ମୁଣ୍ଡପିଛା ଆୟ ଦ୍ୱିଗୁଣିତ : ଆଉ ଏକ ମିଛ ଗପ
ଗତ କିଛି ଦିନ ହେଲା ପ୍ରଚାର ଚାଲିଛି ଯେ ୨୦୧୪-୧୫ ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଭାରତରେ ଆୟ ଦ୍ୱିଗୁଣିତ ହୋଇଗଲା । ଏ ତଥ୍ୟ ପ୍ରଦାନ କରିଛନ୍ତି ଜାତୀୟ ନମୁନା ସଂସ୍ଥା ବା ଏନଏସଏସଓ । ତଥ୍ୟ ଅନୁସାରେ, ୨୦୧୪-୧୫ ରୁ ୨୦୨୨-୨୩ ମଧ୍ୟରେ ଦେଶର ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କାରୁ ବୃଦ୍ଧି ପାଇ ୧,୭୨,୦୦୦ ଟଙ୍କା ହୋଇଛି । ଅର୍ଥାତ ବିଗତ ୯ ବର୍ଷରେ ଏହା ୯୯ ଶତକଡା ବୃଦ୍ଧି ଘଟିଛି । ଆଜି ଭାରତରେ ଯେଉଁମାନେ ଭାବୁଛନ୍ତି ଯେ ଭାରତ ୨୦୧୪ ମସିହାରେ ସ୍ୱାଧୀନତା ପାଇଲା ସେମାନଙ୍କ ନିମନ୍ତେ ଉକ୍ତ ଖବର ନିଶ୍ଚିତ ରୂପେ ଚମକପ୍ରଦ । କିନ୍ତୁ ଯେଉଁମାନେ ଜାଣିଛନ୍ତି ଯେ ଭାରତ ୧୯୪୭ ମସିହାରେ ସ୍ୱାଧିନତା ପାଇଛି ସେମାନେ ଜାଣିଛନ୍ତି ଯେ ପୂର୍ବରୁ ବହୁବାର ଦେଶର ମୁଣ୍ଡପିଛା ଆୟ ଦିଗୁଣିତ ହୋଇସାରିଛି ।
୧୯୫୦ ମସିହାରେ ଭାରତର ମୁଣ୍ଡପିଛା ଆୟ ୨୬୫ ଟଙ୍କା ଥିଲା । ୨୦୦୬ -୦୭ ମସିହାରେ, ଏହା ୩୩,୭୧୭ ଟଙ୍କା ହେଲା । ସେହିପରି ୨୦୧୪-୧୫
ମସିହାରେ ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କା ହୋଇଥିଲା ଯାହାକି ଦୁଇଗୁଣରୁ ଯଥେଷ୍ଟ ଅଧିକ । ତେଣୁ ୨୦୨୨-୨୩ ମସିହାରେ ମୁଣ୍ଡପିଛା ଆୟ ୧,୭୨,୦୦୦ ଟଙ୍କାକୁ ବୃଦ୍ଧି ପାଇବାରେ ଆଶ୍ଚର୍ଯ୍ୟ ହେବାର ବା ଖୁସି ମନାଇବାର କ’ଣ ଅଛି? ଅନ୍ୟ ଏକ ବିଷୟ ଯାହା ଆଲୋଚନାକୁ ଆସୁନାହିଁ ତାହା
ହେଲା ଦେଶର ସାଂପ୍ରତିକ ମୁଦ୍ରାସ୍ପୀତି । ଯଦି ମୁଦ୍ରାସ୍ପୀତିକୁ ବିଚାରକୁ ନିଆଯାଇ ବାସ୍ତବ ମୂଲ୍ଯରେ ପରିଣତ କରାଯାଏ ତେବେ ୨୦୧୧-୧୨କୁ ମୂଳବର୍ଷ ଧରି ଦେଖିଲେ, ୨୦୧୪-୧୫ରେ ବାର୍ଷିକ ମୁଣ୍ଡପିଛା ଆୟ ୭୨,୫୦୫ ଟଙ୍କା ହେବ ଓ ୨୦୨୨-୨୩ ରେ ଏହା ୯୮,୧୧୮ ଟଙ୍କା ହେବ । ତେବେ ଏହା ଶତକଡା ୩୫ ବୃଦ୍ଧି ହୋଇଛି ବୋଲି ଧରିବାକୁ ହେବ । କିନ୍ତୁ ସାଧାରଣ ଭାରତୀୟ ଆର୍ôଥକ ସ୍ଥିତିରେ ମୁଣ୍ଡପିଛା ଆୟ ବୃଦ୍ଧି ଉନ୍ନତିର ସୂଚକାଙ୍କ ନୁହେଁ । ସାଧାରଣ ଭାରତୀୟର ଆର୍ଥିକ ସ୍ଥିତିରେ ଉନ୍ନତି ଦଶନ୍ଧି ହାରରେ ବୃଦ୍ଧ ିଘଟୁଥିବା ରୋଜଗାର, ଶିକ୍ଷା ହାର, ପାନୀୟ ଜଳ, ବାସଗୃହ, ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆର୍ଥିକ ଅସମାନତାରେ ସଂକୋଚନ ଇତ୍ୟାଦିକୁ ବୁଝାଇଥାଏ । ଅଥଚ ୨୦୨୧ ମସିହାର ଜାତୀୟ କ୍ରାଇମ ରେକର୍ଡ ବ୍ଯୁରୋର ତଥ୍ୟ ଅନୁସାରେ, ପ୍ରତି ଦିନ ଦେଶରେ
୧୫ ଜଣ ଚାଷୀ ଓ ୧୫ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିବା ଯାହା ପୂର୍ବ ବର୍ଷମାନଙ୍କରେ ଅଧିକ ଓ ଏହା ଯେ ଅର୍ଥନୀତିରେ ସର୍ବଶ୍ରେଷ୍ଠ ଦୁର୍ବଳତା ଏହାକୁ ଅସ୍ୱୀକାର କରାଯାଇନପାରେ ।
ସେହିପରି ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମିର ଡିସେମ୍ବର ୨୦୨୨ ତଥ୍ୟ ଅନୁସାରେ ବେକାରୀ ହାରରେ ସର୍ବାଧିକ ବୃଦ୍ଧି ହୋଇଛି । ଦେଶର ଶିକ୍ଷାହାର ୨୦୧୧ ରୁ ୨୦୧୮ ମଧ୍ୟରେ ନିମ୍ନମୁଖି ହୋଇଛି । ନୀତି ଆୟୋଗ ରିପୋର୍ଟରେ ସ୍ୱୀକାର କରାଯାଉଛି ଯେ (୨୦୧୮) ୬୦ କୋଟି ଭାରତୀୟ ଅତ୍ୟଧିକ ଜଳକଷ୍ଟ ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ମୁଣ୍ଡପିଛା ଆୟରେ ବୃଦ୍ଧି ଘଟିବାରେ ସାଧାରଣ ଭାରତୀୟର ସ୍ଥିତିରେ ଯେ ପରିବର୍ତ୍ତନ ହୁଏ ନାହିଁ ବରଂ ଏହା ଦେଶରେ ଅଧିକ ବିଲିୟୋନାୟର ସୃଷ୍ଟିର ସୂଚକ ବା ଆର୍ôଥକ ଅସମାନତାରେ ବୃଦ୍ଧିର ସୂଚକ ସେଥିରେ କୌଣସି ଦ୍ୱନ୍ଦ ନାହିଁ । ଅକ୍ସଫାମ ‘ଇନକ୍ୱାଲିଟି କିଲ୍ସ୍’ ବା ‘ଅସମାନତା ହନନ’ (୨୦୨୨) ରିପୋର୍ଟ ଅନୁସାରେ, କରୋନା ମହାମାରୀ ସମୟରେ (ମାର୍ଚ୍ଚ ୨୦ – ନଭେମ୍ବର ୩୦, ୨୦୨୧) ୮୪ ଭାଗ ଲୋକଙ୍କର ଆୟ କମି ଯାଇଥିବା ବେଳେ ଭାରତରେ ବିଲିୟନରମାନଙ୍କ (୧୦୦ କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଥିବା ବ୍ୟକ୍ତି) ସଂଖ୍ୟା ୧୦୨ ରୁ
୧୪୨ କୁ ବୃଦ୍ଧି ପାଇଥିଲା । ବିଗତ ଦୁଇ ବର୍ଷ ମଧ୍ୟରେ ବିଲିୟନରମାନଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ଘଟି ୫୩.୧୬ ଲକ୍ଷ କୋଟି
ଟଙ୍କାରେ ପହଂଚିଛି । ଏହି ସମୟ ମଧ୍ୟରେ ଜନସଙ୍ଖ୍ୟାର ୪ କୋଟି ୬୦ ଲକ୍ଷ ଭାରତୀୟ ଅତି ଦରିଦ୍ର ଅବସ୍ଥାକୁ ଚାଲି ଆସିଛନ୍ତି ।
ଏହା ବିଶ୍ୱର ଦରିଦ୍ର୍ଯ ଲୋକଙ୍କର ପ୍ରାୟତଃ ଅଧେ । ଦେଶର ଶତକଡା ୫୦ ଭାଗ ଲୋକଙ୍କ ପାଖରେ ଶତକଡା ୬ ଭାଗ ସମ୍ପତ୍ତି ଥିବା ବେଳେ ଉପର ୧୦ ଶତକଡା ଲୋକଙ୍କ ପାଖରେ ୪୫ ଭାଗ ସମ୍ପତ୍ତି ଠୁଳ ହୋଇଛି । ଏଥିରୁ ଏ କଥା ପ୍ରତୀୟମାନ ହେଉଛି ଯେ ଭାରତ ସରକାରଙ୍କ ‘ସବକା ସାଥ୍, ସବକା ବିକାଶ୍, ସବକା ବିଶ୍ୱାସ୍‘ ଏକ ନିର୍ବାଚନ ଧ୍ୱନି ଛଡା ଅନ୍ୟ କିଛି ନୁହଁ । ବାସ୍ତବତା ହେଲା ବିଜେପି ସରକାର ଧନୀ, କର୍ପୋରେଟ ପୁଞ୍ଜିପତିମାନଙ୍କ ସହିତ, ସେହିମାନଙ୍କର ବିକାଶ ଓ ସେହିମାନଙ୍କର ବିଶ୍ୱାସ ଭାଜନ ହୋଇଛନ୍ତି । ମୁଣ୍ଡପିଛା ଆୟବୃଦ୍ଧି ଦିନମଜୁରିଆ, ଛୋଟ ଓ ନାମମାତ୍ର ଚାଷୀ, ମହିଳା, ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ ପରି ସର୍ବସାଧାରଣ ଲୋକ ସାମିଲ ହୋଇ ପାରିନାହାନ୍ତି । ଅର୍ଥାତ ବିକାଶରେ ସର୍ବସାଧାରଣଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୟୁ.ଏନ.ଡି.ପି. ପ୍ରକାଶ କରିଥିବା ୨୦୨୧ - ୨୨ ମାନବିକ ବିକାଶ ସୂଚକାଙ୍କରେ ୧୯୧ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୨ ରେ ରହିଛି । ୨୦୨୦ ଏହା ୧୩୦ ସ୍ଥାନରେ ଥିଲା । ଏବେ ଆହୁରି ତଳକୁ ଖସିଗଲା । ସେହିପରି ଆନ୍ତର୍ଜାତିକ ଖାଦ୍ଯନୀତି ଗବେଷଣା ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ବିଶ୍ୱ
କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଅନୁସାରେ, ୨୦୨୨ରେ ୧୨୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ରେ ରହିଛି । ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଏହା ଏକ ଲଜ୍ଯାକର ଘଟଣା ।
ବିଭିନ୍ନ ଦେଶର ଆୟକୁ ତୁଳନା କରିବା ନିମନ୍ତେ ପୃଥିବୀ ବିକାଶ ଚିଠା ବା ୱାଲ୍ଡ ଡେଭଲପମେଌକ୍ଷଗ୍ଧ; ରିପୋର୍ଟ ବିଭିନ୍ନ ଦେଶର ଆୟକୁ ଆମେରିକାର ମୁଦ୍ରା ଡଲାର ଆକାରରେ ପ୍ରକାଶ କରିଥାଏ । ୧୯୬୦ ମସିହାରେ ଭାରତର ମୁଣ୍ଡପିଛା ଆୟ ଥିଲା ମାତ୍ର ୬୦ ଡଲାର । ୧୯୭୫ ମସିହାରେ ଏହା ୧୩୬ ଆମେରିକା ଡଲାର ହୋଇଥିଲା । ୨୦୦୦ ମସିହାରେ ଏହା ୪୬୦ ଡଲାରକୁ ବୃଦ୍ଧି ପାଇଲା । ୨୦୧୮ ମସିହାରେ ୧୯୭୪ ଡଲାର ଓ ୨୦୨୦ ମସିହାରେ ଏହା ୧୯୧୦ ଡଲାର ଥିଲା । ୨୦୨୧ ମସିହାରେ ମୁଣ୍ଡପିଛା ଆୟ ୨୨୫୭ ଡଲାର ହୋଇଛି ।ସେହି ସମାନ ସମୟରେ (୨୦୨୧) ଚୀନର ମୁଣ୍ଡପିଛା ଆୟ ୧୨,୫୫୬ ଡଲାର, ଶ୍ରୀଲଙ୍କାର ମୁଣ୍ଡପିଛା ଆୟ ୪୦୧୪ ଡଲାର, ଭୁଟାନର ୩୨୬୬ ଡଲାର ଓ ବଙ୍ଗଳାଦେଶର ୨୪୫୮ ଡଲାର । ଏହି ନୈରାଶ୍ୟଜନକ ସ୍ଥିତିକୁ ନେଇ କିନ୍ତୁ ସରକାର ଓ ସରକାରୀ ସମର୍ଥକମାନେ କେବେ ଚିନ୍ତା ପ୍ରକଟ କରିନାହାନ୍ତି କିମ୍ବା ଦୁଃଖ ପ୍ରକାଶ କରିନାହାନ୍ତି । ବିଶ୍ୱବ୍ୟାଙ୍କର ହିସାବରେ ଭାରତ ଗୋଟିଏ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶ । ଆମକୁ ଉଚ୍ଚ ମଧ୍ୟବିତ୍ତ ଆୟକାରୀ ଦେଶ ଭାବରେ ଗଣନା ହେବାକୁ ଆହୁରି ବହୁଦିନ ଅପେକ୍ଷା କରିବାକୁ ପଡିବ । ତେଣୁ ଦେଶର ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହେଲା କହି ଆହ୍ଲାଦିତ ହେବାରେ କିଛି ନାହିଁ । ଆମେ ଯେଉଁ ନିମ୍ନ ମଧ୍ୟବିତ୍ତ ସେହି ମଧ୍ୟବିତ୍ତ ଦେଶ ଭାବରେ ଗଣନା ହେଉଛୁ ।
ଗୋଲକ ବିହାରୀ ନାଥ, ସଭାପତି, ଗଣତାନ୍ତ୍ରିକ ଅଧିକାର
ସୁରକ୍ଷା ସଂଗଠନ, ଓଡିଶା
ଦେବ ରଞ୍ଜନ, ସାଧାରଣ ସମ୍ପାଦକ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ,
ଓଡିଶା