ଅଲିମ୍ପିୟାନ ଖେଳାଳୀଙ୍କୁ ମୋଦୀ ସରକାରର ଶୋଷଣ

ଅଲିମ୍ପିୟାନ ଖେଳାଳୀଙ୍କୁ ମୋଦୀ ସରକାରର ଶୋଷଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଅନେକ ସମୟରେ ଛାତି ବାଡ଼େଇ ଘୋଷଣା କରିଛନ୍ତି ଯେ, ତାଙ୍କ ସରକାର ଆସିବା ପରେ ଦେଶର କ୍ରୀଡା ସଙ୍ଗଠନ ଗୁଡିକ ରାଜନୀତି ମୁକ୍ତ ହୋଇଛନ୍ତି । ଏହି ସବୁ କୁଆଡେ ବିଭିନ୍ନ ରାଜନୈତିକ ପରିବାର କବଳରେ ଥିଲା ଓ ତାକୁ ମୋଦୀ-ଶାହା ଖେଳାଳୀଙ୍କ ହାତକୁ ଏବେ ଦେଇଛନ୍ତି !! ଅବଶ୍ୟ ସେମାନଙ୍କ କଥା ସହିତ ବାସ୍ତବତାର ବିଶେଷ କିଛି ସମ୍ପର୍କ ନାଇଁ । ଦେଶର ସବୁଠୁ ବଡ ଓ ଧନୀ କ୍ରୀଡା ସଂଗଠନ ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଅଫ ଇଣ୍ଡିଆ ବା ବିସିସିଆଇର ସମ୍ପାଦକ ପଦବୀରେ ଏବେ ଖୋଦ ଅମିତ ଶାହାଙ୍କ ପୁଅ ସମ୍ପାଦକ ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ କୋଷାଧ୍ୟକ୍ଷ ହୋଇ ବସିଛନ୍ତି ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କର ଏକମାତ୍ର ପରିଚୟ ତାଙ୍କ ବାପାଙ୍କୁ ନେଇ ନା ସେ କ୍ରୀଡାବିତ, ନା କ୍ରୀଡା ସଂଗଠକ । ନିଜ ପୁଅକୁ ବିସିସିଆଇର ମୁଖ୍ୟ କାର୍ୟ ନିର୍ବାହୀ କରିବାରେ ଅମିତ ଶାହାଙ୍କର ପ୍ରଭାବ ବିଭିନ୍ନ ସ୍ତରରେ କାମ କରିଛି

ଏବେ ଦେଶର ପ୍ରମୁଖ କୁସ୍ତି ଖେଳାଳୀ ନୂଆଦିଲ୍ଲୀର ରାଜରାସ୍ତାରେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ।  ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂହ ମହିଳା ଖେଳାଳୀଙ୍କର ଯୌନ ଶୋଷଣ କରୁଥିବାର ଅଭିଯୋଗ ଗତ କେଇମାସ ହେଲା ଚର୍ଚ୍ଚାରେ ରହିଛି ଦେଶ ପାଇଁ ଅଲିମ୍ପିକ୍ସ ମେଡାଲ ଜିତି ଗୌରବ ଅର୍ଜନ କରିଥିବା ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଁ ଏବଂ ରାଜ୍ୟଗୋଷ୍ଠୀ ଚମ୍ପିୟାନ ବିନେଶ ଫୋଗଟଙ୍କ ସମେତ ବହୁ କ୍ରୀଡାବିତ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କୁସ୍ତି  ମହାସଂଘର ଅଧ୍ୟକ୍ଷ ମହିଳା ଖେଳାଳୀଙ୍କୁ ଯୌନ ଶୋଷଣ କରୁଥିବା ଏବଂ ମାନସିକ ନିର୍ଯାତନା ଦେଉଥିବାର ସାଂଘାତିକ ଅଭିଯୋଗ ରହିଥିବା ସତ୍ତ୍ୱେ ବିଜେପି ସରକାର ନିଜ ସାଂସଦଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି

ପ୍ରାୟ ୬ ମାସ ହେଲାଣି ଏହି ବିବାଦ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଓ ତାଙ୍କର କ୍ରୀଡା ମନ୍ତ୍ରୀ ଧୃତରାଷ୍ଟ୍ର ହୋଇ କିଛି ନ ଜାଣିଲା ପରି ବସି ରହିଛନ୍ତି ତିନିମାସ ତଳେ  କ୍ରୀଡାମନ୍ତ୍ରୀ ଏହି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ହୋଇନାହିଁ

ଦେଶର ଅଲମ୍ପିକ୍ସ ପଦକ ବିଜେତା ଖେଳାଳୀଙ୍କ ପ୍ରତି ମୋଦୀ ସରକାରର ଉଦାସୀନତା ଅକ୍ଷମଣୀୟ ଯେତେବେଳେ ନିଜ ଚମମକାଇବା ପାଇଁ ଫଟୋ ଶୁଟର ଆବଶ୍ୟକତା ପଡୁଛି, ସେତେବେଳେ  ପ୍ରଧାନମନ୍ତ୍ରୀ ଖେଳାଳୀଙ୍କୁ ପାଖକୁ ଡାକି ବଢିଆ ସେଲ୍ଫି ଉଠାଉଛନ୍ତି ହେଲେ ତାଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ମୋଦୀଙ୍କ ପାଖରେ ବେଳ ନାଇଁ  ଦେଶର ଅଲିମ୍ପିକ୍ସ ପଦକ ବିଜେତାଙ୍କ କଥା ଯଦି ଏ ସରକାର ଶୁଣୁନି, ତାହେଲେ ଏମାନେ ଆଉ କାହା କଥା ଶୁଣିବେ ? ଇତି ମଧ୍ୟରେ ସୁପ୍ରିମ କୋର୍ଟ ଏହି ମାମଲାରେ ଦିଲ୍ଲୀ ପୁଲିସକୁ ନୋଟିସ କରିଛନ୍ତି । ତା ସତ୍ତ୍ୱେ ମୋଦୀ ସରକାରର ଉଦାସୀନତା ଯାଇନାହିଁ ।   

ଦେଶର ସବୁଠୁ ସମ୍ମାନଜନକଆନ୍ତର୍ଜାତୀୟ ପୁରସ୍କାର ପାଇଥିବା ଅଲିମ୍ପିକ୍ସ ବିଜେତାମାନେ ଆଜି ନିଜେ ଅସୁରକ୍ଷିତ “ବେଟି ପଢାଓ-ବେଟି ବଚାଓ” ସ୍ଲୋଗାନ ଦେଇଥିବା ଗୋଟେ ଦଳ ଆଜି ନିଜେ ମହିଳାଙ୍କୁ  ସୁରକ୍ଷା ଦେବାରେ ବିଫଳ ହୋଇଛି