ରାଜ୍ୟ ସରକାର ନବ ଦାସଙ୍କ ହତ୍ୟାର ମାଷ୍ଟରମାଇଣ୍ଡକୁ ଖସାଇ ଦେବାକୁ ଅପଚେଷ୍ଟା କରୁଛନ୍ତି : ଛାତ୍ର କଂଗ୍ରେସର ଅଭିଯୋଗ

ରାଜ୍ୟ ସରକାର ନବ ଦାସଙ୍କ ହତ୍ୟାର ମାଷ୍ଟରମାଇଣ୍ଡକୁ ଖସାଇ ଦେବାକୁ ଅପଚେଷ୍ଟା କରୁଛନ୍ତି : ଛାତ୍ର କଂଗ୍ରେସର ଅଭିଯୋଗ

ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଙ୍କ ହତ୍ୟା ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ପ୍ରତିଦିନ ନୂଆ କାହାଣୀ ଲେଖୁଛନ୍ତି । ନବୀନ ସରକାର ତଦନ୍ତକୁ ନେଇ ସାଧାରଣ ଜନତା ସହେନ୍ଦ ପ୍ରକଟ କଲେଣି । ଏହି ହତ୍ୟାକାଣ୍ଡକୁ ଲୁଚାଇ ଦେବାକୁ ଚକ୍ରାନ୍ତ ହେଉଛି ବୋଲି ସାଧାରଣ ଜନତା ଆଲୋଚନା କଲେଣି । ନବୀନ ସରକାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମାଷ୍ଟର ମାଇଣ୍ଡକୁ ଖସାଇ ଦେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି ।

ଜଣେ କ୍ୟାବିନେଟ ସହଯୋଗୀର ହତ୍ୟା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ ଡ଼କାଇ ତାଙ୍କର ଶୋକ କରିପାରିଲେନି । ଗୃହ ସଚିବ ଏ ରାଜ୍ୟରେ ଅଛନ୍ତି କି ନାହିଁ ତାହା ଜଣାପଡୁନି । ଗୃହ ରାଷ୍ଟ୍ରମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି ବୋଲି ଛାତ୍ର କଂଗ୍ରେସ ଆଜି ଗୁରୁତର ଅଭିଯୋଗ କରିଛି ।  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି ।