ଆଦାନୀ – ହିଣ୍ଡେନବର୍ଗ ମାମଲା : ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ

ଆଦାନୀ – ହିଣ୍ଡେନବର୍ଗ ମାମଲା : ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ

ଆଜି ସୁପ୍ରିମକୋର୍ଟ ଆଦାନୀ – ହିଣ୍ଡେନବର୍ଗ ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ ଆସନ୍ତା ୨ ମାସ ଭିତରେ ରିପୋର୍ଟ ଦେବାକୁ “ସେବି” କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ତଦନ୍ତ କଲାବେଳେ “ସେବି” ଆଦାନୀ ସମୂହ ଉପରେ ଉଠିଥିବା ବିଭିନ୍ନ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହିଣ୍ଡେନବର୍ଗ  ରିପୋର୍ଟ ଅନୁଯାୟୀ ଆଦାନୀ ୧. ସିକ୍ୟୁରିଟି କଣ୍ଟାକ୍ଟ ନିୟମ ୧୯୫୭ର ୧୯ –କ ଧାରାର ଉଲ୍ଲଂଘନ କରିଛନ୍ତି ନା ନାଇଁ, ୨. ପୁଞ୍ଜି ବିନିଯୋଗ ଏବଂ ବିନିମୟରେ ସ୍ଵଚ୍ଛତା  ରହିଛି ନା ନାଇଁ ଏବଂ ୩. ସେୟାରର ବଜାର ମୂଲ୍ୟରେ ଜାଲିଆତି ହୋଇଛି କି ନା – ଏହି ତିନୋଟି ଦିଗ ଉପରେ “ସେବି” ଅନୁସନ୍ଧାନ କରି ୨ ମାସରେ ରିପୋର୍ଟ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି

ସେୟାର ହୋଲ୍ଡରଙ୍କ ସ୍ଵାର୍ଥ ରକ୍ଷା ଏବଂ ବଜାରକୁ ଅଧିକ ସ୍ଵଚ୍ଛ କରିବାକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସାପ୍ରେଙ୍କ ଅଧ୍ୟକ୍ଷତାରେ  ଏକ କମିଟି ଗଠିତ ହୋଇଛି । ଏଥିରେ ନନ୍ଦନ ନିଲେକ୍କେନୀ, ଓପି ଭଟ୍ଟ, ଜଷ୍ଟିସ ଜେପି ଦେବଧର, କେଭି କାମାଥ ଓ ସୋମଶେଖର ସୁନ୍ଦରେଶନ ସଦସ୍ୟ ରହିଛନ୍ତି । ଦୁଇମାସ ଭିତରେ ଏହି କମିଟି ଗୋପନୀୟ ଭାବରେ ନିଜ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ । ତେବେ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ଏବଂ “ସେବି”ର ତଦନ୍ତ ସମାନ୍ତରାଳରେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ।