ଦିଲ୍ଲୀ ନଗର ପାଳିକା ନିର୍ବାଚନ ନା ମାଫିଆ ୱାର !!

MCD Mayor NewDelhi AAP BJP

ଦିଲ୍ଲୀ ନଗର ପାଳିକା ନିର୍ବାଚନ ନା ମାଫିଆ ୱାର !!

ଗତ ସତୁରୀ ବର୍ଷ ଭିତରେ ଭାରତୀୟ ଗଣତନ୍ତ୍ର ବହୁ ଲଜ୍ଜାଜନକ ଘଟଣା ଓ ଦୃଶ୍ୟର ମୁକସାକ୍ଷୀ ସଂସଦ ଏବଂ ବିଧାନସଭା ଭିତରେ ମାଡ ମରାମରି ହେବା, ମାଇକ ଭାଙ୍ଗିବା ଭଳି ବହୁ ଅସଭ୍ୟ ଆଚରଣ ଆମେ ଆମର ମାନ୍ୟବର ଲୋକ ପ୍ରତିନିଧିମାନଙ୍କ ଭିତରେ ଦେଖିଛୁ ଗଣତନ୍ତ୍ରର ମନ୍ଦିର ବୋଲି କୁହା ଯାଉଥିବା ଏହି ସବୁ ଅନୁଷ୍ଠାନରେ ସବୁଠୁ ବଡ ଅପରାଧ ଘଟୁଥିବାର ଆମେ ଆମ ଆଖି ଆଗରେ ଦେଖି, ତାକୁ ସହ୍ୟ କରିଚାଲିଛୁ ଯେଉଁମାନେ ଆଇନର ନିର୍ମାତା ସେମାନେ ଯଦି ସ୍ଵୟଂ ବେଆଇନ କାମ କରିବେ, ତେବେ ସେମାନଙ୍କୁ ରୋକିବ କିଏ ? ସଂସଦୀୟ ଇତିହାସରେ ଆଗରୁ ଯେତେସବୁ ଏମିତି ଘଟଣା ଘଟିଛି, ତାକୁ ନେଇ ଗଣମାଧ୍ୟମରେ ଲୋକ ପ୍ରତିନିଧିମାନଙ୍କୁ ପ୍ରଚୁର ହଟହଟା କରାଯାଇଛି ଆଗରୁ ଏହାକୁ ନିର୍ଲଲଯତା ବୋଲି କୁହା ଯାଉଥିଲା । ଅବିକା କିନ୍ତୁ ଏ ପ୍ରକାର ଅପରାଧୀମୂଳକ ଆଚରଣକୁ ରାଜନୈତିକ ଆବଶ୍ୟକତା ବୋଲି କୁହାଯାଉଛି

ଗତ କିଛି ଦିନ ହେଲାଣି ଦିଲ୍ଲୀ ମହାନଗର ନିଗମରେ ଯାହା ସବୁ ଘଟୁଛି, ତାକୁ ଦେଖିଲେ ଆମେ ଯେ ଏକ ଗଣତାନ୍ତ୍ରିକ ଦେଶର ନାଗରିକ ଏ କଥା ବିଶ୍ଵାସ କରି ହେଉନାଇଁମହାନଗର ନିଗମ ନିର୍ବାଚନ ପରେ ଅଗଣତାନ୍ତ୍ରିକ ଉପାୟରେ କ୍ଷମତା ଦଖଲ ଲାଗି ବିଜେପି ଯେଉଁ ସ୍ତରର ରାଜନୀତି କରୁଛି, ତାହା କେବଳ ଅପରାଧୀ ରାଜନୀତି ବ୍ୟତୀତ ଆଉ କିଛି ନୁହଁ ସାମ୍ବିଧାନିକ ପଦରେ ରହିଥିବା ଉପ ରାଜ୍ୟପାଳ ଖୋଲାଖୋଲି ଆଇନ ଓ ସମ୍ବିଧାନର ଉଲ୍ଲଂଘନ କରି ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରିଥିଲେ ଦିଲ୍ଲୀ ନଗରପାଳିକାର ନିର୍ବାଚନ ଆଜି ସାରା ଦେଶରେ ସବୁଠୁ ବଡ ଅପରାଦ୍ଧମୂଳକ ନାଟକ ଭଳି ଦେଖା ଯାଉଛି । ଲୋକଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ଗୁଣ୍ଡାଙ୍କ ଭଳି ଆଚରଣ କରୁଛନ୍ତି

ଦିଲ୍ଲୀ ନଗର ନିଗମ ନିର୍ବାଚନରେ ସେଠିକାର ଶାସକ ଦଳ ଆମ ଆଦମୀ ପାର୍ଟି ସ୍ପଷ୍ଟ ଭାବରେ ବହୁମତ ପାଇ ଜିତିଛି ଗଣତନ୍ତ୍ରରେ ବିଜୟୀ ଦଳକୁ କ୍ଷମତା ଛାଡି ଦେବା ପରାଜିତ ଦଳର କର୍ତ୍ତବ୍ୟ ହେଲେ କ୍ଷମତା ମୋହରେ ଅନ୍ଧ ବିଜେପି କ୍ଷମତାରେ ରହିବାକୁ ଉପରାଜ୍ୟପାଳଙ୍କୁ ଦଳୀୟ ଏଜେଣ୍ଟ ଭଳି ବ୍ୟବହାର କରୁଛି ସବୁ ଆଇନ ଓ ସମ୍ବିଧାନକୁ ଅବମାନନା କରି ଦିଲ୍ଲୀ ଉପ ରାଜ୍ୟପାଳ ମେୟର ନିର୍ବାଚନରେ ମନୋନୀତ ସଦସ୍ୟମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ ଏହାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ବେଆଇନ ଘୋଷଣା କଲେ ସୁପ୍ରିମ କୋର୍ଟଙ୍କ ରାୟ ପରେ ମଧ୍ୟ ବିଜେପି ଆପ ହାତରୁ କ୍ଷମତା ଛଡାଇ  ଆଣିବାକୁ ବିଭିନ୍ନ ଉପାୟରେ ଉଦ୍ୟମ କରୁଛି

ସବୁଠୁ ଲଜ୍ଜା ଏବଂ ଦୁର୍ଭାଗ୍ୟର ବିଷୟ ହେଉଛି, ବାରମ୍ବାର ନଗରପାଳିକା ବୈଠକରେ ନିର୍ବାଚିତ ପ୍ରତିନିଧିମାନେ ନିକୁଷ୍ଟ ସ୍ତରର ଗୁଣ୍ଡାଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଅତି ସ୍ଵାଭାବିକ ଭାବରେ ସେମାନେ ମାରପିଟ ହେବା ସହିତ ଲୋକଙ୍କ ସମ୍ପତ୍ତି ଭଙ୍ଗାରୁଜା କରୁଛନ୍ତି ଏହାକୁ ବିଜେପି ତରଫରୁ ନିଜର ଅଧିକାର ବୋଲି କୁହା ଯାଉଛି ଓ ବିଜେପିକୁ ସାମ୍ନା କରିବାକୁ ହେଲେ ଆପ ମଧ୍ୟ ସମାନ ଆଚରଣ ଦେଖାଇବାକୁ ବାଧ୍ୟ ବୋଲି ଯୁକ୍ତି କରା ଯାଉଛି ଲାଗୁଛି, ଏହା କୌଣସି ନଗର ପାଳିକା ନିର୍ବାଚନ ନୁହଁ, ବରଂ ମାଫିଆ ଯୁଦ୍ଧ । ସିନେମାରେ ଆମେ ଅନେକ ମାଫିଆ ଯୁଦ୍ଧ ଦେଖିଛୁ । ସେସବୁ ତୁଳନାରେ ଦିଲ୍ଲୀର ଏମସିଡି ନିର୍ବାଚନ ଅଧିକ ରୋମାଞ୍ଚକର ଓ ଅଧିକ ଅସଭ୍ୟ 

ଏ ପ୍ରସଙ୍ଗ ଏକାଧିକ ବାର ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି ମାନ୍ୟବର ସୁପ୍ରିମକୋର୍ଟ ଏ ସମ୍ପର୍କରେ ନିଜ ତରଫରୁ ବିଚାର କରିବା ଉଚିତ ହୁଅନ୍ତା ।  ଗଣତନ୍ତ୍ରରେ ଜନମତକୁ ସୁରକ୍ଷା ଦେବା ସୁପ୍ରିମକୋର୍ଟଙ୍କ ବଡ ଦାୟିତ୍ଵ ହେଲେ ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ଆଖି ବୁଜି ବସିଛନ୍ତି ।  ନିର୍ବାଚିତ ସରକାର ଉପରେ ହାକିମାତି ଦେଖାଇବାର ଅଗଣତାନ୍ତ୍ରିକ ପ୍ରକ୍ରିୟା ବିରୋଧରେ ସୁପ୍ରିମକୋର୍ଟ ନୀରବ ରହିବାର ଭୟାନକ ପରିଣତି ଏ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ଶାସନକୁ ଇ ଭୋଗିବାକୁ ପଡିବ ।