ପ୍ରତି ଛକରେ ଶବଗଦା

ପ୍ରତି ଛକରେ ଶବଗଦା

ସବୁଠି ରକ୍ତର ମେଳା 
ସ୍କୁଲରେ, ରେଳଧାରଣାରେ, ଛକରେ, ବସ୍ତିରେ
ଦିଲ୍ଲୀରେ, ମଣିପୁରରେ, ବାହାନଗାରେ
ଚୁପଚାପ୍ ମହାରାଜ ବୁଲୁଥାନ୍ତି
ନୂଆ ନୂଆ ପୋଷାକରେ
ଦେଶବିଦେଶରେ 

ଏ ଏକ ଅଜବ ଦେଶ
ରଜାଂକଠୁଁ ପ୍ରଜାଯାଏଁ ସଭିଏଁ
ବଂଚିଥାନ୍ତି ଭାଷଣରେ, ଅଂଧଭକ୍ତିରେ!
ଅ଼ଂଧୁଲି ଦେଶ, ଅବୁଝାମଣା ରାଜାର
ପାଳଚୁଂଟା ମଂତ୍ରୀମାନେ ସବୁଦିନ 
ସଚିବଂକ ସହ
ଥାଆଂତି ଗସ୍ତରେ
ଗରିବ ଶ୍ରମିକମାନେ ମରୁଥାଂତି
ରେଳଚକା ତଳେ ଅବା ଦଂଗାରେ

ପ୍ରତି ଛକରେ ଶବଗଦା
ପ୍ରତି ଝର୍କାରେ ରକ୍ତଦାଗ
କିଏ ପୋଛିପାରିବ କୁହ?
ଏ ଦେଶର ଚାରିଆଡ଼େ ଏବେ ଖାଲି 
ବାହାନଗାରୁ ଇଂଫାଲଯାଏଁ 
କୋହ ଆଉ ଲୁହ
ହଜିଯାଇଛି ସିନ୍ଦୂର
ଅନାଥ ହୋଇଯାଇଛି ସମୟ !