ଦୁଇ ଲକ୍ଷ ତିରିଶ ହଜାର କୋଟିର ଓଡିଶା ବଜେଟ

ଦୁଇ ଲକ୍ଷ ତିରିଶ ହଜାର କୋଟିର ଓଡିଶା ବଜେଟ

ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷ ପାଇଁ ୨.୩ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । କ୍ରୀଡା, ଭିତ୍ତିଭୂମିର ବିକାଶ, କୃଷି ଏବଂ ଶିକ୍ଷା ଉପରେ ଚଳିତ ବଜେଟରେ ସର୍ବାଧିକ ଗୁରୁତ୍ଵ ଆରୋପ କରାଯାଇଛି । ଅନ୍ୟ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜସ୍ୱ ବଳକା ବଜେଟ ଉପସ୍ଥାପନ ହୋଇଥିବାରୁ ଜନମଙ୍ଗଳ ଯୋଜନାରେ ରାଜ୍ୟ ସରକାର ଅଧିକ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛନ୍ତି ବୋଲି କୁହାଯାଉଛି । ତେବେ ଏହାକୁ ବିରୋଧୀ ବିଜେପି ପ୍ରଶ୍ନକରି କହିଛି ଯେ – “ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ୨.୩୦ ଲକ୍ଷ କୋଟି ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ? “

ବିରୋଧୀଙ୍କ ସମାଲୋଚନା ସତ୍ତ୍ୱେ ଚଳିତ ବଜେଟକୁ ଏକ ଲୋକାଭିମୁଖୀ ବଜେଟ ବୋଲି କୁହାଯାଇପାରିବ । ଏହି ବଜେଟର ପ୍ରମୁଖ ବିନ୍ଦୁ  ହେଉଛି-

୧  ଓଡିଶା ଅଳ୍ପ କେତୋଟି ରାଜ୍ୟ ମଧ୍ୟରୁ ଅନ୍ୟତମ ଯିଏ ରାଜସ୍ୱ ବଳକା ବଜେଟ ପ୍ରସ୍ତୁତ କରିବାରେ ସମର୍ଥ ।  

୨ କାର୍ୟକ୍ରମ ବ୍ୟୟବରାଦ ୨୦୦୦-୦୧ ମସିହାରେ ୩୫୩୮ କୋଟି ଥିବା ବେଳେ ୨୦୨୩-୨୪ ବଜେଟ ଆକଳନଜର ୩୫ ଗୁଣ ବୃଦ୍ଧିପାଇ ୧ ଲକ୍ଷ 25 ହଜାର କୋଟି ଟଙ୍କାରେ ପହଞ୍ଚିଛି ।

୩ ପ୍ରଶାସନକି ବ୍ୟୟ ୯୪ ହଜାର କୋଟି ଟଙ୍କାରେ ସୀମିତ ରହିଛି ।

ପ୍ରମୁଖ ବିଭାଗ ପାଇଁ ଖର୍ଚ୍ଚ ଅଟକଳ –

  • ବଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି
  • କୃଷି ବିଭାଗ ପାଇଁ ୨୪,୮୨୯ କୋଟି ବ୍ୟୟବରାଦ
  • ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ
  • ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା
  • ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ
  • ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା ବ୍ୟୟବରାଦ
  • ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି ଟଙ୍କା
  • ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି
  • ଏମଏସଏମଇ ପାଇଁ ୬୪୭ କୋଟି ବ୍ୟୟବରାଦ
  • ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି
  • ମିଶନ୍ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ବ୍ୟୟବରାଦ
  • ମତ୍ସ ଓ ପଶୁ ସମ୍ପଦ ପାଇଁ ୧୭୬୯ କୋଟି ବ୍ୟୟବରାଦ
  • ପର୍ଯ୍ୟଟନ କ୍ଷେତ୍ର ପାଇଁ ୬୮୦ କୋଟି ବ୍ୟୟବରାଦ
  • ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି