ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବେ ବବି

ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବେ ବବି

କିଛି ଦିନ ତଳେ ଏକ ସମ୍ବାଦପତ୍ରର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ନିର୍ବାଚନ ଲଢିବେ ବୋଲି କହିଥିଲେ । ସେହି କଥାର ଆଧାରରେ  ଧର୍ମେନ୍ଦ୍ର ଯଦି ନିର୍ବାଚନ ଲଢନ୍ତି ତାହେଲେ ତାଙ୍କୁ ମୁକାବିଲା କରିବାର ଏକ ରଣନୀତି ବିଜେଡି ପ୍ରସ୍ତୁତ କରିଛି ଧର୍ମେନ୍ଦ୍ରଙ୍କୁ ସିଧା ସିଧା ମୁକାବିଲା କରିବାକୁ ବିଜେଡି ନିଜର ଶକ୍ତିଶାଳୀ ଓ ସଂଗଠନ ଭିତରେ ଅଘୋଷିତ ନମ୍ବର ଦୁଇ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ଵ ଦେଇଛି ଆଜି ବିଜେଡି ବିଭିନ୍ନ ଜିଲା ପାଇଁ ନିଜର  ପର୍ୟବେକ୍ଷକ ନିଯୁକ୍ତି ଦେଇଛି ପୂର୍ବରୁ ପ୍ରଣବ ପ୍ରକାଶ ଦାସ କୋରାପୁଟ ଏବଂ ମୟୂରଭଞ୍ଜ ଦାୟିତ୍ବରେ ରହିଥିବା ବେଳେ ଏବେ ତାଙ୍କୁ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଜିଲା ଦାୟିତ୍ଵ ଦିଆଯାଇଛି ସ୍ଵାଭାବିକ ଭାବରେ ଢେଙ୍କାନାଳ ଧର୍ମେନ୍ଦ୍ରଙ୍କ ନିର୍ବାଚନମଣ୍ଡଳୀ ସେ ପୂର୍ବରୁ ଢେଙ୍କାନାଳରୁ ଲୋକସଭା ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଢେଙ୍କାନାଳର ବିକଳ୍ପ ଭାବରେ ଧର୍ମେନ୍ଦ୍ର ସମ୍ବଲପୁରକୁ ବାଛିବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଏହି ପୂରା କ୍ଷେତ୍ରର ଦାୟିତ୍ଵ ବବିଙ୍କୁ ଦିଆଯାଇଛି ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହି ଚାରୋଟି ଜିଲାରେ ତିନୋଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି ଯଦିଓ କେନ୍ଦୁଝର ଏବଂ ଢେଙ୍କାନାଳରେ ବିଜେଡି ର ଲୋକସଭା ସଦସ୍ୟ ରହିଛନ୍ତି, ତଥାପି ଏହା ବିଜେଡି ଲାଗି ସହଜ ଆସନ ନୁହେଁ ଢେଙ୍କାନାଳ ଲୋକସଭା ସଦସ୍ୟ ମହେଶ ସାହୁ ବିଧାନସଭା ଲାଗି ବେଶୀ ଆଗ୍ରହୀ ତେଣୁ ସେଠାରେ ବିଜେଡ଼ିର ବିକଳ୍ପ ପ୍ରାର୍ଥୀ ଖୋଜା ଚାଲିଛି । ବିଜେଡି ପୂର୍ବତନ ଲୋକସଭା ସଦସ୍ୟ ତଥା ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବାର ଖବର ଶୁଣିବାକୁ ମିଳୁଛି ଏହା ସହିତ ନିକଟରେ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିବା ତଥା ତୃତୀୟ ମହଲାର ଘନିଷ୍ଠ ଅଧିକାରୀ ମନୋଜ କୁମାର ମିଶ୍ର ହୁଏତ ଢେଙ୍କାନାଳରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ରଙ୍କୁ ମୁକାବିଲା ଲକରିବାକୁ ବିଜେଡି ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ କରି ରଖିଛି ।