ମୋଦୀ ଓ ବିଜେପି ଆଦାନୀକୁ ବଞ୍ଚାଇ ପାରୁନାହାନ୍ତି କାହିଁକି ??

ମୋଦୀ ଓ ବିଜେପି ଆଦାନୀକୁ ବଞ୍ଚାଇ ପାରୁନାହାନ୍ତି କାହିଁକି ??

ଠିକ ମାସେ ତଳେ ଗତ ଜାନୁଆରୀ ୨୪ ତାରିଖ ଦିନ ପୃଥିବୀର ଦ୍ଵିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀ ଓ ତାଙ୍କର ଆଦାନୀ କମ୍ପାନୀ ସମୁହର ବ୍ୟାବସାୟିକ ଜାଲିଆତି ସମ୍ପର୍କରେ ଆମେରିକାର ଏକ ଶର୍ଟ ସେଲିଙ୍ଗ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରିଥିଲା ଏହି ରିପୋର୍ଟରେ ଆଦାନୀ ପୃଥିବୀର କର୍ପୋରେଟ ଇତିହାସର ସବୁଠୁ  ବଡ ଚାଲବାଜ ଓ ଜାଲିଆ ବୋଲି କୁହା ଯାଇଥିଲା ରିପୋର୍ଟ ପ୍ରକାଶ ପାଇବା ପରେ ପରେ ଏହା ଭାରତ ବିରୋଧରେ ଏକ ଆକ୍ରମଣ ଏବଂ ଆଦାନୀଙ୍କୁ ବିରୋଧ କରିବାର ଅର୍ଥ ଭାରତକୁ ବିରୋଧ କରିବା ବୋଲି କୁହାଗଲା ଆଦାନୀ ପରିବାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ରହିଥିବା ଘନିଷ୍ଠ ସମ୍ପର୍କ କାରଣରୁ ଏହି ରିପୋର୍ଟକୁ ନେଇ ରାଜନୈତିକ ଝଡ ମଧ୍ୟ ଉଠିଥିଲା ସଂସଦରେ ଏହି ପ୍ରସଙ୍ଗକୁ ଆଲୋଚନା କରାଇନଦେବା ପାଇଁ ବିଜେପି ମାତ୍ରାଧିକ ଉଦ୍ୟମ କରିଥିଲା କୌଣସି ଏକ କର୍ପୋରେଟ ଜାଲିଆତିକୁ ଘଣ୍ଟ ଘୋଡାଇବା ଲାଗି ଗୋଟେ ରାଜନୈତିକ ଦଳ ଯେ ନିଜର ସବୁ ପ୍ରକାର କଳ କୌଶଳ ପ୍ରୟୋଗ କରିବ, ଏକଥା କେହି କେବେ ଚିନ୍ତା କରିନଥିବେ ଆଦାନୀଙ୍କୁ ସୁରକ୍ଷା ଦେବା ଲାଗି ତାଙ୍କ ନିଜର ବିଶାଳ ସାମ୍ରାଜ୍ୟ ରହିଛି ତା ସହିତ ପ୍ରଧାନମନ୍ତ୍ରୀ, ଶାସକ ଦଳ ଏବଂ ଭାରତୀୟ ଗଣମାଧ୍ୟମର ନିଃସର୍ତ୍ତ ସମର୍ଥନ ମଧ୍ୟ ତାଙ୍କ ପାଖରେ ରହିଛି ।

ଏତେ ସବୁ ସୁରକ୍ଷା ଓ ସମର୍ଥନ ସତ୍ତ୍ୱେ ହିଣ୍ଡେନବର୍ଗ ରିପୋର୍ଟ ଯୋଗୁଁ ଆଦାନୀର ବିପୁଳ କ୍ଷତିକୁ କେହି ରୋକୀ ପାରିଲେ ନାହିଁ କାହିଁକି ? ମାସେ ତଳେ ଆଦାନୀ ସମୁହର ବଜାର ମୂଲ୍ୟ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ଅବିକା ତାହା ୭.୫ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି

୨୩, ଜାନୁଆରୀରେ ଗୌତମ ଆଦାନୀ ପୃଥିବୀର ତୃତୀୟ ଧନୀ ବ୍ୟକ୍ତି ଥିବା ବେଳେ ଆଜି ତାଙ୍କର ସ୍ଥାନ ୨୬କୁ ଖସି ଆସିଛି

କ୍ରେଡିଟ ସୁଇସ, ସିଟି ବ୍ୟାଙ୍କ ଭଳି ବଡ ବ୍ୟାଙ୍କିଙ୍ଗ ସଂସ୍ଥା ଆଦାନୀର ବିଶ୍ଵାସନୀୟତା ପ୍ରଶ୍ନଚିହ୍ନ ଲଗାଇଛନ୍ତି

ସବୁପ୍ରକାର ରାଜନୈତିକ ସମର୍ଥନ ଓ ସୁରକ୍ଷା ସତ୍ତ୍ୱେ ଗୋଟିଏ ମାସରେ ଆଦାନୀର ବଜାର ମୂଲ୍ୟରେ ୧୧.୬ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି

ଗତ ମାସେ ଭିତରେ ଆଦାନୀ ଷ୍ଟକ ବଜାରରେ ପ୍ରତି ଦିନ ତଳକୁ ତଳକୁ ଖସି ଚାଲିଛନ୍ତି  ।

ରାଜନୈତିକ ସମର୍ଥନ  ଉପରେ ବଜାରର ଯେ ଭରସା ନାଇଁ ସେ କଥା ସ୍ପଷ୍ଟ ପ୍ରମାଣିତ ହୋଇସାରିଛି

ଆଗକୁ ସୁପ୍ରିମ କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ଵାଧୀନ କମିଟି ଗଠନ କରିବାକୁ ଯାଉଛନ୍ତି ତଦନ୍ତର ଫଳାଫଳ ଆଦାନୀର ଭବିଷ୍ୟତ ନିର୍ଣ୍ଣୟ କରିବ

ଆଗକୁ ଯାହା ହେଲେ ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟର ମାଡ ଆଦାନୀକୁ ଢେର ମହଙ୍ଗା ପଡିଛି ଓ ବଜାରରେ ଥରେ ବଦନାମ ହେଲେ କୌଣସି ରାଜନୈତିକ ସୁରକ୍ଷା ଯେ କାମରେ ଆସେ ନାହିଁ, ତାହା ପ୍ରମାଣିତ ହୋଇଛି

ଏ ପ୍ରସଙ୍ଗରେ ଆଦାନୀଙ୍କୁ ସାନ୍ତ୍ଵନା ଦେବାକୁ ଯାଇ ଭାରତର ବିଶିଷ୍ଟ ଅର୍ଥନୀତି ବିଷାରଦ ସ୍ବାମୀନାଥନ ଏ ଆୟାର କହିଛନ୍ତି- ଯାହା ହେଲା, ସେଟା ଆଦାନୀ ପାଇଁ ଭଲ ହେଲା । ତମେ ଯେତିକି ନୁହଁ ସେତିକି ଦେଖେଇ ହେଲେ ବଜାରର ମାଡ ଖାଇବା ସ୍ଵାଭାବିକ