ।
ସେଦିନ କିନ୍ତୁ ଖୁବ୍ ହସିଲା !
ଆଉ ମୁଁ ଫି ଥର ସଜାଡୁଥିଲି ମୋ ପୋଷାକ
ଅଥଚ ସବୁ ତ ଠିକ୍ ଥିଲା ।
ସେ ଏବେ ଆହୁରି ହସିଲା,,,,
ଆସ୍ତେକି ବୁଦ୍ଦୁ କହି ଚାଲିଗଲା
ବାଣୀବିହାର ର ସେ ଝିଅ ।
ଇସ୍ ଇଏ କଣ ପ୍ରେମ ଥିଲା ?
ପ୍ରେମ କି ନାହିଁ ତ ଜାଣିନି
ହେଲେ,,,,
ତା ଆଖି ଶୀତ ସକାଳ ର ଚିଲିକା
ତା ଓଠ ସଜ ଗୋଲାପ ର ପାଖୁଡ଼ା
ତା ମୁହଁରେ ଗୋଟେ ବାରମାସିଆ ହସ
ତା ଦେହ ଗୋଟେ ସୂର୍ଯ୍ୟମୁଖୀ ର କ୍ଷେତ
ଆଉ,
ମୁଁ ଗୋଟେ ଏମିତି ଭଅଁର
ଯେ ଚିରକାଳ ଖାଲି କ୍ଷତାକ୍ତ ହିଁ କ୍ଷତାକ୍ତ ।
କେମିତି ସେ ଜାଣିଲା
ମତେ ପସନ୍ଦ ମୂକୁଳା କେଶ,
ହାଲକା ଲିପଷ୍ଟିକ୍
ଲମ୍ବା ନଖ ଆଉ ନାଲି ରଙ୍ଗର ଦୁପଟ୍ଟା
ତେବେବି ମତେ ଭୟ ଘାରୁଥିଲା
କାଇଁ ନା ସେ ବାଣୀବିହାର ର ଝିଅ ଥିଲା !
ସେ ବୁଦ୍ଦୁ କହି ଚାଲିଗଲା ଆଉଥରେ
ମୁ ଚାହିଁ ରହିଥିଲି ଯେବେ ଯାଏ
ପବନ ରେ ହାଲକା ଦିଶୁଥିଲା ତା ଧୂପଟା
ଇଏ କଣ ସତରେ, ବାଣୀବିହାର ଝିଅ ର ପ୍ରେମ ଥିଲା ?