ଜି-୨୦ ଓ ବିଇଙ୍ଗ୍ ଭାରତୀୟ

ଜି-୨୦ ଓ ବିଇଙ୍ଗ୍ ଭାରତୀୟ

        G- 20 or Group-20 ଯାହା ଏବେ G -21 ହୋଇଯିବ, ଏଇଥି ପାଇଁ ନୁହେଁ ଯେ, ଏଥର ଶିଖର ବାର୍ତ୍ତାର ଆୟୋଜକ ଭାରତ ଥିଲା। ଏଇଥି ପାଇଁ ଯେ, ଏହି "G" ବା "Group"ର ଆଗରୁ ହିଁ ନିଜର ପରିସର ବଡ କରି ଏଥିରେ ନୂଆ ଦେଶ ବା ମେମ୍ବର ସାମିଲ କରିବାର ଇତିହାସ ରହିଛି। ହଁ ଆଜ୍ଞା "ଇତିହାସ" ନଥାଇ କ'ଣ ବର୍ତ୍ତମାନ ସମ୍ଭବ?

       ୧୯୭୩- ୭୪ ମସିହାରେ ବିଶ୍ବରେ ଭୟଙ୍କର ତୈଳ ସଙ୍କଟ ଦେଖା ଯାଇଥିଲା, ଯାହାକୁ 1973 Oil Crisis ବା First Oil Shock (ଫାଷ୍ଟ ଅଏଲ୍ ସକ୍) କୁହନ୍ତି। (ଟିକେ ଧୈର୍ଯ୍ୟ ଧରି ପଢନ୍ତୁ, ୨୦୨୩ ପୂର୍ବରୁ ୧୯୭୩ ପଡେ କ୍ୟାଲେଣ୍ଡରରେ; ମୋ କଥା ବିଶ୍ୱାସ ନହେଲେ ପଚାଶ- ଷାଠିଏ ଦଶକରେ ଜନ୍ମ ନେଇଥିବା ମଣିଷ ମାନଙ୍କୁ ପଚାରିବେ।) ଅକ୍ଟୋବର, ୧୯୭୩ରେ ଅର୍ଗାନାଇଜେସନ୍ ଅଫ୍ ଆରବ ପେଟ୍ରୋଲିୟମ ଏକ୍ସପୋର୍ଟି° କଣ୍ଟ୍ରିଜ୍ (OAPEC) ସାଉଦି ଆରବ କିଙ୍ଗ୍ ଫୈଜଲ୍ ଙ୍କ ନେତୃତ୍ବରେ 'ୟୋମ୍ କିପ୍ପୁ ଓ୍ବାର' (୧୯୭୩ର ଆରବ (ଇଜିପ୍ଟ ଓ ସିରିଆ) - ଇସ୍ରାଏଲ୍ ଯୁଦ୍ଧ [ଯେଉଁ ସିରିଆ- ଇସ୍ରାଏଲ୍ ବିବାଦ ବିଷୟରେ ଏବେ ବି ଆମେ ଦେଖୁ]) ସମୟରେ ଯେଉଁ ଦେଶ ଗୁଡିକ ଇସ୍ରାଏଲ୍ କୁ ସପୋର୍ଟ କରିଥିଲେ ସେଇ ଦେଶ ଗୁଡିକୁ ତୈଳ ବା oil ରପ୍ତାନୀ ଉପରେ ନିଷିଦ୍ଧ (ban) ଜାରୀ କରିଥିଲେ, ଯାହାକୁ oil embargo କୁହାଯାଏ। ଯଦିଓ ପ୍ରଥମ ପର୍ଯ୍ୟାୟରେ ଏହି ନିଷେଧ କାନାଡା, ଜାପାନ, ନେଦରଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁନାଇଟେଡ୍ କିଙ୍ଗଡମ୍ ପାଇଁ ଥିଲା ପରେ ଏହା ଦକ୍ଷିଣ ଆଫ୍ରିକା, ପର୍ତ୍ତୁଗାଲ୍ ଓ ରୋଡେସିଆ ଉପରେ ମଧ୍ୟ ଲାଗୁ ହେଲା। ଏହି oil embargo କାରଣରୁ ମାର୍ଚ୍ଚ, ୧୯୭୪ ସୁଦ୍ଧା ବିଶ୍ବରେ ତୈଳ ଦର ୩୦୦% ବୃଦ୍ଧି ପାଇଥିଲା।

        ୧୯୭୩ରେ ଏହି ତୈଳ ଏବଂ ଆର୍ଥିକ ସଙ୍କଟକୁ ମୁକାବିଲା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର secretary of treasures, ଜର୍ମାନ, ଫ୍ରାନ୍ସ ଏବଂ ୟୁନାଇଟେଡ୍ କିଙ୍ଗଡମ୍ ର ଅର୍ଥ ମନ୍ତ୍ରୀଙ୍କ ସହ ମିଶି ଆଲୋଚନା କରି ଗୋଟିଏ ଗ୍ରୁପ୍ ବନାଇଥିରେ, ଯାହାକୁ Group Four (G-4) country କୁହାଗଲା। ୧୯୭୪ ବେଳକୁ ଏଥିରେ ଜାପାନ ମିଶିବା ସହ ଏହା Group Five (G-5) ଏବଂ ୧୯୭୫ ବେଳକୁ ଏଥିରେ ଇଟାଲୀ ମିଶିବା ସହ ଏହା G-6 ହେଲା ଏବଂ କାନାଡା ଯୋଡି ହେବା ପରେ ଏହା G-7 ହେଲା। G-7 ରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, କାନାଡା ଏବଂ ଆଡିସନାଲ୍ ମେମ୍ବର ହିସାବରେ ୟୁରୋପିଆନ୍ ୟୁନିଅନ୍ ରହି ଆସିଛନ୍ତି। ପୂର୍ବରୁ ଏହା ମେମ୍ବର ଦେଶ ଗୁଡ଼ିକର ଅର୍ଥ ମନ୍ତ୍ରୀ ତଥା ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣିର୍ ମାନଙ୍କର ବୈଠକରେ ସୀମିତ ଥିଲା। ଏହି ଗ୍ରୁପର ମୂଳରୁ ହିଁ ଉଦ୍ଦେଶ୍ୟ ଅର୍ଥନୈତିକ ଏବଂ ବ୍ୟାପାରକୁ ନେଇ ଆଲୋଚନା ରହି ଆସିଛି। ପୂର୍ବତନ ଅର୍ଥ ମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ବୟାନ୍ ଅନୁସାରେ ୧୯୯୯ ମସିହାରେ G -7ର ବୈଠକ ସମୟରେ ଏହାର ପରିସରକୁ ଆହୁରି ବ୍ୟାପକ କରାଯିବା ଉଦ୍ଦେଶ୍ୟରେ ବିଶ୍ବର ଅନ୍ୟ ଦେଶକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ପ୍ରସ୍ତାବ ରଖାଗଲା। ଏହି ସମୟରେ ଭାରତ ଏହି ଗ୍ରୁପ୍ ବା G-20ର ମେମ୍ବର ରାଷ୍ଟ୍ର ହୋଇଥିଲା। ଯଦିଓ ବର୍ଷ ୨୦୦୧ରେ ଏହାର ସମ୍ମିଳନୀର ଆୟୋଜନ ଭାରତରେ ହେବାର ଥିଲା କିନ୍ତୁ ୧୧ ସେପ୍ଟେମ୍ବର ୨୦୦୧ରେ Twin Tower Attack କାରଣରୁ ଏହି ସମ୍ମିଳନୀର ଭାରତରେ ଆୟୋଜନକୁ ସ୍ଥଗିତ କରାଯାଇଥିଲା।

        ପ୍ରଥମ ଥର ପାଇଁ ଭାରତରେ ୨୨ -୨୩ ନଭେମ୍ବର, ୨୦୦୨ରେ G-20 ରାଷ୍ଟ୍ର ଗୁଡ଼ିକର ଅର୍ଥ ମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ଣ୍ଣିର୍ ମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହୋଇଥିଲା। ସେହି ସମୟରେ ଯଶବନ୍ତ ସି° ଆମ ଦେଶର ଅର୍ଥ ମନ୍ତ୍ରୀ ଥିଲେ। ଏହା ପରେ ସର୍ବ ସମ୍ମତିକ୍ରମେ ଏହି ସମ୍ମିଳନୀ ଏବଂ ଗ୍ରୁପର କାର୍ଯ୍ୟ ପ୍ରଣାଳୀ ଏବଂ ପରିସରକୁ ଆହୁରି ବ୍ୟାପକ କରିବା ପାଇଁ ଏଥିରେ ଆଗାମୀ ଦିନରେ ରାଷ୍ଟ୍ରମୂଖ୍ୟ ଏବଂ ରାଷ୍ଟ୍ରାଧକ୍ଷ ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖାଗଲା। ୨୦୦୨ ପରେ ହିଁ G-20 meeting G-20 Summits ର ରୂପ ନେଲା। G-20 ମୁଖ୍ୟତଃ ଆର୍ଥିକ ବ୍ୟାପାର, ଫାଇନାନ୍ସିଆଲ୍ ଷ୍ଟାବିଲିଟି ଏବଂ ଏବେ climate change ତଥା sustainable development ଉପରେ କାର୍ଯ୍ୟ କରେ। ଏହାର ସମ୍ମିଳନୀ ବା summit ପ୍ରତିବର୍ଷ ରୋଟେସନ୍ କରି ପ୍ରତି ମେମ୍ବର ଦେଶରେ ଆୟୋଜିତ ହେବା ସହ ସେହିବର୍ଷ ପାଇଁ ଉକ୍ତ ଦେଶର ରାଷ୍ଟ୍ରମୂଖ୍ୟ ବା ରାଷ୍ଟ୍ରାଧକ୍ଷ G-20ର ଅଧକ୍ଷ ବା president ହୋଇଥାନ୍ତି। ଯଦିଓ ୨୦୭-୧୮ ମସିହାରେ ଭାରତ ଏହାର ଆୟୋଜନ ପାଇଁ ଚେଷ୍ଟା କରିଥିଲା କିନ୍ତୁ ସେହି ବର୍ଷ ବାରି ଥିବା ଆର୍ଜେଣ୍ଟିନା ଏହି ଆୟୋଜନକୁ ଛାଡିବା ପାଇଁ ନାରାଜ ହେବାରୁ, ଆମ ଦେଶର ପାଳି ପର୍ଯ୍ୟାୟକ୍ରମେ ୨୦୨୩ରେ (ଦ୍ବିତୀୟ ବାର) ପଡିଥିଲା। ଯାହାକି ସେପ୍ଟେମ୍ବର ୯ - ୧୦, ୨୦୨୩ରେ Bharat Mandapam International Exhibition-Convention Centre, Pragati Maidan, New Delhi ଠାରେ ଅନୁଷ୍ଠିତ ହୋଇଯାଇଛି।

         ୧୨ ସେପ୍ଟେମ୍ବର, ୨୦୨୩ India Today ଦ୍ବାରା ପ୍ରକାଶ କରାଯାଇଥିବା ଗୋଟିଏ ଖବର ଅନୁସାରେ, ଏହି ଦୁଇ ଦିନିଆ ଆୟୋଜନରେ ସମୁଦାୟ ୪୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ଅନେକ ପ୍ରକାଶିତ ଖବର ଅନୁସାରେ ଚଳିତ ବଜେଟ୍ ୨୦୨୩-୨୪ରେ ଏହି ଦୁଇଦିନିଆ ସମ୍ମିଳନୀ ପାଇଁ ସମୁଦାୟ ୯୯୦ କୋଟି ଟଙ୍କା ପ୍ରାବଧାନ ରଖା ଯାଇଥିଲା। ତାହେଲେ ଏ ଦେଶର ଜନତା ହିସାବରେ ଆମ ମନରେ ନିଶ୍ଚୟ ପ୍ରଶ୍ନ ଆସିବା ଦରକାର, ଯଦି ବଜେଟରେ ୯୦୦ କୋଟି ଟଙ୍କାର ପ୍ରାବଧାନ ଥିଲା ତାହେଲେ ୪୧୦୦କୋଟି ଖର୍ଚ୍ଚ ହେଲା କେମିତି? ଆଉ ଯଦି ଖର୍ଚ୍ଚ ହୋଇଛି ତାହେଲେ ଏହା ଭାରତର ସାଧାରଣ ଜନତା, କୃଷକ, ଯୁବପିଢ଼ି, ଛୋଟ ବ୍ୟବସାୟୀ ତଥା ମଧ୍ୟବିତ୍ତ ଚାକିରୀଆ ମାନଙ୍କୁ କ'ଣ ଓ କେମିତି ଲାଭପ୍ରଦ ହେବ?  ଯଦି ଆମେ ଆୟୋଜନର ଇତିହାସକୁ ଦେଖିବା ତାହେଲେ ୨୦୨୨ରେ ଇଣ୍ଡୋନେସିଆ ଏହି ଆୟୋଜନରେ ସମୁଦାୟ ୩୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ସେମିତି ଫ୍ରାନ୍ସ ୭୧୨କୋଟି, ଜାପାନ ୨୬୬୦ କୋଟି, ଅଷ୍ଟ୍ରେଲିଆ ୨୬୫୩ କୋଟି, ଜର୍ମାନୀ ୬୪୨ କୋଟି ଏବଂ ରୁଷ୍ ମାତ୍ର ୧୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୧୭୦ କୋଟି ଟଙ୍କା ଖର୍ଚ୍ଚରେ G-20 summit ଆୟୋଜନ କରି କ'ଣ ରୁଷ୍ ଆମଠାରୁ କମଜୋର ଏବଂ ନିଷ୍ପେସିତ ରାଷ୍ଟ୍ର ହୋଇ ଯାଇଛି କି? ନା' ରୁଷର ଆର୍ଥିକ ଅବସ୍ଥା ଆମଠାରୁ ଦୁର୍ବଳ? ଯେଉଁଠି ଆମ ଦେଶର ୮୦ କୋଟି ଜନତା ନିଜର ଜୀବନ ବଞ୍ଚେଇ ରଖିବା ପାଇଁ ମାସିକ 5kg ରାସନ ଯୋଗାଣ ଯୋଜନା ଉପରେ ନିର୍ଭର କରନ୍ତି, ସେଇଠି ଦୁଇ ଦିନିଆ global economic stability ଶିଖରବାର୍ତ୍ତାର ଆୟୋଜନ ପାଇଁ ୪୧୦୦କୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ?

         ୨ ଦିନିଆ G-20 ବୈଠକ ପାଇଁ ୪୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯାଏ! ଦେଶରେ ୧ କିଲୋମିଟର ରାସ୍ତା ନିର୍ମାଣରେ ୨୫୦ କୋଟି ଖର୍ଚ୍ଚ ହୁଏ! ଦେଶର ଅଗ୍ରଣୀ ଖବର ପ୍ରଦାନକାରୀ ସ°ସ୍ଥା ୬୫୦୦ କୋଟି ଟଙ୍କା ବଦଳରେ ୧୫୦୦କୋଟି ଟଙ୍କା ଦେଇ ଋଣ ଛାଡ ପାଏ! ଦେଶରୁ ଜଣେ ଜଣେ ବେପାରୀ ୧୪୦୦୦ କୋଟି, ୭୦୦୦ କୋଟି ଟଙ୍କା ଧରି ଉଭାନ୍ ହୋଇ ଯାଆନ୍ତି!........ଅଥଚ ଦେଶର ୨୦% ପରିବାରକୁ ୬୦୦୦ଟଙ୍କାର ମାସିକ ସର୍ବନିମ୍ନ ସୁରକ୍ଷା ଦେବା ଯୋଜନା ସମ୍ଭବ କହୁଥିବା ପୂର୍ବତନ RBI ଗଭର୍ଣ୍ଣିରଙ୍କ ଉପରେ ପରିହାସ କରାଯାଏ! ଭାବି ଦେଖନ୍ତୁ ଭୁଲ କାହାର…….ରାଜନୈତିକ ଦଳ ମାନଙ୍କର ନା ଆମ ପରି ଜନତାଙ୍କର? ଯଦି ଦେଶର ଜଣେ ଧନୀ ବେପାରୀଙ୍କୁ ୫୦୦୦ କୋଟି ଋଣ ଛାଡ କରା ଯାଇ ପାରିବ ତାହେଲେ ଆମ ଦେଶର ସମୁଦାୟ ୧୪୦ -୧୪୨ କୋଟି ଜନତାର ପ୍ରତିବ୍ୟକ୍ତିକୁ କୋଟିଏ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ବା health insurance କାହିଁକି ଦିଆ ଯାଇ ପାରିବନି? ହିସାବ କରି ଦେଖିବେ….. ଜଣେ ଜଣେ ବେପାରୀ ଆମ ଦେଶରୁ ଯେତିକି ଋଣ ନସୁଝି ଠକି ପଳାଇଛନ୍ତି ତାହା ୧୪୨ କୋଟିରେ ଜନତାଙ୍କ ସ°ଖ୍ୟା ଠାରୁ କମ୍ ନା' ଅଧିକ! ପ୍ରଶ୍ନ ପଚାରନ୍ତୁ ନିଜକୁ ଏବଂ ଆପଣଙ୍କ ସହ ଗର୍ବରେ ଫଟୋ ସେୟାର କରୁଥିବା ବ୍ୟକ୍ତିକୁ ଏବଂ ଆପଣଙ୍କ ଅଞ୍ଚଳର ଜନପ୍ରତିନିଧିଙ୍କୁ ମଧ୍ୟ!