ଖାଲି ଏତିକି ହଉ

ଖାଲି ଏତିକି ହଉ

ଗୋଲେଇ ହରେଇଚାଲିଥିବା ଆମ ଏଇ ଜୀବନରେ
ଚେପଟା ହବାକୁ ଲାଗିଲେଣି ସ୍ଵପ୍ନସବୁ 

ବଳକା ପ୍ରାର୍ଥନାତକ ହିଁ 
ଏଇ ପଥର-ସମୟ ପାଇଁ ଛେଣୀ, 
ଯେଉଁଥିରେ ଲେଖାଯାଉ -
ଖାଲି ଏତିକି ହଉ, 
ଯେ ଗରିବର ହତ୍ୟାର ନାଁ 
ଆତ୍ମହତ୍ୟା ରଖି ଦିଆନଯାଉ 

ଖାଲି ଏତିକି ହଉ - 
'ଠିକ ସମୟରେ ଅନ୍ତତଃ ଦି'ଥର 
ବିଜୁଳି ଆସୁ ନଆସୁ , 
ପାଣି ଯେମିତି ଆସୁ'

ଖାଲି ଏତିକି ହଉ 
ଆଶା ଓ ଉତ୍ସୁକତାରେ ଭରା ଆଖିର 
ଚକମକ ପଛରେ ଘରକରି ରହି ନଯାଉ 
ଉଦାସୀ 

ଆଉ ଖାଲି ଏତିକି ହଉ 
ଯେ ସ୍ବପ୍ନକୁ ପାଇବା ପାଇଁ 
ବିକିବାକୁ ନପଡୁ ଜୁଳୁଜୁଳିଆ ପୋକର 
ମିଞ୍ଜିମିଞ୍ଜି, 
ଆଉ ପଙ୍ଗତରେ କେହି ଯେମିତି 
ବସି ରହିନଯାଉ ସେଇମିତି 
ବିନା ପତରରେ

ମୂଳ ହିନ୍ଦୀ: ଯତୀଶ କୁମାର
ଓଡ଼ିଆ ଅନୁବାଦ: ନିଖିଳେଶ ମିଶ୍ର