ପ୍ରଶ୍ନ
![ପ୍ରଶ୍ନ](https://thesamata.in/uploads/images/2023/08/image_750x_64d36ea79976e.jpg)
ମୁଁ ପଚାରିଲି
ମଣିପୁର କେଉଁଠି ?
ସେମାନେ କହିଲେ -
ଚୁପ୍ ଚୁପ୍
ଏ ପ୍ରଶ୍ନ ପଚାରିବାର
ସମୟ ଏ ନୁହେଁ ।
ତା'ପରେ ମୋର ପ୍ରଶ୍ନ ଥିଲା -
କାହିଁକି ?
ସେମାନେ କିନ୍ତୁ
ଉତ୍ତର ନଦେଇ
ମୂକ ହୋଇ ଚାଲିଯାଉଥିଲେ ।
ମୁଁ କିନ୍ତୁ
ଅଧୀର ଓ ମୁଖର ହୋଇ ଉଠି
ବାରମ୍ବାର ପ୍ରଶ୍ନ କରୁଥିଲି -
ଆରେ କୁହନ୍ତୁ ନା ସତରେ
ମଣିପୁର କେଉଁଠି ?
ମଣିପୁର କେଉଁଠି ?