ନଶୁଣିବାର ଅଭିନୟ

ନଶୁଣିବାର ଅଭିନୟ

ଆମେ ସମସ୍ତେ ଚୁପ ରହି ଗୀତ ଶୁଣୁଛେ
ଯେମିତି ସେ ନିର୍ଯାତନା, ଅନ୍ୟାୟର ଵର୍ଵରତା
ସେ ଅରାଜକତା କର୍ମକାଣ୍ଡର ପ୍ରତିଧ୍ବନି 
ଆମ କାନରେ ନବାଜୁ
ଆମେ ପିଆନୋ ବଜେଇବା ଶିଖୁ କି, ନ ଶିଖୁ
କିନ୍ତୁ ବଜେଇବାକୁ ଚେଷ୍ଟା କରୁଛୁ
ଵେଶୁରା ହେଉପଛେ
ଯେମିତି କି
ସେମାନଙ୍କ ସ୍ବର ଆମ କାନରେ ନ ଵାଜୁ।  

ଆମେ କେଵଳ ଆଖିରେ ଦେଖି ଜାଣିଗଲୁଣି
ଖାଲି ପୃଷ୍ଠା ପୃଷ୍ଠା ସମ୍ରାଟଙ୍କ ଵନ୍ଦନା
କେତେ ଭୟଙ୍କର ଏବର ଅବସ୍ଥା
ଆହୁରି ଭୟଙ୍କର ହେଵ ଆଗାମୀ 
କିନ୍ତୁ କାନକୁ ଵୁଜି ଦେଇଛୁ
ଵନ୍ଦ କରିବାର ସଵୁ ଉପାୟ ଖୋଜୁଛୁ
କେହି କେହି ଉପାୟ ଖୋଜି ଵି ସାରିଲେଣି। 

ପାଟିରେ ଜଵରଦସ୍ତ ଗୋଟେ ବିରାଟ ତାଲା
ନଚେତ ଖୋଲିଗଲେ ପ୍ରଳୟ ଆସିବ
କାରଣ ମୁଁ ମଣିଷ, ଏମିତି ପରିସ୍ଥିତି ଦେଖି
ମୋ ଦେହ ଶୀହରି ଉଠୁଛି
ରକ୍ତ ଗରମ ହୋଇ ବିଦ୍ରୋହର ଡାକ ଦେଉଛି
ମୋ ଲୋମ ଟାଙ୍କୁରି ଯାଉଛି
ସେ ବିକଳ, କରୁଣ ଶବ୍ଦ ଶୁଣି 
ନ ଶୁଣିପାରିବାର ଅଭିନୟରେ
ମୁଁ ଗୀତ ଶୁଣୁଛି।  

ମନ୍ଦିରର ଘଣ୍ଟ ତୁହାକୁ ତୁହା ବଜେଇ
ଶବ୍ଦର ପ୍ରତିଧ୍ବନିରେ ଅନ୍ୟକୁ ଵି ଶୁଣିବାକୁ ଦେଉନି
ଭୋକିଲାକୁ, ଶାନ୍ତ ରୁହ 
ଖୁସି ରୁହ ଆଶୀର୍ବାଦ ଦେଇ 
ଵେଶ୍ ସାବାସି ନେଇ
ଵିଶ୍ଵ ଗୁରୁ ସାଜିଛି। 

ମୋ ଭିତରେ
ହର ହର ମହାଦେଵ ନୁହେଁ
ସୁଭାଷ, ଭଗତ, ଖୁଦିରାମ, ଶୁଖଦେଵର
ଶକ୍ତି ସଚାଂରୁଛି ,
ସେଥିପାଇଁ ଭୟ  
ମୋ ଭିତର ମଣିଷଟି କାଳେ
ସେମାନଙ୍କ ସ୍ଵର ସହ ସ୍ବର ମିଶେଇଦବ
ସେମାନଙ୍କ ନ୍ୟାୟ ଯୁଦ୍ଧରେ ମତେ 
ମୋ ଭିତରର ମଣିଷଟି ଜାଗ୍ରତ ହୋଇ
ଅଧିକାର ପାଇଁ ଲଢ଼େଇ କରିବ
ସେଥିପାଇଁ ମୁଁ ଜୋର୍ ଶବ୍ଦ ଦେଇ 
ଗୀତ ଶୁଣୁଛି, ତବଲା, ପିଆନୋ ଵଜାଉଛି। 

ଦେହଟା ପୂରା ଜଳିଗଲାଣି
ହାତ ଗୋଡ଼ ମୁଣ୍ଡ ସଵୁ ପାଉଁଶ, କ୍ଷତଵିକ୍ଷତ
ଅଧା ପୋଡ଼ା, ଦରପୋଡା
ଦେହରୁ, ଗୋଡ଼ ହାତ ମୁଣ୍ଡ 
ଅଲଗା ଅଲଗା ହୋଇଗଲାଣି,
ମୁଁ ଏଵେ,  ଏ କଣ କରୁଛି
ସେଵା ନାଁରେ 
ନିଜର  ସାନ୍ତ୍ୱନା ପାଇଁ
ତା କେଉଁ ଏକ କାଣି ଆଙ୍ଗୁଠିରେ 
ମଲମ ଲଗାଉଛି,
ହଁ ମତେ ସାନ୍ତ୍ୱନା ମିଳିବ ମୁଁ ଦେଶ ସେଵା କରୁଛି। 

ତାଙ୍କ ଵିକଳ ଶବ୍ଦକୁ ସହିନପାରିଲେ
ଝରକା କବାଟ ସବୁ ଵନ୍ଦ କରିଦେବି
ଅଣନିଶ୍ଵାସୀ ହୋଇ ପଛେ
ଜୀଵନ ହାରିଦେଵି
କିନ୍ତୁ ପାଟି ଖୋଲିବିନି ଵୋଲି
ଶପଥ ନେଇଛି।

କହୁପଛେ ଇତିହାସ ମତେ 
ଭୀରୁ, କାପୁରୁଷ , ସ୍ଵାର୍ଥୀ, ଅସାମାଜିକ
ଫାସିବାଦ, ନାଜିବାଦର ମୁଁ ବି ଏକ ଅଂଶ
ହେଉପଛେ ଏ ରାଷ୍ଟ୍ର ତଳିତଳାନ୍ତ
ମୋ ଭିତରର ମଣିଷଟି ମରିଯାଇଥିଲା ବୋଲି 
ଲେଖୁପଛେ ଇତିହାସ
ସହିଯିବି ସଵୁ। 

ପଛେ, ମୋ ନିରଵତା ମତେ ଧିକ୍କାରୁ
ଏଵେ ଚୁପ ଅଛି ଵୋଲି
କେଇ ପାଦ ଚାଲିପାରୁଛି
ମୋ ପାଣ୍ଠି , ମୋ ଜୀବନ ସୁରକ୍ଷିତ ଅଛି।