ହେଟ୍ ସ୍ପିଚ୍: ଅସଲ ସର୍ଦ୍ଦାର କିଏ

ହେଟ୍ ସ୍ପିଚ୍: ଅସଲ ସର୍ଦ୍ଦାର କିଏ

 ଦୁଇଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ଘୃଣା ଓ ସାମାଜିକ ବିଭାଜନ ସୃଷ୍ଟି କରୁଥିବା ବକ୍ତବ୍ୟ ବା ହେଟ୍ ସ୍ପିଚ୍ କୁ ରୋକିବାରେ ରାଜ୍ୟ ସରକାର ଗୁଡିକ ବିଫଳ ବୋଲି କହି ସେମାନଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ କହିଥିଲେ ଯେ ରାଜ୍ୟ ଗୁଡ଼ିକ ଏ କ୍ଷେତ୍ରରେ ନପୁଂସକ ଓ ଦୁର୍ବଳ ଭଳି ଆଚରଣ ଦେଖାଉଛନ୍ତି । ଦେଶରେ ବଢ଼ି ଚାଲୁଥିବା ଘୃଣା ଓ ଅସହିଷ୍ଣୁତା ବିଷୟରେ ସୁପ୍ରିମକୋର୍ଟ ଯାହା କହିଛନ୍ତି ତାର ପ୍ରମାଣ ଖୋଜିବାକୁ ବିଶେଷ କିଛି ପରିଶ୍ରମ କରିବାକୁ ପଡିବ ନାହିଁ । ଯେ କୌଣସି ରାଜନୈତିକ ରାଲି ବା ଶୋଭାଯାତ୍ରାରେ ଏହାର ସ୍ପଷ୍ଟ ପ୍ରମାଣ ମିଳିଯିବ । ଗତ କିଛି ବର୍ଷ ହେଲାଣି ଦେଶର କେତୋଟି ପର୍ବ ପର୍ବାଣୀ କୁ ହିଂସା ଓ ଘୃଣାର ପର୍ବ ଭାବରେ ପାଳନ କରାଯାଉଛି । ଏହା କିଏ କରୁଛି ଓ କାହିଁକି କରୁଛି ସେ କଥା ସୁପ୍ରିମକୋର୍ଟ ଭଲ ଭାବରେ ଜାଣନ୍ତି ।

ଘୃଣାର ନୂଆ ଠିକଣା ଭାବରେ ଆଜିର ରାଜନୀତିକୁ ଦେଖିବା ବେଳେ ସୁପ୍ରିମକୋର୍ଟ ଆଉ କେତୋଟି ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଓ ସେମାନଙ୍କର କାର୍ୟକଳାପକୁ ଦେଖିବା ଦରକାର –

  • ଆଜିର ତାରିଖରେ ହେଟ୍ ସ୍ପିଚ୍ ର ସବୁଠୁ ବଡ ପ୍ରଚାରକ ହେଉଛି ଭାରତର ଟେଲିଭିଜନ ଖବର ଭାରତର ପ୍ରାୟ ପ୍ରତ୍ୟେକ ଟେଲିଭିଜନରେ ବିତର୍କ ନାମରେ ସବୁଠୁ ଅଧିକ ହେଟ୍ ସ୍ପିଚ୍ ପରିବେଷଣ କରାଯାଉଛି ଆଜିର ଟିଭି ଖବର କେବଳ ହେଟ୍ ସ୍ପିଚ୍ ଆଧାରରେ ବଞ୍ଚିଛି
  • ମାନ୍ୟବର ସୁପ୍ରିମ କୋର୍ଟ ଏ ସମ୍ପର୍କରେ ଭଲ ଭାବରେ ଅବଗତ ଅଛନ୍ତି ଏ ସମ୍ପର୍କିତ କେତୋଟି ମାମଲା ସୁପ୍ରିମକୋର୍ଟରେ କେଉଁ କାଳରୁ ବିଚାରାଧୀନ ରହିଛି ଏଭଳି ସଂବେଦନଶୀଳ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚୁପ ରହିବା ହେଟ୍ ସ୍ପିଚ୍ ପାଇଁ ଏକ ବିଶାଳ ସୁଯୋଗ ସୃଷ୍ଟି କରିଛି
  • ଗତ କିଛି ବର୍ଷ ହେଲାଣି ରାମାନବମୀରେ ଶୋଭାଯାତ୍ରା ବାହାର କରିବାକୁ ଯାଇ ସଂଖ୍ୟାଲଘୁ ବର୍ଗଙ୍କୁ ଗାଳି କରାଯାଉଛି ପୁଲିସର ବାରଣ ସତ୍ତ୍ୱେ ନିଜକୁ ସଂଖ୍ୟାଗରିଷ୍ଠ ଧର୍ମର ଠିକାଦାର ବୋଲାଉଥିବା ଏକ ରାଜନୈତିକ ସଂଗଠନ ଏ ଭଳିଆ ଉତ୍ତେଜନା ସୃଷ୍ଟି କରିବାର ଏକ ଯୋଜନା ସବୁବେଳେ କାର୍ୟକାରୀ କରିଆସୁଛି । ଦଙ୍ଗା ଓ ହିଂସାକୁ ପ୍ରତ୍ୟକ୍ଷ ବଳ ଦେଉଥିବା ଏହି ସଂଗଠନ ଏବେପରୋକ୍ଷ ଭାବରେ ସରକାର ଚଲାଉଛି ଯିଏ ଦଙ୍ଗାର ସବୁଠୁ ବଡ ଆୟୋଜକ, ସିଏ ସରକାରରେ ରହିଲେ ଦଙ୍ଗା ନିୟନ୍ତ୍ରଣ କରିବ କିଏ ?
  • ଦିଲ୍ଲୀ ନିର୍ବାଚନରେ ସରକାରୀ ଦଳର ବରିଷ୍ଠ ମନ୍ତ୍ରୀ ମାନେ ହେଟ୍ ସ୍ପିଚ୍ ଜରିଆରେ ହିଂସା ଓ ଦଙ୍ଗାର ବାତାବରଣ ସୃଷ୍ଟି କରିଥିବା ସତ୍ତ୍ୱେ ସେମାନଙ୍କ ପ୍ରତି ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ ଉଦାର ମତ ରଖିଥିଲେ ଏହା ଏକପ୍ରକାର ହେଟ୍ ସ୍ପିଚ୍ ସପକ୍ଷରେ ଆଇନଗତ ସମର୍ଥନ ଇ ଥିଲା
  • “ଗୋଲି ମାରୋ...” ବୋଲି କେନ୍ଦ୍ର ସରକାରର ମନ୍ତ୍ରୀମାନଙ୍କ ବକ୍ତବ୍ୟ ଉପରେ ହେଟ୍ ସ୍ପିଚ୍ ବିରୋଧୀ ଆଇନ କେବେ ଲାଗୁ ହେବ ?
  • ଯିଏ ହେଟ୍ ସ୍ପିଚ୍ ର ଅସଲ ସର୍ଦ୍ଦାର, ତାଙ୍କ ହାତରେ ସରକାର ସେଥିରେ ଏହା ନିୟନ୍ତ୍ରିତ ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଲେ ଏହାକୁ ଶୁଣୁଛି କିଏ ?