ସିଏଜି ଦର୍ପଣରେ ମୋଦୀ ଦୁର୍ନୀତିର ଚେହେରା
ଆପଣ ଯଦି ୨୦୧୪ର ମତାଦାତା ହୋଇଥାନ୍ତି ତେବେ ୨୦୧୨ରେ ପ୍ରକାଶିତ କ୍ୟାଗ୍ ବା CAGର "Coalgate" ବା "ଅବୈଧ କୋଇଲା ଖଣି ଆବଣ୍ଟନ" ଏବଂ "2G spectrum" scam ବିଷୟରେ ନିଶ୍ଚୟ ମନେଥିବ। ମାର୍ଚ୍ଚ ୨୦୧୨ରେ CAG, ପାର୍ଲ୍ୟାମେଣ୍ଟରେ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ UPA government ସମୟରେ ୨୦୦୪ରୁ ୨୦୦୯ ମଧ୍ୟରେ ବେଆଇନ୍ କୋଇଲାଖଣି ଆବଣ୍ଟନକୁ ନେଇ ଅନ୍ୟୁନ ୧୦.୭ ଲକ୍ଷ କୋଟି ଟଙ୍କାର ଘୋଟାଲା ହୋଇଥିଲା। ସେହିପରି 2G scam ପାଇଁ ଭାରତ ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଯଦି ଏହି Coalgate ଏବଂ 2G Spectrum Scam ବିଷୟ ଆପଣଙ୍କର ମନେଥିବ ତେବେ କେମିତି ଏହାପରେ ୨୦୧୧ରେ ଆରମ୍ଭ ହୋଇଥିବା ଆନ୍ନା ହଜାରେ ଆନ୍ଦୋଳନ ଆହୁରି ଜୋର୍ ଧରିଲା ଏବଂ ସମଗ୍ର ଦେଶରେ ଭ୍ରଷ୍ଟାଚାରୀ କ°ଗ୍ରେସ ବିରୋଧୀ ଲହର ବୋହିଲା, ତାହା ମଧ୍ୟ ମନେଥିବ। ଅବଶ୍ୟ ଆନ୍ନା ହଜାରେଙ୍କ ଜନ ଆନ୍ଦୋଳନ ପଛର କାହାଣୀ, ସେଥିରୁ ଆପ୍ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଉତ୍ଥାନ ଏବଂ ସେଥିରେ ଭାଜପାର ଭୂମିକା, ତତ୍କାଳୀନ କ୍ୟାଗ୍ ମୁଖ୍ୟ ବିନୋଦ ରାୟଙ୍କର ରାଜ୍ୟସଭା ଯାତ୍ରା ଏବଂ ବର୍ତ୍ତମାନ ଭାରତୀୟ ରେଳର UN Panel of External Auditors and Honorary Advisorର ଚେୟାରମ୍ୟାନ ପଦରେ ରହିବା, ବର୍ଷ ବର୍ଷର ଯାଞ୍ଚ ପରେ Coalgate ମାମଲାର ଫାଇନାଲ୍ ରିପୋର୍ଟରେ ଘୋଟାଲା ଅର୍ଥରାଶି ୧୦.୭ ଲକ୍ଷ କୋଟି ବଦଳରେ ୧. ୮୬ ଲକ୍ଷ କୋଟି ଦର୍ଶାଯିବା ଏସବୁ ଏ ଲେଖାର ପରିଧି ବାହାରେ। ୨୦୧୨ରେ ପ୍ରକାଶିତ କ୍ୟାଗର ରିପୋର୍ଟକୁ ନେଇ ତତ୍କାଳୀନ ବିରୋଧୀ ଦଳ ଆସନ୍ତା ସାଧାରଣ ନିର୍ବାଚନର ମାର୍ଗ ପ୍ରସ୍ତୁତ କରିବା ସହ ନିଜ ସପକ୍ଷ ଅପେକ୍ଷା ସତ୍ତାଦଳ ବିପକ୍ଷରେ ଗୋଟିଏ ଅମୋଘ ଅସ୍ତ୍ର ଯୋଗାଡ କରି ଦେଇଥିଲା। ତତ୍କାଳୀନ ବିରୋଧୀ ଏବଂ ବର୍ତ୍ତମାନର ସତ୍ତା ଦଳର ସ୍ବରକୁ ଆହୁରି ତୀବ୍ର ଓ ଶାଣିତ କରିଥିଲେ ସେତେବେଳର ଖବରକାଗଜର ପ୍ରଥମ ପୃଷ୍ଠା ଓ ନ୍ୟୁଜଚ୍ୟାନେଲ୍ ଗୁଡିକର ପ୍ରାଇମ୍-ଟାଇମ୍ ସୋ ଓ ଡିବେଟ୍। ଘନଘନ ଆଲୋଚନା, ଆନ୍ନା ହଜାରେଙ୍କ ଡାକ ଏବଂ ପ୍ରତି ନିର୍ବାଚନ ପ୍ରଚାର ମଞ୍ଚରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଭାଷଣ ଓ ଆହ୍ୱାନ…..ଏ ସବୁ ପରେ ଭାରତୀୟ ଜନତା ଏକଦମ୍ ସ୍ଥିର ନିଶ୍ଚିତ ହୋଇଗଲେ ଯେ, ଏଥର ନିର୍ବାଚନ ପରେ ଆଉ ଦେଶରେ ଭ୍ରଷ୍ଟାଚାରର ନାଁ ଗନ୍ଧ ରହିବନି! ଆଉ ଆମେ କେବେବି କୌଣସି ଭ୍ରଷ୍ଟାଚାର, ଘୋଟାଲା, scam ବିଷୟରେ ପଢିବାକୁ କି ଶୁଣିବାକୁ ପାଇବାନି! ଅବଶ୍ୟ କିଛି ମାତ୍ରାରେ ଲୋକଙ୍କ ଅନୁମାନ ଠିକ୍, ସାଧାରଣ ଜନତା ଆଉ କୌଣସି ଖବରକାଗଜର ପ୍ରଥମ ପୃଷ୍ଠାରେ ଗାଢ ବୋଲ୍ଡ ଅକ୍ଷରରେ CAGର ନୂଆ ରିପୋର୍ଟ ପଢିବାକୁ ପାଉ ନାହାନ୍ତି। କିମ୍ବା ସନ୍ଧ୍ୟାରେ ଟିଭି ଖୋଲିଲେ ଆଉ କୌଣସି ନ୍ୟୁଜ୍ ଆଙ୍କର କ୍ୟାଗରେ ନୂତନ ରିପୋର୍ଟରେ ଉଜାଗର ହୋଇଥିବା scam ରିପୋର୍ଟକୁ ନେଇ ଗର୍ଜନ କରୁ ନାହାନ୍ତି। ତେଣୁ ଲୋକଙ୍କ ଭ୍ରଷ୍ଟାଚାରକୁ ନେଇ ଖବର ଶୁଣିବେନି ଏଇ ଅନୁମାନ ଠିକ୍ ପ୍ରମାଣିତ ହୋଇଥିଲେ ବି ଭ୍ରଷ୍ଟାଚାର ଦେଶରୁ ଦୂରେଇ ଯାଇ ଗୋଟିଏ ପାରଦର୍ଶୀ ଶାସନ ପ୍ରକ୍ରିୟା ପ୍ରତିଷ୍ଠା ହେବ, ଏଇ ଧାରଣାଟି କେଉଁଠି ନା କେଉଁଠି କ୍ଷତାକ୍ତ ହୋଇଛି। କ୍ଷତଟା କେଉଁଠି ଓ କେତେ ମାତ୍ରାରେ ହୋଇଛି ନଜାଣିଲେ ଚିକିତ୍ସା କେମିତି ହେବ?
କ୍ଷତ ବା ଖଣ୍ଡିଆ-ଖାବରା ବିଷୟରେ କହିଲିଣି ଯେତେବେଳେ, ପ୍ରଥମେ ସଡକ ବିଷୟରେ କଥା ହେବା। ସେଇ ସଡକରେ ଥିବା କ୍ଷତ ହିଁ ଆମକୁ ଜଳଜଳ ଦେଖାଯାଏ। ସେଇ ରାସ୍ତା ବା ସଡ଼କର ଅବସ୍ଥା ସୁଧାର ପାଇଁ ୨୦୧୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରି "ଭାରତମାଲା ପରିୟୋଜନା"ର ଘୋଷଣା କରିଥିଲେ। ଭାରତ ସରକାରଙ୍କର ସବୁଠାରୁ ଦକ୍ଷ ଏବଂ ବିକାଶକୁ ପ୍ରକୃତ ଅର୍ଥରେ ଆପଣଙ୍କ ପାଦ ପାଖରେ ପହଞ୍ଚେଇଥିବା ଏବଂ ନିଜ ଚିକ୍କଣ ସଡକ ନିର୍ମାଣ ମାଧ୍ୟମରେ ଭାରତର ପ୍ରତ୍ୟେକ ସହର ଭିରର ଦୂରତାକୁ ନିଜ ଫିତାରେ ମାପିହେଲା ଭଳି ଦୂରତାକୁ ଆଣିଥିବା କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ଏବଂ ଯୋଜନାକୁ ଆପଣ କେମିତି ଭୁଲିବେ! ସେଥିରେ ପୁଣି ଯେତେବେଳେ ବି ମୋଦିଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠେ, ଦଳ ତରଫରୁ ଏହି ମନ୍ତ୍ରୀ ମହୋଦୟ ଆସନ୍ତା ନିର୍ବାଚନର ଚେହେରା ବୋଲି ମଧ୍ୟ ଅନେକଥର ଶୁଣିବା ପାଇଁ ମିଳେ। ସେହି ଭାରତମାଲା ପ୍ରୋଜେକ୍ଟ ଫେଜ୍-୧ ର ୬୬ଟି ସାମ୍ପଲକୁ ଅଡିଟ କରି CAG ୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପେସ୍ କରିଛି।
The Economics Times ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, CAG ଦ୍ବାରା ଦିଆ ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତମାଲା ପ୍ରୋଜେକ୍ଟରେ ପ୍ରତି କିଲୋମିଟର ପିଛା ସଡକ ନିର୍ମାଣ ପାଇଁ ୨୩.୮୯ କୋଟି ଟଙ୍କା ଖର୍ଚ୍ଚ ଦର୍ଶା ଯାଇଛି। ଯାହାକି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ Cabinet Committee for Economics Affairs (CCEA) ଦ୍ବାରା ଅନୁମୋଦିତ ଦର ୧୩.୯୮ କୋଟି ଟଙ୍କା ଠାରୁ ଢେର ଅଧିକ।
ସେହିପରି ରାଜଧାନୀ ଦିଲ୍ଲୀ ଏବଂ ଗୁଡଗାଓ୍ବଁ ଭିତରେ ଭିଡ ଓ ସମୟକୁ କମ୍ କରିବା ପାଇଁ ବା NH-48 Decongestion ପାଇଁ ନିର୍ମାଣ କରାଯାଇଥିବା Dwarka Expresswayରେ ମଧ୍ୟ ବଡ ଧରଣର ଭ୍ରଷ୍ଟାଚାର ସାମନାକୁ ଆସିଛି। ଏହି ଏକ୍ସପ୍ରେସଓ୍ବେର ପ୍ରତି କିଲୋମିଟର ପିଛା ନିର୍ମାଣ ପାଇଁ ସରକାରୀ ଦର ୧୮ କୋଟି ଟଙ୍କା ରହିଥିବା ବେଳେ, ଠିକା ଦେଲା ବେଳେ ପ୍ରତି କିଲୋମିଟର ପିଛା ୨୫୦ କୋଟି ଟଙ୍କାରେ ଦିଆ ଯାଇଛି। ଥରେ ମନେ ପକାଇଲେ ଏଇ ନିକଟରେ ପ୍ରକାଶ ପାଇଥିବା ଖବର ଅନୁସାରେ ଚନ୍ଦ୍ରଯାନ-୩ର ସମୁଦାୟ ଅଭିଯାନର ମୂଲ୍ୟ ଥିଲା ୬୧୫ କୋଟି ଟଙ୍କା। ତା' ମାନେ Dwarka Expresswayର ୩ କିଲୋମିଟର ରାସ୍ତାର ନିର୍ମାଣ ଖର୍ଚ୍ଚ ଠାରୁ ବି କମରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚା ଯାଇ ପାରିବ!! ଏହି Expresswayରେ ନିର୍ମାଣ ପୂର୍ବରୁ ଆକଳନ କରାଯାଇଥିବା ୫୨୮.୮ କୋଟି ଟଙ୍କା ବଦଳରେ ଏଥିରେ ୭୨୮୭.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥାତ ଖର୍ଚ୍ଚ ହାରାହାରି ୧୨୭୮% ଅଧିକ ହୋଇଛି!
ସେମିତି Delhi- Vadodara Expresswayର ନିର୍ମାଣ ଖର୍ଚ୍ଚ ୩୨, ୮୩୯ କୋଟି ଟଙ୍କା ରହିଛି, ଯାହା CCEAର ଭାରତମାଲା ପ୍ରୋଜେକ୍ଟ ଫେଜ୍-୧ ଅନୁମୋଦିତ ନୁହେଁ, ଏବଂ ଏହାକୁ NHAI ବୋର୍ଡ ତରଫରୁ କରା ଯାଇଛି।
CAGର ଆଉଗୋଟିଏ ରିପୋର୍ଟ ଅନୁସାରେ NHAIର ସମୁଦାୟ ୨୦ଟି ପ୍ରୋଜେକ୍ଟ ମାଧ୍ୟମରେ ଠିକାଦାର ମାନଙ୍କୁ କୌଣସି ଯୁକ୍ତିଯୁକ୍ତ କାରଣ ନଦର୍ଶାଇ ୯୨୯୬ କୋଟି ଟଙ୍କାର ଅତିରିକ୍ତ ରାଶି ପ୍ରଦାନ କରା ଯାଇଛି। ଏହାକୁ CAG ତା'ର ରିପୋର୍ଟରେ "undue benefits" ତାଲିକାଭୁକ୍ତ କରିବା ସହ ଟିପ୍ପଣୀ କରିଛି ଯେ, "ଏହା ଦ୍ବାରା ସାମଗ୍ରୀକ ସ୍ବଚ୍ଛତା ନଷ୍ଟ ହେଉଛି" (purity of the content has been destroyed)।
NHAIର ନିର୍ମାଣାଧୀନ ପ୍ରୋଜେକ୍ଟ ଗୁଡିକର କାର୍ଯ୍ୟରେ ଠିକାଦାର ମନଙ୍କ ପ୍ରାପ୍ୟ ପଇଠକୁ ନେଇ ଯେମିତି ବାଧା ନଆସେ, ସେଥିପାଇଁ ଗୋଟିଏ Escrow Accountର ବ୍ୟବସ୍ଥା ରହିଥାଏ (Escrow account is a temporary legal arrangement between two transacting parties where a third party holds the financial payment. The third party is usually a bank or an escrow agent. Having an escrow account reduces the risk of non-payment)। ଏହାର ଉଦ୍ଦେଶ୍ୟ ଟଙ୍କା ଅଭାବରୁ ଯେମିତି ସଡକ ନିର୍ମାଣ ରୁକି ନଯାଏ ଏବଂ ଆବଶ୍ୟକ ସ୍ଥଳରେ ସଡକ ନିର୍ମାଣକାରୀ ସ°ସ୍ଥା ବା ଠିକାଦାରମାନେ ଏହି escrow accountରୁ ଟଙ୍କା ଉଠାଇ ପାରନ୍ତି। କିନ୍ତୁ CAGର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ NHAIର ଏହି escrow accountରୁ ଠିକାଦାର ମାନେ ଅନ୍ୟୁନ୍ୟ ୫୩୦୪ କୋଟି ଟଙ୍କା ଉଠାଇ ବିଭିନ୍ନ Mutual Funds ରେ ନିବେଶ କରିଛନ୍ତି।
CAGର ଏ ସବୁ ରିପୋର୍ଟ ହୁଏତ ଆମକୁ ଏତେ ପ୍ରଭାବିତ ନକରି ପାରେ। ଅନେକ ଯୁକ୍ତି ବି ଦେଇ ପାରନ୍ତି ଯେ କାହିଁକି ଚନ୍ଦ୍ରଯାନ-୩ ଏବଂ Dwarka Exprewayର ୧ କିଲୋମିଟର ନିର୍ମାଣରେ କାହିଁକି ସମାନ ବା ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବା ସମ୍ଭବ। ଯେପର୍ଯ୍ୟନ୍ତ ମଣିଷର ନିଜ ପକେଟ କଥା ନଉଠେ ସେ ଏତେ ବେଶୀ ଧ୍ୟାନ ଦିଏନି। Highway ଉପରେ ଯିବା ଆସିବା ସମୟରେ ଆପଣ Toll Plaza ପାଖରେ ଅଟକିଥିବେ ନିଶ୍ଚିତ, ଗାଡି ସାମନା କାଚରେ ଲାଗିଥିବା FASTagରୁ ଟଙ୍କା ମଧ୍ୟ କଟିଥିବ। ୟାପରେ ଯୋଡା ଯାଇଥିବା ମୋବାଇଲ ନମ୍ବରକୁ ଆସୁଥିବା ମେସେଜକୁ ଅନେକ ସମୟରେ ଆପଣ ନପଢି ଡିଲିଟ୍ ମଧ୍ୟ କରି ଦେଉଥିବେ (ତେଣୁ ଏହା ଭିତରେ ଦରଟି ୧୦% ବୃଦ୍ଧି ପାଇଛି କରି ବି ନଜର ଯାଇ ନଥିବ)। ନଗଦ ଟଙ୍କା ଦେବା ଅପେକ୍ଷା ପୂର୍ବରୁ e-wallet କିମ୍ବା କାର୍ଡରୁ ଟଙ୍କା କଟିଲେ ଫରକଟି ତୀବ୍ର ଜଣା ପଡେନି। ଅବଶ୍ୟ ଏହି FASTagର ପ୍ରଣୟନ ନଗଦ କାରବାର ଏବଂ ରସିଦ କଟାରେ ଯାଉଥିବା ସମୟ ତଥା ଭିଡକୁ କମ୍ କରିବା ପାଇଁ କରା ଯାଇଛି। ସୁବିଧା ହେଉଛି ମଧ୍ୟ, ଆମେ ମନା କରିପାରିବା ନାହିଁ। ଭାରତ ସରକାରଙ୍କ ନିୟମ ଅନୁସାରେ ନିର୍ମାଣାଧୀନ କୋୖଣସି ହାଇଓ୍ବେ ଉପରେ tollର ସମ୍ପୂର୍ଣ୍ଣ ଟଙ୍କା ଅସୁଲ କରାଯାଇ ପାରିବ ନାହିଁ। କିନ୍ତୁ CAG ଦ୍ବାରା ଦକ୍ଷିଣ-ଭାରତ ଏବଂ ଅନ୍ୟ ୫ଟି ନିର୍ମାଣାଧୀନ ସଡକ ଉପରେ Tollର ନିର୍ଦ୍ଧାରିତ ପୂର୍ଣ୍ଣ ଦର ଅସୁଲ କରା ଯାଇଛି। ସେହି ସବୁ Toll Plaza ଗୁଡିକରୁ ଅବୈଧ ଭାବରେ ୧୫୪ କୋଟି ଟଙ୍କା କଲେକ୍ଟ କରା ଯାଇଥିବା CAG ରିପୋର୍ଟ କରିଛି।
ଏ ହେଉଛି ୮ -୧୦ ଅଗଷ୍ଟ ୨୦୨୩ ମଧ୍ୟରେ ପ୍ରକାଶ ପାଇଥିବା CAG ରିପୋର୍ଟରୁ କେତୋଟିର ଡାଟା। ଏହାଛଡା ଆୟୁଷମାନ୍ ଭାରତ, ଆୟୋଧ୍ୟା ଡେଭଲପମେଣ୍ଟ ପ୍ରୋଜେକ୍ଟ, ଉଡାନ୍ ସ୍କିମ୍ ଏବଂ ଭାରତୀୟ ରେଳକୁ ନେଇ ମଧ୍ୟ ରିପୋର୍ଟ ରହିଛି। ଡାଟା ଆଉ ଥରକୁ।
(ଖବରର ଖବର ରଖନ୍ତୁ, ସଚେତନ ହୁଅନ୍ତୁ। CAG କେଉଁ ଏଜେନ୍ସି ଏବଂ ଏହାର ରିପୋର୍ଟ କାହିଁକି ଚର୍ଚ୍ଚାରେ ଖୋଜିବା ଦାୟିତ୍ୱ ଆପଣଙ୍କର। www.cag.gov.in ରୁ ଆପଣ ଅଧିକ ତଥ୍ୟ ପାଇ ପାରିବେ)