କିଏ ବଡ, ବାହୁବଳି ନେତା ନା ଅଲିମ୍ପିକ ବିଜେତା ଖେଳାଳୀ ?

କିଏ ବଡ, ବାହୁବଳି ନେତା ନା ଅଲିମ୍ପିକ ବିଜେତା ଖେଳାଳୀ ?

ଦିଲ୍ଲୀରେ ଭାରତୀୟ କୁସ୍ତି ସଂଘର ସଭାପତି ତଥା ବାହୁବଳି ନେତା ବ୍ରିଜଭୂଷଣ ଶରଣ ସିଂଙ୍କର ଯୌନ ଶୋଷଣ ବିରୋଧରେ ଦେଶର ପ୍ରମୁଖ କ୍ରୀଡାବିତ୍ ଆନ୍ଦୋଳନ କରୁଥିବା ସମୟରେ ସେମାନଙ୍କ ଉପରେ ଦିଲ୍ଲୀ ପୁଲିସ ନିର୍ଯାତନା ଦେବା ଆରମ୍ଭ କରିଛି । ଗତ କିଛି ବର୍ଷ ହେଲା ଦିଲ୍ଲୀ ପୁଲିସ ସବୁ ସରକାର ବିରୋଧୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଅନାବଶ୍ୟକ ବଳ ପ୍ରୟୋଗ କରିବା ସହିତ ଆନ୍ଦୋଳନକୁ ଦମନ କରିବାକୁ ସରକାରୀ ଗୁଣ୍ଡାର ଭୂମିକା ନିର୍ବାହ କରି ଆସୁଛନ୍ତି । ଏହା ପୂର୍ବରୁ କୃଷକ ଆନ୍ଦୋଳନ, ଜେଏନୟୁ ଛାତ୍ର ଆନ୍ଦୋଳନ ଏବଂ ନାଗରିକ ସଂଶୋଧନ ବିଲ୍ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀଙ୍କ ପ୍ରତି ଅମାନବୀୟ ଆଚରଣ ଦେଖାଇ ଆସିଛନ୍ତି । ତେବେ ଅଲିମ୍ପିକ ପଦକ ବିଜେତା ଏବଂ ଏ ଦେଶର ଗୌରବ ବଢାଇବାରେ ସର୍ବାଗ୍ରେ ରହିଥିବା କ୍ରୀଡାବିତ୍ ମାନଙ୍କୁ ଯେ ପୁଲିସ୍ ଏ ପ୍ରକାର ଆଚରଣ କରିବ, ଏହା ବିଶ୍ବାସ କରି ହେଉନାହିଁ । ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ, ଏସିଆଡ୍ ପଦକ ବିଜେତା ବିନେଶ ଫୋଗାଟଙ୍କ ଭଳି ଖେଳାଳୀ ଏହି ଆଂଦୋଳନର ନେତୃତ୍ଵ ନେଉଥିବା ବେଳେ ସେମାନଙ୍କୁ ଆନ୍ଦୋଳନରୁ ହଟାଇବାକୁ ସେମାନଙ୍କ ବିରୋଧରେ ହିଂସାର ବ୍ୟବହାର କରାଯାଉଛି

 

ଏହି ଖେଳାଳୀମାନଙ୍କୁ ଏକଦା ନିଜର ପରିବାର ଲୋକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ବିନେଶ ଫୋଗାଟ ନିଜ ଝିଅ ବୋଲି କହିଥିବା ପ୍ରଧାନମନ୍ତ୍ରୀଙ୍କ ପୁଲିସ ଲଗାଇ ଆଜି ଏ ଦେଶର ସବୁଠୁ ଗୌରବବାନ ଝିଅକୁ ଅପମାନିତ କରୁଛନ୍ତି ଜଣେ ବାହୁବଳି ଓ ଯୌନ ଅପରାଧୀକୁ ବିଜେପି ଦଳ ସିଧା ସିଧା ସମର୍ଥନ ଦେଉଛି । ବ୍ରିଜେଶ ଶରଣ ସିଂ ଗଣମାଧ୍ୟମ ଆଗରେ ନିଜେ ଜଣେ ହତ୍ୟାକାରୀ ବୋଲି ସ୍ଵୀକାର କରିଛନ୍ତି ତଥାପି ଏଭଳି ଚରିତ୍ରର ଜଣେ ବ୍ୟକ୍ତିଙ୍କୁ ଦେଶର ପୂରା ବ୍ୟବସ୍ଥା ସମର୍ଥନ କରୁଛି ।

ଆଜି ମଧ୍ୟ ଫୋଗଟ ପରିବାର ବିଜେପିର ସମର୍ଥକ ବବିତା ଫୋଗଟ ହରିୟାନା ବିଜେପିର ଜଣେ ବରିଷ୍ଠ ନେତ୍ରୀ ତଥାପି ଏମାନେ ନିଜ ନ୍ୟାଯ୍ୟ ଦାବୀ ରଖିବାକୁ ସମର୍ଥ ହେଉନାହାନ୍ତି । କେନ୍ଦ୍ର ସରକାର, କ୍ରୀଡାମନ୍ତ୍ରଣାଳୟ, ବିଜେପି ଆଇଟି ସେଲ ଏବଂ ଦିଲ୍ଲୀ ପୁଲିସ ଏବେ ସମ୍ମିଳିତ ଭାବରେ ଖେଳାଳୀଙ୍କୁ ଅପମାନିତ କରିବା ଆରମ୍ଭ କରିଛନ୍ତିସେମାନଙ୍କୁ ଆନ୍ଦୋଳନ ସ୍ଥଳରୂ ହଟାଇବା ଲାଗି ଯାବତୀୟ ଉଦ୍ୟମ କରାଯାଉଛି

 

ଗତ କିଛି ବର୍ଷରେ ସମସ୍ତଙ୍କ ପ୍ରତିବାଦୀ ସ୍ଵରକୁ ଚାପି ଦେବା ଲାଗି ଅମିତ ଶାହାଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ ଏ ପ୍ରକାର କାମ କରିଆସୁଛି ସରକାର ବିରୋଧୀ ସବୁ ଆନ୍ଦୋଳନକୁ ବଳ ପୂର୍ବକ ଚପାଇ ଦେବାଲାଗି ମନ ଇଚ୍ଛା ଆଇନର ଦୁରୁପଯୋଗ କରା ହେଉଛି ।

ଭାରତୀୟ କୁସ୍ତି ଖେଳାଳୀଙ୍କର ଏହି ଆନ୍ଦୋଳନରୁ ଗୋଟେ କଥା ସ୍ପଷ୍ଟ ହୋଇ ଯାଇଛି ଯେ, ବିଜେପି କେବେଳେ ହେଲେ ଦେଶର ଗୌରବ ପାଇଁ କାମ କରିନାହିଁ । ଦେଶର ନାମଜାଦା ଖେଳାଳୀଙ୍କ ତୁଳନାରେ ଜଣେ ଅପରାଧୀ ଓ ବାହୁବଳି ବିଜେପି ପାଇଁ ବେଶୀ ଆବଶ୍ୟକ ବାହୁବଳି ବ୍ରିଜେଶ ଶରଣ ସିଂଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେପି ଯାହା କରୁଛି, ତାହା ବୋଧେହୁଏ ଆମ ସମୟର ରାଜନୀତିରେ ସବୁଠୁ ବଡ କଳଙ୍କ ହୋଇ ରହିବ ।