ଶବ୍ଦାଂଜଳି ବୃଷ୍ଟି

ଶବ୍ଦାଂଜଳି ବୃଷ୍ଟି

କାହା ହାତ ସହ ମିଳାଇ ମୋ ହାତ
ହେବି କିଆଁ ମୁହିଁ ନିତି ବ୍ୟବହୃତ ?
ମିଳେନାହିଁ ଯେଣୁ ଏହାର ଉତ୍ତର
ମୁଁ ନିଜେ ମିଳାଏଁ ଦୁଇ ହାତ ମୋର

' ନମସ୍କାର ' ଅବା ' ପ୍ରଣାମ, ଜୁହାର '
ମୋର ତୁଂଡ ନିତି କହେ ବାରଂବାର 
ଏମିତି ଚାଲେ ମୋ ଘର ପରିବାର 
ତାହା ହିଁ ତ ମୋର ବାସ୍ତବ ସଂସାର

ଅନ୍ୟ ବହୁମୁଖୀ ଲୋକଂକ ସହିତ 
ଯେହେତୁ ହେଲିଣି ସଂସର୍ଗ-ବିଚ୍ୟୁତ
ଏକା ହୋଇ ମୋତେ ମିଳୁଛି ଆନଂଦ 
ମନରୁ ବିଚ୍ଛିନ୍ନ ସବୁ ଦ୍ବିଧା, ଦ୍ବଂଦ୍ବ 

ଏପରି ଢଂଗରେ ରହିଅଛିଁ ତିଷ୍ଠି
ନିତି କରୁଥାଏଁ ଶବ୍ଦାଂଜଳି ବୃଷ୍ଟି