କବି-୨୦୨୩

କବି-୨୦୨୩
(୧)
ମୁଁ କବି ଭାବରେ ପ୍ରଥମେ ପୁରସ୍କାର ପାଇଲି, ଗାମୁଛା ଓ ମାନପତ୍ର;
ଆଉ ପରେ କବିତା ଲେଖୁଚି
ଅତ୍ର, ଯତ୍ର, ବହିତ୍ର ଓ ସର୍ବତ୍ର !
(୨)
ମୁଁ ସର୍ବମୋଟ୍ ପାଞ୍ଚଟା କବିତା ଲେଖିଚି;
ସେଥିରୁ ଚାରିଟା ଫେସବୁକରେ
ଆଉ ଗୋଟେ ସାର୍ ନେଇଥିଲେ
ଗଲା ପୂଜା ସଂଖ୍ୟାରେ,
ମୁଁ ସାତଟା ପୁରସ୍କାର ପାଇସାରିଲିଣି
ୟା' ଭିତରେ!
(୩)
ଚଳିବ, ବନା ଅବନା, ଯାହା ବି ହେଲେ
ଯାହା ବି ଲେଖିଲେ,
ଖବରକାଗଜ ସାହିତ୍ୟ ପୃଷ୍ଠା ସଂଯୋଜକ,
ଇଂରାଜି ଅନୁବାଦକ ପ୍ରଫେସର୍,
ମାନପତ୍ର ବାଣ୍ଟୁଥିବା ସାହିତ୍ୟ ସଂସଦ,
ସର୍ବୋପରି ଅକାଦମି ମେଂବର୍
ମୋ ଆପଣାର,
ବୁଝିଲେ?