ବିବିସି ଉପରେ ଆୟକର ଚଢଉ

ବିବିସି ଉପରେ ଆୟକର ଚଢଉ

ଆଜି ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ବିବିସି ଭାରତୀୟ କାର୍ୟାଳୟ ଉପରେ ଆୟକର ସର୍ବେକ୍ଷଣ ପାଇଁ ସମ୍ପୃକ୍ତ ସଂସ୍ଥା ଚଢାଉ କରିଛି । ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଏହା ଏକ ସାଧାରଣ ବ୍ୟବସ୍ଥା ପାଲଟିଛି । ଯେଉଁ ସଂସ୍ଥା ତାଙ୍କ ସରକାର ବିରୋଧରେ ଖବର ପ୍ରସାରଣ କରୁଛି, ସେ ସଂସ୍ଥା ଉପରେ ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥା ତୁରନ୍ତ ଚଢଉ କରୁଛନ୍ତି । କିଛି ଦିନ ତଳେ ବିବିସିର ଲଣ୍ଡନ ଚାନେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦୁଇ ଭାଗରେ ଏକ ବୃତ୍ତଚିତ୍ରର ପ୍ରସାରଣ କରିଥିଲେ । ଭାରତ ସରକାର ତୁରନ୍ତ ଏହି ବୃତ୍ତଚିତ୍ରକୁ ଭାରତରେ ନିଷିଦ୍ଧ କରିଥିଲେ । ବିବିସି ଭାରତ ବିରୋଧରେ ଏବଂ କଂଗ୍ରେସ ଏଜେଣ୍ଡାରେ କାମ କରୁଛି ବୋଌ କହି ଆୟକର ବିଭାଗର ଏହି ଚଢଉ ଯୁକ୍ତିଯୁକ୍ତ ବୋଲି ବିଜେପି କହିଛି । ଗଣମାଧ୍ୟମ ଉପରେ ଏ ପ୍ରକାର ଉଦ୍ଦେଶ୍ୟମୂଳକ ଚଢଉ ଅଗଣତାନ୍ତ୍ରିକ ଏବଂ ଏହା ମୋଦୀ ସରକାରର ଅସହିଷ୍ଣୁ ଚରିତ୍ରକୁ ପୁଣି ଥରେ ପଦାରେ ପକାଇ ଦେଇଛି ବୋଲି ବିରୋଧୀ ଦଳ ଗୁଡିକ କହିଛନ୍ତି ।