ଗଜଲକାର୍

ଗଜଲକାର୍

ବନ୍ଦ ହେବାକୁ ଦିଅନି ମୋର ଏ
ଅବାଧ୍ଯ ଅନନ୍ତ ସଙ୍ଗୀତ 
ଥମିଯାଉ ପବନ, ହେଲେ କାହିଁ ଯେ ସେଇ
ଅଭୀପ୍ସିତ ଗଜଲ୍ ?

କେବେ ଦେଖିଛ କି ସ୍ଵପ୍ନଭଙ୍ଗ
ଉଡୁଥିବା ଚଢ଼େଇଟେ
ଝଡ଼ରେ ଖସିପଡୁଥିବାର ଦୃଶ୍ୟ
ଏବେ ଆସ
ଶୁଣ ପାଗଳ ପକ୍ଷୀର ଗୀତ

ଗାଇବାର ଅନେକ ଇଛା ଯେ
ହେଲେ ମୁଁ ଗାଇପାରୁନି ଆଉ
ମୁଁ ସେଇ ସ୍ଵପ୍ନ ଭାଙ୍ଗି ଯାଇଥିବା ଚଢ଼େଇ
ପାଗଳ ଆକାଶ

ଶୁଣୁଥିବା ଲୋକମାନଙ୍କର ତାଗିଦ୍
ମତେ ଯେମିତି ହେଉ ଏଥରକ
ସୁନ୍ଦର ଗଜଲଟିଏ ଗାଇବାକୁ ହେବ
ମୁଁ ଯିବା ଆସିବାର ଚଉଛକିରେ ଠିଆ
ଚିରକାଳ ।।