ସିଲିଣ୍ଡର ଦର ଆଉ ପଚାଶ ଟଙ୍କା ଅଧିକ : ଆମେ ଖୁସି ତ !!!

ସିଲିଣ୍ଡର ଦର ଆଉ ପଚାଶ ଟଙ୍କା ଅଧିକ : ଆମେ ଖୁସି ତ !!!

ଗୋଟେ ସମୟ ଥିଲା, ଯଦି ପେଟ୍ରୋଲ ଦର ଟଙ୍କାଏ ବଢୁଥିଲା ଲୋକେ ଆସି ରାସ୍ତାରେ ପ୍ରତିବାଦ କରୁଥିଲେ । ଦରବୃଦ୍ଧି ସରକାରୀ ବିଫଳତା ବୋଲି କହି ବିରୋଧୀ ଦଳ ରାସ୍ତାଘାଟରେ ଆନ୍ଦୋଳନ କରୁଥିଲେ । ଏବେ ପେଟ୍ରୋଲ ଦର ୧୦୦ + ଟଙ୍କାରେ କିଣିବା ଆମର ଭାଗ୍ୟ ବୋଲି ଆମେ ଧରି ନେଇଛୁ । ମୋଦୀ ସରକାରର   ୯ ବର୍ଷ ଶାସନରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ଦୁଇଗୁଣ ବଢିଛି । ହେଲେ ଏହା ସରକାରର ବିଫଳତା ବୋଲି କେହି କହିନାହାନ୍ତି କି ଏକଦା ବିଜେପି ନେତାମାନେ ଯେମିତି ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ଆନ୍ଦୋଳନ କରୁଥିଲେ, ସେମିତି ଘଟୁନାଇଁ । ଗୋଟେ ସମୟରେ ପେଟ୍ରୋଲ କି ଗ୍ୟାସ ଦର ବଢିଲେ ବଲିଉଡ ଅଭିନେତାମାନେ ବି ଆମକୁ ଦରବୃଦ୍ଧି ବାଧୁଛି  ବୋଲି ଛାତି ପିତୁଥିଲେ, ଏବେ ସବୁ ବଢିଆ ଚାଲିଛି । ଅଲ ଇଜ ୱେଲ ।  

ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଆଜିଠୁ ଆଉ ପଚାଶ ଟଙ୍କା ବଢିଛି । ଏବେ ଗୋଟେ ସିଲିଣ୍ଡର କିଣିବାକୁ ଆମକୁ ୧୧୦୦+ ଟଙ୍କା ଦେବାକୁ ପଡିବ । ଦରବୃଦ୍ଧି ମୋଦୀ ସରକାରର ସଫଳତାର ପ୍ରତୀକ ପାଲଟି ଯାଇଛି । ସ୍ଵାଧୀନ ଭାରତରେ ଲୋକଙ୍କ ବିରୋଧୀ ପଦକ୍ଷେପ ନେଇ ସବୁଠୁ ଲୋକପ୍ରିୟ ହେବାର ବିରଳ କଳା ଟି ସବୁ ରାଜନୈତିକ ଦଳ ନରେନ୍ଦ୍ର ମୋଦୀଙ୍କ ପାଖରୁ ଶିଖିବାକୁ ବାଧ୍ୟ ହେବେ । 

ସେ ଯାହା ବି ହେଉ । ରନ୍ଧନ ଗ୍ୟାସ ଦର ପୁଣି ବଢିଲା । ଆମେ ଖୁସି, ଆପଣ ମାନେ ଖୁସି ତ !!